29.1 C
Bhubaneswar
Wednesday, May 22, 2024
Homeକରୋନାଖୁବ ଶୀଘ୍ର ହେବ ୧୨-୧୮ ବର୍ଷ ପିଲାଙ୍କୁ ଟିକାକରଣ

ଖୁବ ଶୀଘ୍ର ହେବ ୧୨-୧୮ ବର୍ଷ ପିଲାଙ୍କୁ ଟିକାକରଣ

ନୂଆଦିଲ୍ଲୀ: ଖୁବ ଶୀଘ୍ର ପିଲାଙ୍କୁ ହେବ ଟିକାକରଣ । ୧୨ ରୁ ୧୮ ବର୍ଷ ପିଲାଙ୍କ ପାଇଁ ଜାଇଡସ କାଡିଲାର କରୋନା ଟିକାକୁ ମିଳିବ ମଞ୍ଜୁରୀ । ଭାକସିନ୍‌ ନୀତିକୁ ନେଇ ସୁପ୍ରିମକୋର୍ଟରେ ଏକ ରିପୋର୍ଟ ଦାଖଲ କରିଛନ୍ତି କେନ୍ଦ୍ର ସରକାର । ଜାଇଡସ୍‌ କାଡିଲାର ଏହି କରୋନା ଟିକାର କ୍ଲିନିକାଲ ଟ୍ରାଏଲ ଶେଷ ହୋଇଛି । ସେପଟେ ୨ରୁ ୧୮ ବର୍ଷର ପିଲାଙ୍କ ପାଇଁ କୋଭାକ୍ସିନର କ୍ଲିନିକାଲ ଟ୍ରାଏଲ ଆରମ୍ଭ ହୋଇଛି । ତେବେ କରୋନା ମହାମାରୀର ତୃତୀୟ ଲହର ଆସିବାକୁ ଯାଉଥିବା ବେଳେ ଏହାର ପ୍ରଭାବ ପିଲାମାନଙ୍କ ଉପରେ ଅଧିକ ପଡ଼ିବ ବୋଲି ବିଶେଷଜ୍ଞ ମାନେ ମତ ପ୍ରକାଶ କରିଛନ୍ତି । ଯଦି ଏହି ଟିକା ସମୟ ଭିତରେ ପ୍ରସ୍ତୁତ ହୋଇଯାଉଛି ତାହେଲେ ଏହା ବେଶ୍ ଫଳପ୍ରଦ ହେବ ବୋଲି ଆଶଙ୍କା କରିଛନ୍ତି କେନ୍ଦ୍ର ସରକାର । ଏହି ସମ୍ପର୍କରେ କେନ୍ଦ୍ର ପକ୍ଷରୁ ସୁପ୍ରିମକୋର୍ଟକୁ କୁହାଯାଇଛି ଯେ, ଜାଇଡସ୍ କାଡିଲା ପିଲାଙ୍କ ନିମନ୍ତେ ଟିକା ପ୍ରସ୍ତୁତ କରିସାରିଛି । କ୍ଲିନିକାଲ୍ ଟ୍ରାଏଲ୍ ମଧ୍ୟ ସରିଛି । ଏବେ କେବଳ ମଞ୍ଜୁରୀ ଅପେକ୍ଷା ରହିଛି ଏହି ଫାର୍ମା କମ୍ପାନୀ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking