28.1 C
Bhubaneswar
Saturday, July 27, 2024
Homeଓଡିଶା‘ଆମ ବ୍ୟାଙ୍କ୍‌’ ଯୋଜନାର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ

‘ଆମ ବ୍ୟାଙ୍କ୍‌’ ଯୋଜନାର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ

– ଏସ୍‌ବିଆଇ, ପିଏନ୍‌ବି ସହ ୧୫ ବ୍ୟାଙ୍କିଙ୍ଗ୍ ସେବା
– ପ୍ରଥମ ପର୍ଯ୍ୟାୟରେ ୭୫୪ ପଞ୍ଚାୟତରେ ଆମ ବ୍ୟାଙ୍କ୍‌
– ମାର୍ଚ୍ଚ ସୁଦ୍ଧା ୪,୩୭୩ ଜିପିରେ ସିଏସ୍‌ପି ପ୍ଲସ୍ ଶାଖା
– ସରକାର କଲେ ୫୦୦ କୋଟି ଟଙ୍କା ବିନିଯୋଗ
ଭୁବନେଶ୍ୱର: ରାଜ୍ୟର ବ୍ୟାଙ୍କ୍ ସୁବିଧା ନ ଥିବା ଅଞ୍ଚଳ ପାଇଁ ଯୁଗାନ୍ତକାରୀ ‘ଆମ ବ୍ୟାଙ୍କ୍‌’ ଯୋଜନା ଆରମ୍ଭ ହୋଇଛି । ରାଜ୍ୟ ସରକାର ଏଥିପାଇଁ ୫୦୦ କୋଟି ଟଙ୍କା ବିନିଯୋଗ କରିଛନ୍ତି । ଏହାଦ୍ୱାରା ବ୍ୟାଙ୍କ୍ ସୁବିଧା ନ ଥିବା ୪,୩୭୩ ପଞ୍ଚାୟତରେ ଲୋକମାନେ ବ୍ୟାଙ୍କିଙ୍ଗ୍ ସୁବିଧା ପାଇବେ । ୨୦୨୪ ମାର୍ଚ୍ଚ ସୁଦ୍ଧା ଏହି ସମସ୍ତ ପଞ୍ଚାୟତକୁ ବ୍ୟାଙ୍କ୍ ସୁବିଧା ପହଞ୍ଚିବ । ପ୍ରଥମ ପର୍ଯ୍ୟାୟରେ ୭୫୪ ପଞ୍ଚାୟତରେ ଆମ ବ୍ୟାଙ୍କ୍ ସୁବିଧା ଆରମ୍ଭ ହୋଇଛି ।
ମଙ୍ଗଳବାର ଲୋକସେବା ଭବନରେ ଆୟୋଜିତ କାର୍ଯ୍ୟକ୍ରମକୁ ଭର୍ଚୁଆଲ ଜରିଆରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ‘ଆମ ବ୍ୟାଙ୍କ୍‌’ ଯୋଜନା ଶୁଭାରମ୍ଭ କରି ଏହି ସୂଚନା ଦେଇଛନ୍ତି । ସେ କହିଛନ୍ତି ଯେ ଆମ ବ୍ୟାଙ୍କ୍ ମଡେଲ ସାରା ଦେଶରେ ପ୍ରଥମ । ଏହି ବ୍ୟାଙ୍କିଙ୍ଗ୍ ମଡେଲ ସାରା ଦେଶ ପାଇଁ ଏକ ରୋଲ୍ ମଡେଲ ହେବ । ଏଥିସହ ଏକ ନୂଆ ଓଡ଼ିଶା, ସଶକ୍ତ ଓଡ଼ିିଶା ଗଠନ ସମ୍ଭବ ହେବ । ଏହି କାର୍ଯ୍ୟକ୍ରମକୁ ରାଜ୍ୟର ୧୦୦୦ଟି ସ୍ଥାନରେ ୪ ଲକ୍ଷ ଲୋକ ସିଧାପ୍ରସାରଣ ଜରିଆରେ ସିଧାସଲଖ ଦେଖିଛନ୍ତି । ଏହି କାର୍ଯ୍ୟକ୍ରମରେ ୬ଟି ରାଷ୍ଟ୍ରାୟତ ବ୍ୟାଙ୍କ ଯୋଡି ହୋଇଛନ୍ତି । ଏମାନେ ହେଉଛନ୍ତି ଷ୍ଟେଟ୍ ବ୍ୟାଙ୍କ୍ ଅଫ୍ ଇଣ୍ଡିଆ, ପଞ୍ଜାବ ନ୍ୟାସନାଲ ବ୍ୟାଙ୍କ୍‌, ୟୁନିଅନ ବ୍ୟାଙ୍କ ଅଫ ଇଣ୍ଡିଆ, ୟୁକୋ ବ୍ୟାଙ୍କ, ବ୍ୟାଙ୍କ୍ ଅଫ୍ ଇଣ୍ଡିଆ, ଓ ବ୍ୟାଙ୍କ ଅଫ ବରୋଦା । ଆମ ବ୍ୟାଙ୍କ୍‌ଗୁଡ଼ିକ ଲୋକଙ୍କୁ ୧୫ ପ୍ରକାର ବ୍ୟାଙ୍କ୍ ସେବା ଯୋଗାଇ ଦେବେ ।
ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ରାଜ୍ୟର ସମୁଦାୟ ୬୭୯୮ ଗ୍ରାମ ପଞ୍ଚାୟତ ମଧ୍ୟରୁ ପ୍ରାୟ ୬୫% ବା ୪୩୭୩ଟି ଗ୍ରାମ ପଞ୍ଚାୟତରେ ବ୍ୟାଙ୍କ୍ ସୁବିଧା ନାହିଁ । ଲୋକଙ୍କ ଆର୍ôଥକ ସଶକ୍ତିକରଣ ପାଇଁ ବ୍ୟାଙ୍କ୍ ସୁବିଧା ଏକ ଜରୁରୀ ଆବଶ୍ୟକତା ହୋଇଥିବାରୁ ୬ ମାସ ମଧ୍ୟରେ ସବୁ ବ୍ୟାଙ୍କ୍ ନ ଥିବା ପଞ୍ଚାୟତରେ ଉକ୍ତ ଯୋଜନା ଆରମ୍ଭ ହୋଇଛି । ଏହା ‘ଆମ ବ୍ୟାଙ୍କ୍‌’ ଭାବରେ ଲୋକଙ୍କୁ ସେବା ଯୋଗାଇଦେବ । ଏଥିପାଇଁ ରାଜ୍ୟ ସରକାର ଏହିସବୁ ପଞ୍ଚାୟତରେ ବ୍ୟାଙ୍କମାନଙ୍କୁ ଆସନ୍ତା ୫ ବର୍ଷ ପାଇଁ ଘର , ବିଦ୍ୟୁତ ବ୍ୟବସ୍ଥା, ଇଣ୍ଟର୍‌ନେଟ୍ ଯୋଗାଯୋଗ ଓ ଅନ୍ୟାନ୍ୟ ଆନୁସଙ୍ଗିକ ସୁବିଧା ଯୋଗାଇ ଦେବେ ।
ମୁଖ୍ୟମନ୍ତ୍ରୀ କହଛନ୍ତି ଯେ, ରାଜ୍ୟର ସବୁ ଲୋକ ଆର୍ôଥକ ଅନ୍ତର୍ଭୁକ୍ତିକରଣର ସୁବିଧା ପାଇବା ଉପରେ ଗୁରୁତ୍ୱ ଦିଆଯାଇଛି । ଜମିପଟ୍ଟା, ଆଧାର କାର୍ଡ଼, ଭୋଟର୍ ଆଇଡି କାର୍ଡ଼ ପରି ବ୍ୟାଙ୍କ୍ ଆକାଉଣ୍ଟ ମଧ୍ୟ ଖୁବ ଜରୁରୀ । ଘର ପାଖରେ ବ୍ୟାଙ୍କ ସୁବିଧା ମିଳିଲେ, ଆମର କାଳିଆ, ମମତା, ମଧୁବାବୁ ପେନ୍‌ସନ ପରି ବିଭିନ ପ୍ରତ୍ୟକ୍ଷ ସୁବିଧା ହସ୍ତାନ୍ତ ୟସକ୍ସରମଗ୍ଧ ଭରଦ୍ଭରଲସଗ୍ଧ ଗ୍ଧକ୍ସବଦ୍ଭଗ୍ଦଲରକ୍ସ ତଥା ଛୋଟ ଛୋଟ ବ୍ୟବସାୟୀଙ୍କ ପାଇଁ ଋଣ ଆଦି ସୁବିଧା ଲୋକଙ୍କ ପାଖରେ ସିଧାସଳଖ ଓ ସୁବିଧାରେ ଉପଲବ୍ଧ ହୋଇପାରିବ । ଏହା ହିଁ ଆମ ୫ଟି ନୀତିର ମୁଖ୍ୟ ଲକ୍ଷ୍ୟ । ତେଣୁ ଆମ ବ୍ୟାଙ୍କ୍ ଲୋକଙ୍କ ଅର୍ଥନୈତିକ ସଶକ୍ତିକରଣ ଦିଗରେ ଆଉ ଏକ ମାଇଲଷ୍ଟୋନ ହେବ । ଏହାଦ୍ୱାରା ଗାଁ ରେ ରହୁଥିବା ଲକ୍ଷ ଲକ୍ଷ ଲୋକ ଆର୍ôଥକ ଦୃଷ୍ଟିରୁ ସଶକ୍ତ ହୋଇପାରିବେ । ରାଜ୍ୟ ସରକାରଙ୍କ ୫ଟିଉପକ୍ରମରେ ଏହା ଆରମ୍ଭ କରାଯାଇଛି ବୋଲି ପ୍ରକାଶ କରି ମୁଖ୍ୟମନ୍ତ୍ରୀ କହିଥିଲେ ଯେ ଏଭଳି ଯୋଜନା ଆରମ୍ଭ କରିବାରେ ଓଡ଼ିଶା ସାରା ଦେଶରେ ପ୍ରଥମ । ଏହାସହିତ ବରିଷ୍ଠ ନାଗରିକ, ଗର୍ଭବତୀ ମହିଳା ଓ ଭିନ୍ନକ୍ଷମମାନଙ୍କୁ ବ୍ୟାଙ୍କ ସେବା ସେମାନଙ୍କ ଘରେ ହିଁ ଯୋଗାଇ ଦିଆଯିବ । ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ଲୋକଙ୍କ ଆର୍ôଥକ ଅନ୍ତର୍ଭୁକ୍ତିକରଣ ବିନା କୌଣସି ଦେଶ ବା ରାଜ୍ୟ ସବୁ ବର୍ଗର ଲୋକଙ୍କ ପାଇଁ ବିକାଶ ଆଣିପାରିବ ନାହିଁ । ଆଜି ଆର୍ôଥକ କ୍ଷେତ୍ରରେ ଉନ୍ନତି, ସାମାଜିକ ବିକାଶ, ଡିଜିଟାଲ ରୂପାନ୍ତର, ଉତ୍ତମ ପ୍ରଶାସନିକ ବ୍ୟବସ୍ଥା, ସବୁ କ୍ଷେତ୍ରରେ ଓଡ଼ିିଶା ଏକ ରୋଲ୍ ମଡେଲ ହୋଇପାରିଛି ।
କାର୍ଯ୍ୟକ୍ରମରେ ଯୋଗ ଦେଇ ଅର୍ଥମନ୍ତ୍ରୀ ବିକ୍ରମ କେଶରୀ ଆରୁଖ କହଛନ୍ତି ଯେ, ମୁଖ୍ୟମନ୍ତ୍ରୀଙ୍କ ବଳିଷ୍ଠ ନେତୃତ୍ୱ ଯୋଗୁ ଓଡ଼ିଶା ଆଜି ଆର୍ôଥକ କ୍ଷେତ୍ରରେ ରୂପାନ୍ତର ଆଣିପାରିଛି । ଆଜି ଆମ ବ୍ୟାଙ୍କ୍ ସେବା ଏହି ଆର୍ôଥକ ପ୍ରଗତୀକୁ ଆହୁରି ଆଗକୁ ନେବ ।
ଏହି କାର୍ଯ୍ୟକ୍ରମକୁ ୫ଟି ତଥା ନବୀନ ଓଡିଶା ଅଧ୍ୟକ୍ଷ ଭି.କେ ପାଣ୍ଡିଆନ ପରିଚାଳନା କରି କହିଥିଲେ, ବ୍ୟାଙ୍କ ସୁବିଧା ନ ଥିବା ପଞ୍ଚାୟତଗୁଡ଼ିକୁ ବ୍ୟାଙ୍କ୍ ସେବା ଆଣିବା ପାଇଁ ଯେଉଁ ଗତିରେ କାମ ଚାଲିଛି, ସେହି ଗତିରେ କାମ ଚାଲିଲେ, ସବୁ ପଞ୍ଚାୟତରେ ପହଞ୍ଚିବା ପାଇଁ ୩୦ ବର୍ଷ ଲାଗିଥାନ୍ତା । କିନ୍ତୁ ଲୋକଙ୍କ ଆର୍ôଥକ ସଶକ୍ତିକରଣ ପାଇଁ ମୁଖ୍ୟମନ୍ତ୍ରୀଙ୍କ ଦୂରଦୃଷ୍ଟି ଯୋଗୁ ଆଜି ଏହା ମାତ୍ର ୬ ମାସ ମଧ୍ୟରେ ସମ୍ଭବ ହୋଇପାରୁଛି । ଏହା ହେଉଛି ରୂପାନ୍ତର ବୋଲି ସେ କହିଥିଲେ । ଷ୍ଟେଟ୍ ବ୍ୟାଙ୍କ ଅଧ୍ୟକ୍ଷ ଦିନେଶ କୁମାର ଖାରା ଅନ୍‌ଲାଇନ ଜରିଆରେ ଯୋଗ ଦେଇ କହିଲେ ଯେ, ଓଡ଼ିଶା ସରକାରଙ୍କର ଏହା ଏକ ଆକାଂକ୍ଷୀ କାର୍ଯ୍ୟକ୍ରମ । ଏହାଦ୍ୱାରା ରାଜ୍ୟର ଲୋକମାନଙ୍କ ପାଇଁ ଆର୍ôଥକ କ୍ଷେତ୍ରରେ ବିପୁଳ ସୁଯୋଗ ସୃଷ୍ଟି ହେବ । ୟୁକୋ ବ୍ୟାଙ୍କ୍‌ର ପରିଚାଳନା ନିର୍ଦ୍ଦେଶକ ଅଶ୍ୱିନୀ କୁମାର କହିଲେ, ଲୋକଙ୍କ ଆର୍ôଥକ ସଶକ୍ତିକରଣ ଦିଗରେ ଏହି ଛୋଟ ପଦକ୍ଷେପଟି ଏକ ବିରାଟ ପରିବର୍ତ୍ତନ ଆଣିବ । ସାଂସ୍କୃତିକ ଐତିହ୍ୟ ପାଇଁ ପରିଚିତ ଓଡ଼ିଶା ଆଜି ଆର୍ôଥକ କ୍ଷେତ୍ରରେ ଏକ ବଳିଷ୍ଠ ରାଜ୍ୟ ହୋଇପାରିବ ।
ଏହି ଅବସରରେ ଆମ ବ୍ୟାଙ୍କ ଆରମ୍ଭ ହୋଇଥିବା କେତେକ ପଞ୍ଚାୟତର ହିତାଧିକାରୀ ମୁଖ୍ୟମନ୍ତ୍ରୀଙ୍କ ସହିତ ମତ ବିନିମୟ କରିଥିଲେ । ବାଲେଶ୍ୱର ଭୋଗରାଇ ବ୍ଲକ୍‌ର ବାଜିତପୁର ପଞ୍ଚାୟତର ବାର୍ଦ୍ଧକ୍ୟଭତ୍ତା ହିତାଧିକାରୀ ଗୌରାଙ୍ଗ ପାଲ, ଅସୀମା ଦେ ପ୍ରମୁଖ ଆମେ ଆଗରୁ ବ୍ୟାଙ୍କ ଭତ୍ତା ଆଣିବା ପାଇଁ ୩ କିଲୋମିଟର ଦୂରକୁ ଯାଉଥିଲୁ ବୋଲି କହିଥିଲେ । ଆଜି ମୁଖ୍ୟମନ୍ତ୍ରୀଙ୍କ ଏହି ପଦକ୍ଷେପ ଯୋଗୁ ଆମ ଘର ପାଖରେ ଏହି ସୁବିଧା ପାଇପାରିବୁ । ଆମେ ସମସ୍ତେ ବହୁତ ଖୁସି । ମୁଖ୍ୟମନ୍ତ୍ରୀଙ୍କ ଧନ୍ୟବାଦ । କଳାହାଣ୍ଡି ଜୁନାଗଡ ବ୍ଲକ୍‌ର କାଲେଇ ଗାଁ ପଞ୍ଚାୟତର ବ୍ୟାଙ୍କି କରେସପଣ୍ଡେନ୍‌ସ ସୁନିଲ କୁମାର ପଟେଲ ଏବଂ ଗଞ୍ଜାମ ହିଞ୍ଜିଳିକାଟୁର ନନ୍ଦିକା ପଞ୍ଚାୟତର ସରପଞ୍ଚ କୃଷ୍ଣଚନ୍ଦ୍ର ବଉଳ ପ୍ରମୁଖ ମଧ୍ୟ ଲୋକମାନେ ଏଥିରେ ବହୁତ ସୁବିଧା ପାଇବେ ବୋଲି ମତ ଦେଇ ମୁଖ୍ୟମନ୍ତ୍ରୀଙ୍କ ନିକଟରେ କୃତଜ୍ଞତା ପ୍ରକାଶ କରିଥିଲେ । ଅର୍ଥ ବିଭାଗର ପ୍ରମୁଖ ସଚିବ ବିଶାଳ ଦେବ ସ୍ୱାଗତ ଭାଷଣ ଦେଇଥିଲାବେଳେ ବିଭାଗୀୟ ନିର୍ଦ୍ଦେଶକ ଧନ୍ୟବାଦ ଅର୍ପଣ କରିଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking