25.8 C
Bhubaneswar
Saturday, July 27, 2024
Homeଦେଶ ବିଦେଶଜିଲ୍ଲାପାଳଙ୍କ ଜନଶୁଣାଣି ଶିବିରରେ ମିଳୁନି ବିଅର ଅଭିଯୋଗ କରି ଚର୍ଚ୍ଚାରେ ଯୁବକ

ଜିଲ୍ଲାପାଳଙ୍କ ଜନଶୁଣାଣି ଶିବିରରେ ମିଳୁନି ବିଅର ଅଭିଯୋଗ କରି ଚର୍ଚ୍ଚାରେ ଯୁବକ

ହାଇଦ୍ରାବାଦ: ଜିଲ୍ଲାପାଳ ସାର୍ ଖରାଦିନ ହେଲାଣି ହେଲେ ଆମ ସହରରେ କିଙ୍ଗଫିସର ବିଅର ମିଳୁନି । ସ୍ଥାନୀୟ ମଦ ବ୍ୟବୟାୟୀ ଦୋକାନରେ ଏହି ବିଅର ରଖୁନାହାନ୍ତି । କିଙ୍ଗଫିସର ପାଇଁ ପଡୋଶୀ ସହରକୁ ଯିବାକୁ ପଡୁଛି । ଆଖପାଖର ବେଆଇନ ମଦ ଦୋକାନରେ ଯେତିକି ମିଳୁଛି ତାହା ବି ଉଚ୍ଚା ଦରରେ । ତେଣୁ ଆମ ସହରରେ ମଧ୍ୟ କିଙ୍ଗଫିସର ଉପଲବ୍ଧ କରାନ୍ତୁ । ଖରାଦିନ ଆରମ୍ଭ ହୋଇଥିବାବେଳେ ସହରରେ ପ୍ରିୟ ବ୍ରାଣ୍ଡର ବିଅର ନମିଳିବାରୁ ନିରାଶ ହୋଇ ଜନଶୁଣାଣି ଶିବିରରେ ଏପରି ଅଭିଯୋଗ କରିଛନ୍ତି ତେଲେଙ୍ଗାନା ଜଗତିୟାଲା ଜିଲ୍ଲାର ଜଣେ ବିଅର ପ୍ରେମୀ ଯୁବକ । ଯାହାକି ବର୍ତ୍ତମାନ ସମୟରେ ସୋସିଆଲ ମିଡିଆରେ ଚର୍ଚ୍ଚାର ବିଷୟ ପାଲଟିଛି । ସୂଚନା ଅନୁଯାୟୀ, ଗତ ସୋମବାର ଜଗତିୟାଲ ଜିଲ୍ଲାରେ ଜିଲ୍ଲା ପ୍ରଶାସନ ପକ୍ଷରୁ ଜନଶୁଣାଣି ଶିବିର ପ୍ରଜା ବାଣୀ ଆୟୋଜିତ ହୋଇଥିଲା । ଏଥିରେ ସାଧାରଣ ଲୋକମାନେ ନିଜ ନିଜର ସମସ୍ୟା ସମ୍ପର୍କରେ ଜଣାଇଥାନ୍ତି । ତେଣୁ ସ୍ଥାନୀୟ ଅଞ୍ଚଳର ବୀରାମ ରାଜେଶ ନାମକ ଜଣେ ଯୁବକ ମଧ୍ୟ ନିଜର ଅଭିଯୋଗ ଆଣି ଆସିଥିଲେ ।

ଯାହାକୁ ଶୁଣି ସମସ୍ତେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ । କାରଣ ସାଧାରଣତଃ ଲୋକମାନେ ଏଠାରେ ଜନସାଧାରଣଙ୍କ ସମସ୍ୟା ଓ କେହି କେହି ବ୍ୟକ୍ତିଗତ ସମସ୍ୟା ଜଣାଉଥିବା ବେଳେ ଏହି ଯୁବକ କିନ୍ତୁ କିଙ୍ଗଫିସର ବିଅର ପାଇଁ ଅଭିଯୋଗ କରିଥିଲେ । ରାଜେଶ ଉପଜିଲ୍ଲାପାଳଙ୍କୁ କହିଥିଲେ ଯେ, ସହରରେ କିଙ୍ଗଫିସର ବିଅର ମିଳୁନି । ସ୍ଥାନୀୟ ବ୍ୟବସାୟୀମାନେ ଏହି ବିଅର ରଖୁନାହାନ୍ତି । କିନ୍ତୁ ପାଖ ସହର କୋରୁତଲା ଏବଂ ଧର୍ମପୁରୀ ଅଞ୍ଚଳରେ ଏହା ବିକ୍ରୟ ହେଉଛି । ଗ୍ରାମଗୁଡିକରେ କେତେକ ବେଆଇନ ମଦ ଦୋକାନରେ ଯଦିଓ ଏହା ମିଳୁଛି କିନ୍ତୁ ତାହା ବି ଖୁବ୍ ଉଚ୍ଚା ଦାମରେ । ତେଣୁ ଜଗତିୟାଲାରେ କିଙ୍ଗଫିସର ବିଅର ଉପଲବ୍ଧତା ସୁନିଶ୍ଚିତ କରିବାକୁ ଯୁବକ ଜଣକ ଜିଲ୍ଲା ପ୍ରଶାସନକୁ ଅପିଲ୍ କରିଥିଲେ । ସେ ଆହୁରିମଧ୍ୟ କହିଥିଲେ ଯେ, ପ୍ରତିଦିନ ମଦ ପିଉଥିବା ଲୋକେ ୟୁରିକ ଏସିଡ ସମସ୍ୟା ଭୋଗୁଛନ୍ତି । ଏହି ସମସ୍ୟାର ସମାଧାନ କରିବାକୁ ମଧ୍ୟ ସେ ଉପଜିଲ୍ଲାପାଳଙ୍କୁ ନିବେଦନ କରିଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking