27.1 C
Bhubaneswar
Saturday, July 27, 2024
Homeଅପରାଧଅସହ୍ୟ ହେଲା ବାପର ପାପ; ବାରମ୍ବାର ଦୁଷ୍କର୍ମ ପରେ ଝିଅ ନେଲା ଏଭଳି ନିଷ୍ପତ୍ତି....

ଅସହ୍ୟ ହେଲା ବାପର ପାପ; ବାରମ୍ବାର ଦୁଷ୍କର୍ମ ପରେ ଝିଅ ନେଲା ଏଭଳି ନିଷ୍ପତ୍ତି….

ପୁରୀ : ନାବାଳିକା ଝିଅକୁ ବାପାର ବାରମ୍ବାର ଦୁଷ୍କର୍ମ ଅଭିଯୋଗ । ଏ ସଂପର୍କରେ ସେ ମାଆକୁ ଜଣାଇବା ପରେ ମାଆ ମଧ୍ୟ ଏଥିରୁ ନିବୃତ ରହିବାକୁ ଅଭିଯୁକ୍ତକୁ ବାରମ୍ବାର ତାଗିଦ କରିଥିଲେ । କିନ୍ତୁ ସଇତାନ ବାପାର ଅତ୍ୟାଚାର କମିନଥିଲା । ଶେଷରେ ନାବାଳିକା ଝିଅଟି ଆତ୍ମହତ୍ୟା କରିଥିବାର ଅଭିଯୋଗ ହୋଇଛି । ଏହି ଘଟଣା ହେଉଛି ପୁରୀ ଜିଲ୍ଲା କୋଣାର୍କ ଅଞ୍ଚଳର ।

ଶନିବାର ରାତିରେ ଝିଅଟି ଘରେ ଆତ୍ମହତ୍ୟା କରିଥିଲା । ଜାଣିବା ପରେ ମାଆ ତୁରନ୍ତ ଗୋପ ହସପିଟାଲକୁ ନେଇଥିଲେ । କିନ୍ତୁ ସେଠାରେ ଡାକ୍ତର ଝିଅକୁ ମୃତ ଘୋଷଣା କରିବା ସହିତ ଏ ସଂପର୍କରେ ଥାନାକୁ ଜଣାଇଥିଲେ । ସ୍ୱାମୀ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ନେବାକୁ ମାଆ ଦାବି କରିଛନ୍ତି । ଅଭିଯୁକ୍ତ ଫେରାର ଅଛି । ପୋଲିସ କହିଛି, ପରିବାର ତରଫରୁ ବିଧିବଦ୍ଧ ଅଭିଯୋଗ ହୋଇନାହିଁ । ନିଜ ଆଡୁ ମାମଲା ରୁଜୁ କରି ତଦନ୍ତ କରାଯାଉଛି । ସାଇଣ୍ଟିଫିକ୍ ଟିମ୍ ଘଟଣାସ୍ଥଳକୁ ଯାଇ ତଦନ୍ତ କରିଛି । ଝିଅର ଏକ ସୁଇସାଇଡ୍ ନୋଟ୍ ଜବତ ହୋଇଥିବାର ମଧ୍ୟ ସୂଚନା ମିଳିଛି । ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ଆଇନ ଅନୁଯାୟୀ କାର୍ଯ୍ୟନୁଷ୍ଠାନ ନିଆଯିବ ବୋଲି ପୋଲିସ କହିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking