34.1 C
Bhubaneswar
Friday, October 18, 2024
Homeଓଡିଶାପାରିବାରିକ କଳହରୁ ଯୁବକଙ୍କ ଆତ୍ମହତ୍ୟା

ପାରିବାରିକ କଳହରୁ ଯୁବକଙ୍କ ଆତ୍ମହତ୍ୟା

ଜଗନ୍ନାଥପ୍ରସାଦ: ଜଗନ୍ନାଥପ୍ରସାଦ ଥାନା କୁମ୍ଭାର ସାହିର ଜନୈକ ଯୁବକ ରଶି ଲଗାଇ ଆତ୍ମହତ୍ୟା କରିଛନ୍ତି । ଯୁବକ ଜଣକ ହେଉଛନ୍ତି ତାମନାଡ଼ ଗ୍ରାମର କାର୍ତିକ ନାଇକ(୪୦) । ସୂଚନା ପ୍ରକାରେ ତାମନାଡ଼ ଗ୍ରାମର ମୃତ କାର୍ତ୍ତିକ ପରିବାରର ଗୁଜୁରାଣ ମେଣ୍ଟାଇବା ପାଇଁ ଏକ ପ୍ରାଇଭେଟ ଗାଡିରେ ହେଲପର ଭାବେ କାମ କରୁଥିଲେ । ସେ ଜଗନ୍ନାଥପ୍ରସାଦସ୍ଥିତ କୁମ୍ଭାର ସାହିର ମୃତ ରାମଚନ୍ଦ୍ର ନାଇକଙ୍କ ମଝିଆ ଝିଅ ଲଷ୍ମୀପ୍ରିୟା ନାଇକକୁ ବୈଦିକ ରୀତିରେ ବିବାହ କରିଥିଲେ ।

ପରିବାରରେ ଦୁଇ ପୁଅ ଓ ଏକ ଝିଅ ଅଛନ୍ତି । ପତ୍ନୀ ଲକ୍ଷ୍ମୀପ୍ରିୟାଙ୍କ କହିବା ଅନୁଯାଇ ଗତ ଦୁଇଦିନ ପୂର୍ବେ ତାମନଡ଼ା ଗ୍ରାମରେ ଉଭୟ ସ୍ୱାମୀ ଓ ସ୍ତ୍ରୀଙ୍କ ମଧ୍ୟରେ ବଚସା ହୋଇଥିଲା । ପରେ ଶ୍ୱଶୁର ଘର ଛାଡି ନିଜ ବାପା ଘରକୁ ଲଷ୍ମୀପ୍ରିୟା ଚାଲି ଆସିଥିଲେ । ତେଣୁ ଆଜି ମଧ୍ୟାହ୍ନରେ ମୃତ କାର୍ତିକ ଶ୍ୱଶୁର ଘରକୁ ଆସିଥିଲେ । ସେଠାରେ ସ୍ତ୍ରୀ ଲକ୍ଷ୍ମୀପ୍ରିୟାଙ୍କ ସହିତ ଝଗଡା ହୋଇଥିଲା । ଶ୍ୱଶୁର ଘର ଲୋକେ ନିକଟସ୍ଥ ବଜାରକୁ ଔଷଧ ପାଇଁ ଯାଇଥିବା ସମୟରେ ଘର ପାଖ ଏକ ଗଛରେ ରଶି ଲଗାଇ ଝୁଲି ପଡିଥିଲେ । ସାହିଲୋକ ଦେଖି ନିକଟସ୍ଥ ଥାନାକୁ ଖବର ଦେଇଥିଲେ । ସଙ୍ଗେ ସଙ୍ଗେ ଥାନାଧିକାରୀ ଅରୁଣ କୁମାର ସିଂ ଏବଂ ପୋଲିସ କର୍ମଚାରୀ ପହଞ୍ôଚ ଦମକଳ ବାହିନୀକୁ ଖବର ଦେଇଥିଲେ । ଦମକଳ ବାହିନୀ ସାହାର୍ଯ୍ୟରେ ମରଶରୀରକୁ ବାହାର କରାଯାଇଥିଲା । ଥାନାରେ ଏକ ମାମଲା ରୁଜୁ କରିବା ସହ ଶବକୁ ବ୍ୟବଛେଦ ପାଇଁ ଭଞ୍ଜନଗରକୁ ପଠାଇ ଦିଆଯାଇଥିବା ତଦନ୍ତ କରି ଅଧିକାରୀ ପ୍ରଭାତ କୁମାର ସୁବୁଦ୍ଧି ସୂଚନା ଦେଇଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking