24.3 C
Bhubaneswar
Friday, June 6, 2025
Homeଦେଶ ବିଦେଶଅଭିନେତ୍ରୀ ୟୁବିକା ଚୌଧୁରୀ ଗିରଫ

ଅଭିନେତ୍ରୀ ୟୁବିକା ଚୌଧୁରୀ ଗିରଫ

ମୁମ୍ବାଇ : ‘ବିଗ୍ ବସ୍’ ଫେମ୍ ଅଭିନେତ୍ରୀ ୟୁବିକା ଚୌଧୁରୀ ଗିରଫ । ଜାତିଆଣ ମନ୍ତବ୍ୟ ମାମଲାରେ ଗତ ଷୋମବାର ହରିୟାଣା ପୋଲିସ ଗିରଫ କରିଛି। ଅଭିନେତ୍ରୀଙ୍କ ଉପରେ ଏସସି/ଏସଟି ଅଧିନିୟମ ଅନୁଯାୟୀ ଏକ ମାମଲା ରୁଜୁ ହୋଇଥିଲା। ୟୁବିକା ଏକ ଭିଡିଓରେ ଅନୁସୂଚିତ ଜାତି ବିଷୟରେ ଆପତ୍ତିଜନକ ମନ୍ତବ୍ୟ ଦେଇଥିଲେ। ଏନେଇ ହାଂସି ଥାନା ପୋଲିସ ତାଙ୍କୁ ପ୍ରାୟ ୩ ଘଣ୍ଟା ଧରି ପଚରାଉଚରା କରିଛି। ତେବେ ପରେ ତାଙ୍କୁ ପଞ୍ଜାବ ଏବଂ ହରିୟାଣା ହାଇକୋର୍ଟ ଅନ୍ତରୀଣ ଜାମିନ ପ୍ରଦାନ କରିଛନ୍ତି। ଅଭିନେତ୍ରୀଙ୍କ ଓକିଲ ଅଶୋକ ବିଷ୍ଣୁ ଗଣମାଧ୍ୟମକୁ କହିଛନ୍ତି, ‘ହାଇକୋର୍ଟଙ୍କ ନିର୍ଦ୍ଦେଶନାମା ଅନୁଯାୟୀ ମୋର କ୍ଲାଇଣ୍ଟ ଏହି ଯାଞ୍ଚରେ ସାମିଲ ହୋଇଛନ୍ତି ଏବଂ ସେ ବର୍ତ୍ତମାନ ଅନ୍ତରୀଣ ଜାମିନରେ ଅଛନ୍ତି। ବର୍ତ୍ତମାନ ନଭେମ୍ବର ୨୪ ରେ ହାଇକୋର୍ଟରେ ଏହି ମାମଲାର ଶୁଣାଣି ହେବ।’

ସୂଚନା ଯେ, ଗତ ମେ ମାସରେ ୟୁବିକା ତାଙ୍କ ସ୍ୱାମୀ ତଥା ଅଭିନେତା ପ୍ରିନ୍ସ ନରୁଲାଙ୍କ ସହ ଏକ ଭିଡିଓ କରିଥିଲେ। ଭିଡିଓରେ ସେ ଜାତିଆଣ ମନ୍ତବ୍ୟ ଦେଇଥିଲେ। ଯେତେବେଳେ ମାମଲା ବଢିବାକୁ ଲାଗିଲା, ୟୁବିକା କ୍ଷମା ମାଗିଥିଲେ ଏବଂ କହିଥିଲେ ଯେ ସେ ସେହି ଶବ୍ଦର ଅର୍ଥ ଜାଣି ନାହାଁନ୍ତି। ଏହା ପରେ ଦଳିତ ଅଧିକାର କର୍ମୀ ରଜତ କଲସନ ଅନୁସୂଚିତ ଜାତି ଓ ଜନଜାତି ଆଟ୍ରୋସିଟି ଆକ୍ଟ ଅନୁଯାୟୀ ହାଂସିରେ ଅଭିନେତ୍ରୀଙ୍କ ବିରୋଧରେ ମାମଲା ଦାୟର କରିଥିଲେ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking