36.1 C
Bhubaneswar
Sunday, May 19, 2024
Homeଦେଶ ବିଦେଶକାନପୁରରେ ବଢିବାରେ ଲାଗିଛି ଜିକା ଭାଇରସ ରୋଗୀଙ୍କ ସଂଖ୍ୟା

କାନପୁରରେ ବଢିବାରେ ଲାଗିଛି ଜିକା ଭାଇରସ ରୋଗୀଙ୍କ ସଂଖ୍ୟା

ଲକ୍ଷ୍ନୌ: ଉତ୍ତରପ୍ରଦେଶର କାନପୁର ଜିଲ୍ଲାରେ ବଢିବାରେ ଲାଗିଛି ଜିକା ଭାଇରସ ମାମଲା । ରବିବାର ଦିନ ଜିକା ଭାଇରସର ଆଉ 6 ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଯେଉଁଥିରେ 4 ଜଣ ମହିଳା ଏବଂ ଦୁଇଜଣ ପୁରୁଷ ଅଛନ୍ତି ଏବଂ ଜଣେ ଗର୍ଭବତୀ ମହିଳାଙ୍କୁ ଆଇସୋଲେଟ କରାଯାଇଛି। ଏହାକୁ ମିଶାଇ ଜିଲ୍ଲାରେ ଜିକା ସଂକ୍ରମିତଙ୍କ ସଂଖ୍ୟା 10 କୁ ବୃଦ୍ଧି ପାଇଛି। ଯାହା ସ୍ବାସ୍ଥ୍ୟ ବିଭାଗର ଚିନ୍ତା ବଢାଇଦେଇଛି। ଏନେଇ ସ୍ବାସ୍ଥ୍ୟ ବିଭାଗର ଅନେକ ଟିମ୍ ଆଣ୍ଟି-ଲାର୍ଭା ସ୍ପ୍ରେ କରିବା ସହିତ ଲୋକଙ୍କୁ ସଚେତନ କରାଇବା ପାଇଁ ପୋଷ୍ଟର ଲଗାଯାଉଛନ୍ତି ବୋଲି ସୂଚନା ଦେଇଛନ୍ତି ମୁଖ୍ୟ ଚିକିତ୍ସା ଅଧିକାରୀ (ସିଏମଓ) ଡ. ନେପାଳ ସିଂ । ଏହାପୂର୍ବରୁ ଶନିବାର ଦିନ କାନପୁରର ଶ୍ୟାମଗର ଏବଂ ଚାକେରୀର ଅଦର୍ଶ ନାଗର ଅଞ୍ଚଳରୁ ତିନିଜଣଙ୍କୁ ଚିହ୍ନଟ କରାଯାଇଥିଲା। ତେବେ ଚିହ୍ନଟ ହୋଇଥିବା 6 ଜଣଙ୍କ ଘରଠରୁ 3 କିମି ପର୍ଯ୍ୟନ୍ତ ସ୍ବାସ୍ଥ୍ୟ ବିଭାଗ କଣ୍ଟେନମେଣ୍ଟ ଜୋନ ଘୋଷଣା କରିଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking