ପାରାଦୀପ: ପାରାଦୀପ ଆଦର୍ଶ ଥାନାର ପ୍ରାୟ ୫୦ ଫୁଟ୍ ଦୂରରେ ଶୁକ୍ରବାର ସକାଳେ ଜନୈକ ଯୁବକଙ୍କ ରକ୍ତ ଜୁଡୁବୁଡୁ୍ ଶବ ଦେଖିବାକୁ ମିଳିଥିଲା । ମୃତକ ହେଲେ କେନ୍ଦ୍ରାପଡା ଜିଲ୍ଲା ପଟ୍ଟାମୁଣ୍ଡାଇ ଥାନା ଅନ୍ତର୍ଗତ ଗଣ୍ଡାଖିଆ ନିକଟସ୍ଥ ଲୋକନାଥପୁର ଗ୍ରାମର ଟୁବୁଲା ଜେନା । ଖବର ପାଇ ପାରାଦୀପ ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ନିମାଇଁ ଚରଣ ସେଠୀ, ଥାନାଧିକାରୀ ସବ୍ୟସାଚୀ ରାଉତ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଥିଲେ ।
ଟୁବୁଲା ପାରାଦୀପ ବଡପଡିଆସ୍ଥିତ ଏକ ହୋଟେଲ୍ରେ ମେ’ ୫ ତାରିଖରେ ଆସି କାମ କରୁଥିଲେ । ହୋଟେଲ୍ ନିକଟରେ ଥିବା ଜୁସ୍ ସେଣ୍ଟରରେ ସେହି ଗ୍ରାମର ରମେଶ ଜେନା ଦୀର୍ଘବର୍ଷ ହେବ କାମ କରି ଆସୁଥିଲେ । ରମେଶଙ୍କ ଶାଳୀଙ୍କ ଟୁବୁଲାଙ୍କ ପ୍ରେମ ସମ୍ପର୍କ ଥିଲା । ରମେଶ ଏହାକୁ ବିରୋଧ କରି ଆସୁଥିଲେ । ଏହାକୁ ନେଇ ଦୁଇଜଣଙ୍କ ମଧ୍ୟରେ ଅନେକ ସମୟରେ ପାଟିତୁଣ୍ଡ ମଧ୍ୟ ହେଉଥିଲା । ଗୁରୁବାର ରାତିରେ ଉଭୟଙ୍କ ମଧ୍ୟରେ ପ୍ରବଳ ପାଟିତୁଣ୍ଡ ହୋଇଥିଲା । ଟୁବୁଲାଙ୍କୁ ଜୀବନରୁ ମାରିଦେବାକୁ ରମେଶ ଧମକ ଦେଇଥିଲେ । ଏ ସମ୍ପର୍କରେ ଗୁରୁବାର ରାତିରେ ଟୁବୁଲା ଘରକୁ ଫୋନ୍ କରି ତାଙ୍କ ମା’ଙ୍କୁ ଜଣାଇଥିଲେ ।
ଏହା ପରେ ହୋଟେଲ୍ ପଛପଟେ ଥିବା ତ୍ରିନାଥ ମଣ୍ଡପରେ ଟୁବୁଲା ଶୋଇଥିଲେ । ଟୁବୁଲା ଶୋଇବା ପରେ ରମେଶ ଏକ କୋଦାଲ ଓ ଛୁରୀ ସାହାଯ୍ୟରେ ବିଭତ୍ସ ଭାବେ ହତ୍ୟା କରିଥିଲେ । ଥାନାଧିକାରୀ ଶ୍ରୀ ରାଉତ ଅତି ଚତୁରତାର ସହିତ ରମେଶଙ୍କୁ ଟୁବୁଲା ସମ୍ପର୍କରେ ପଚାରିବା ସମୟରେ ହତ୍ୟାକାଣ୍ଡ ପଛରେ ସେ ମୁଖ୍ୟ କାର୍ପଟଦାର ଥିବା ମାନିଯାଇଥିଲେ ।