34.1 C
Bhubaneswar
Thursday, May 8, 2025
Homeଋଷିଆ-ୟୁକ୍ରେନ୍ ଯୁଦ୍ଧଜେଲେନ୍‌ସ୍କିଙ୍କ ଆକସ୍ମିକ ପ୍ୟାରିସ୍‌ ଗସ୍ତ

ଜେଲେନ୍‌ସ୍କିଙ୍କ ଆକସ୍ମିକ ପ୍ୟାରିସ୍‌ ଗସ୍ତ

ପ୍ୟାରିସ୍‌: ହାଲୁକା କମାଣ, ଗୁଳି ନିରୋଧକ ଯାନ, ସୈନିକମାନଙ୍କୁ ତାଲିମ ପ୍ରଦାନ ସମେତେ ୟୁକ୍ରେନ୍‌କୁ ଅତିରିକ୍ତ ସାମରିକ ସହାୟତା ଯୋଗାଇ ଦେବା ଲାଗି ରବିବାର ଦିନ ଫ୍ରାନ୍‌ସ୍‌ ପ୍ରତିଶ୍ରୁତି ଦେଇଛି। ରୁଷୀୟ ସେନାର ଦୃଢ଼ ମୁକାବିଲା ପାଇଁ ପ୍ରସ୍ତୁତି କରୁଥିବା ବେଳେ ରବିବାର ୟୁକ୍ରେନ୍‌ର ରାଷ୍ଟ୍ରପତି ଭୋଲୋଦିମିର୍‌ ଜେଲେନ୍‌ସ୍କି ଆକସ୍ମିକ ଭାବେ ପ୍ୟାରିସ୍‌ ଗସ୍ତ କରି ଫ୍ରାନ୍‌ସ୍‌ର ରା‌ଷ୍ଟ୍ରପତି ସହିତ ଏ ବିଷୟରେ ଆଲୋଚନା କରିଛନ୍ତି। ୟୁକ୍ରେନ୍‌ର ରାଷ୍ଟ୍ରପତି ଜେଲେନ୍‌ସ୍କି ଓ ଫ୍ରାନ୍‌ସ୍‌ର ରାଷ୍ଟ୍ରପତି ମାକ୍ରୋନ୍‌ ଫ୍ରାନ୍‌ସ୍‌ର ରାଷ୍ଟ୍ରପତି ଭବନ ‘ଏଲିସି ପାଲେସ୍‌’ରେ ପ୍ରାୟ ୩ ଘଣ୍ଟା କାଳ ଆଲୋଚନା କରିଥିଲେ। କିନ୍ତୁ, ୟୁକ୍ରେନ୍‌ର ରାଷ୍ଟ୍ରପତିଙ୍କ ପ୍ୟାରିସ୍‌ ଗସ୍ତକୁ ଶେଷ ମୁହୂର୍ତ୍ତ ପର୍ଯ୍ୟନ୍ତ ଗୁପ୍ତ ରଖାଯାଇଥିଲା। ଜର୍ମାନିରୁ ଫ୍ରାନ୍‌ସ୍‌ ସରକାରଙ୍କ ଏକ ଜେଟ୍‌ରେ ସେ ପ୍ୟାରିସ୍‌ରେ ପହଞ୍ଚିଥିଲେ।

ରୁଷ୍‌ ଅଧିକୃତ ଅଞ୍ଚଳ ସବୁକୁ ମୁକ୍ତ କରିବାକୁ ଯୋଜନା କରୁଥିବା ୟୁକ୍ରେନ୍‌ର ମୁଖ୍ୟ ଆବଶ୍ୟକତା ହେଉଛି ଅସ୍ତ୍ରଶସ୍ତ୍ର। ମାକ୍ରୋନ୍‌ଙ୍କ କାର୍ଯ୍ୟାଳୟ କହିଛି ଯେ, ଆଗାମୀ ସପ୍ତାହାନ୍ତରେ ଫ୍ରାନ୍‌ସ୍‌ ୟୁକ୍ରେନ୍‌କୁ କିଛି ହାଲୁକା କମାଣ ଓ ଗୁଳି ନିରୋଧୀ ଯାନ ପଠାଇବ। କିନ୍ତୁ, ସେଥିରୁ କେତେ ସଂଖ୍ୟକ ପଠାଇବ ତାହା ସ୍ପଷ୍ଟ କରାଯାଇନାହିଁ। ଏହାଛଡ଼ା, ଅଧିକ ‘ଏୟାର୍‌ ଡିଫେନ୍‌ସ୍‌ ସିଷ୍ଟମ୍‌’ ବି ୟୁକ୍ରେନ୍‌କୁ ଦେବା ପାଇଁ ଫ୍ରାନ୍‌ସ୍‌ ପ୍ରତିଶ୍ରୁତି ଦେଇଛି। ସେହିପରି, ଚଳିତ ବର୍ଷ ଫ୍ରାନ୍‌ସ୍‌ରେ ୨୦୦୦ ୟୁକ୍ରେନୀୟ ସୈନିକଙ୍କୁ ତାଲିମ ଦିଆଯିବ ଏବଂ ଆଉ ୪୦୦୦ ୟୁକ୍ରେନୀୟ ସୈନିକଙ୍କୁ ନେଇ ପୋଲାଣ୍ଡ୍‌ରେ ତାଲିମ ଦିଆଯିବାକୁ ବ୍ୟବସ୍ଥା କରାଯିବ ବୋଲି ମାକ୍ରୋନ୍‌ଙ୍କ କାର୍ଯ୍ୟାଳୟ କହିଛି। ଏ ସଂକ୍ରାନ୍ତରେ ଟୁଇଟ୍‌ କରି ଜେଲେନ୍‌ସ୍କି ଲେଖିଛନ୍ତି: ପ୍ରତ୍ୟେକ ଗସ୍ତରେ ୟୁକ୍ରେନ୍‌ର ପ୍ରତିରକ୍ଷା ଏବଂ ଆକ୍ରମଣ କ୍ଷମତା ସମ୍ପ୍ରସାରିତ ହେଉଛି। ୟୁରୋପ ସହିତ ସମ୍ପର୍କ ସୁଦୃଢ଼ ହେଉ ଥିବାରୁ ରୁଷ୍‌ ଉପରେ ଚାପ ବୃଦ୍ଧି ପାଉଛି।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking