29.1 C
Bhubaneswar
Saturday, July 27, 2024
Homeଦେଶ ବିଦେଶଜିମେଲ ସେବା ବନ୍ଦକୁ ନେଇ ପ୍ରତିକ୍ରିୟା ରଖିଲା କମ୍ପାନୀ

ଜିମେଲ ସେବା ବନ୍ଦକୁ ନେଇ ପ୍ରତିକ୍ରିୟା ରଖିଲା କମ୍ପାନୀ

ବ୍ୟୁରୋ : ଲୋକପ୍ରିୟ ସୋସିଆଲ ମିଡିଆର ପ୍ଲାଟଫର୍ମ ଜିମେଲ୍କୁ ନେଇ ଚର୍ଚ୍ଚା ଜୋର ଧରିଥିଲା । ଜିମେଲ୍କୁ ବନ୍ଦ କରାଯିବା ନେଇ ଚର୍ଚ୍ଚା ହେଉଥିଲା । ତେଣୁ ଏହି ଘଟଣା ଉପରେ ଜବାବ ରଖିଛି ଗୁଗଲ୍ । କମ୍ପାନୀ ଏହି ସେବାକୁ ବନ୍ଦ କରୁ ନାହିଁ ବୋଲି ଏକ୍ସ ପୋଷ୍ଟ ଯୋଗେ ଗୁଗଲ୍ ସୂଚନା ଦେଇଛି। ନିକଟରେ ସୋଶାଲ ମିଡିଆ ପ୍ଲାଟଫର୍ମରେ ଗୁଗଲର ଜିମେଲ ବ୍ୟବହାରକାରୀଙ୍କୁ ସମ୍ବୋଧିତ ହୋଇଥିବା ଏକ ଇମେଲର ଏକ ନିର୍ଦ୍ଦିଷ୍ଟ ସ୍କ୍ରିନସଟ୍ ପୋଷ୍ଟ ହୋଇଥିଲା, ଯେଉଁଥିରେ ଦର୍ଶାଯାଇଥିଲା ଯେ, କମ୍ପାନୀ ଚଳିତ ବର୍ଷ ଅଗଷ୍ଟ ୧ ରେ ଜିମେଲ ସେବାକୁ ବନ୍ଦ କରିବାକୁ ଯାଉଛି। ଅଗଷ୍ଟ ପରେ, ଜିମେଲ ଆଉ “ଇମେଲ ସେଣ୍ଟ, ରିସିଭ୍ ଏବଂ ଷ୍ଟୋର୍ କରିବାରେ ସମର୍ଥନ ହେବ ନାହିଁ।”ଏହି ପୋଷ୍ଟରେ ଆହୁରି ଉଲ୍ଲେଖ କରାଯାଇଥିଲା, “ବର୍ଷ ବର୍ଷ ଧରି ବିଶ୍ୱରେ ଲକ୍ଷ ଲକ୍ଷ ଲୋକଙ୍କୁ ନିରବଚ୍ଛିନ୍ନ ସେବା ଯୋଗାଇବା ପରେ, ଜିମେଲ ର ଯାତ୍ରା ଶେଷ ହେବାକୁ ଯାଉଛି। ଅଗଷ୍ଟ ୧, ୨୦୨୪ ସୁଦ୍ଧା, ଜିମେଲ ଆନୁଷ୍ଠାନିକ ଭାବରେ ବନ୍ଦ ହୋଇଯିବ।”ଗୁଗଲ ପ୍ରତିକ୍ରିୟା ରଖି ଜିମେଲ ବନ୍ଦ ହୋଇଯିବାକୁ ଚର୍ଚ୍ଚାକୁ ଖଣ୍ଡନ କରିଛି। ପ୍ଲାଟଫର୍ମ ଏହି ସେବା ବନ୍ଦ କରୁନାହିଁ। କେବଳ ଜିମେଲ ର ଏଚ ଟି ଏମ ଏଲ ଭର୍ସନକୁ ବନ୍ଦ କରାଯାଇଛି। ଏହା ଜାନୁଆରୀ ପହିଲାରୁ ବନ୍ଦ ହୋଇସାରିଛି। କିନ୍ତୁ ଜିମେଲ ବନ୍ଦ ହେବାର ନାହିଁ ବୋଲି କମ୍ପାନୀ ସ୍ପଷ୍ଟ କରିଛି।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking