27.6 C
Bhubaneswar
Wednesday, April 15, 2026
Homeଅପରାଧଯୁବକ ହତ୍ୟା ମାମଲା: ୭ ଗିରଫ

ଯୁବକ ହତ୍ୟା ମାମଲା: ୭ ଗିରଫ

ହାଇଦ୍ରାବାଦ: ଯୁବକକୁ ଛୁରୀରେ ହତ୍ୟା ଅଭିଯୋଗରେ ସାନ୍ତୋଶ ନାଗର ପୋଲିସ ୭ଜଣଙ୍କୁ ଗିରଫ କରିଛି। ପୋଲିସ କହିଛି ଯେ ଅଭିଯୁକ୍ତମାନେ ମୋହିତ ଖାନଙ୍କୁ ନଭେମ୍ବର ୨୦ ରେ ଛାତିର ବାମ ପାର୍ଶ୍ୱରେ ଏବଂ ପେଟର ଡାହାଣ ପାର୍ଶ୍ୱରେ ଛୁରୀ ଭୁସି ହତ୍ୟା କରିଥିଲେ। ଖାନ ଭୂମିରେ ପଡ଼ିଥିବାର ଦେଖିବା ପରେ ଅଭିଯୁକ୍ତମାନେ ଘଟଣାସ୍ଥଳରୁ ପଳାଇ ଯାଇଥିଲେ। ପୋଲିସ କହିଛି ଯେ ଜଣେ ଯୁବକ ନିଜ ବନ୍ଧୁଙ୍କ ଜନ୍ମଦିନ ଉତ୍ସବରେ କେକ୍ କାଟିବା ପାଇଁ ଛୁରୀ ଆଣିଥିଲେ ।ସୂଚନା ଅନୁଯାଇ , ପାର୍ଟି ଶେଷ ହେବା ପରେ, ସମସ୍ତ ଅଭିଯୁକ୍ତ କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ ଯେଉଁଠାରେ ମୃତ ଯୁବକ ମଧ୍ୟ ଉପସ୍ଥିତ ଥିଲେ। କିଛି କଥା କୁ ନେଇ ଯୁକ୍ତି ତର୍କ ହେବା ସହ ମାରପିଟ ମଧ୍ୟ ହୋଇଥିଲା ପରେ ଛୁରୀରେ ଯୁବକଙ୍କୁ ହତ୍ୟା କରିଥିବା ନେଇ ପୋଲିସ କହିଛି। ଏ ନେଇ ଆଜି ୯ ଜଣ ଅଭିଯୁକ୍ତଙ୍କ ମଧ୍ୟରୁ ୭ ଜଣଙ୍କୁ ଗିରଫ କରାଯାଇଥିବା ପୋଲିସ ସୂଚନା ଦେଇଛି ।

 

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking