29.1 C
Bhubaneswar
Tuesday, July 8, 2025
Homeଓଡିଶାଓଡ଼ିଶାରୁ ମହାରାଷ୍ଟ୍ର ଗଲେ ୮ ଏନ୍‌ଡିଆରଏଫ୍ ଟିମ୍‌

ଓଡ଼ିଶାରୁ ମହାରାଷ୍ଟ୍ର ଗଲେ ୮ ଏନ୍‌ଡିଆରଏଫ୍ ଟିମ୍‌

ଭୁବନେଶ୍ୱର : ମହାରାଷ୍ଟ୍ରର ବିଭିନ୍ନ ସ୍ଥାନରେ ତାଣ୍ଡବ ରଚୁଛି ପ୍ରଳୟଙ୍କରୀ ବର୍ଷା । ବହୁ ଅଞ୍ଚଳରେ ବନ୍ୟା ପରିସ୍ଥିତି ଦେଖିଦେଇଥିବା ବେଳେ ପାହାଡ଼ ଧସି ବହୁ ପରିମାଣରେ ଜୀବନହାନୀ ନିକଟରେ ହୋଇଛି । ଏପରି ସ୍ଥିତିରେ ଉଦ୍ଧାରକାର୍ଯ୍ୟରେ ସାମିଲ ହେବାଲାଗି ଓଡ଼ିଶାରୁ ୮ ଏନ୍‌ଡିଆରଏଫ୍ ଟିମ୍ ଶୁକ୍ରବାର ମହାରାଷ୍ଟ୍ର ଗସ୍ତ କରିଛନ୍ତି । ମୁଣ୍ଡଳୀ ସ୍ଥିତ ଏନ୍‌ଡିଆରଏଫ୍‌ର ତୃତୀୟ ବାଲାଟିୟନରୁ ବସ୍ ଯୋଗେ ବାହାରି ଭୁବନେଶ୍ୱରରୁ ସ୍ୱତନ୍ତ୍ର ବିମାନ ଯୋଗେ ଯବାନ ମାନେ ମହାରାଷ୍ଟ୍ର ଗସ୍ତ କରିଛନ୍ତି । ଏହି ୮ଟି ଟିମ୍‌ରେ ମୋଟ ୧୭୦ ଜଣ ଯବାନ ରହିଛନ୍ତି । ସେମାନେ ଆନୁସଙ୍ଗିକ ଯନ୍ତ୍ରାଶଂ ମଧ୍ୟ ସାଙ୍ଗରେ ଧରି ଯାଇଛନ୍ତି । ଏଥିମଧ୍ୟରୁ ୪ଟି ଟିମ୍ ପୁନେରେ ଏବଂ ଦୁଇଟି ଲେଖାଏଁ ଟିମ୍ ଗୋଆ ଏବଂ ରତ୍ନଗିରିରେ ମୁତୟନ ହେବେବୋଲି ଜଣାପଡ଼ିଛି । ସୂଚନାଯୋଗ୍ୟ, ରାଇଗଡ଼ ଜିଲ୍ଲାରେ ନିଟକରେ ପାହାଡ଼ ଧସି ୩୦ ଜଣ ଗ୍ରାମବାସୀ ପ୍ରାଣ ହରାଇଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking