38.1 C
Bhubaneswar
Tuesday, April 23, 2024
Homeଓଡିଶାଆଜିର ଦିନଟି ଆପଣଙ୍କର କେମିତି କଟିବ ଆସନ୍ତୁ ଜାଣିବା...

ଆଜିର ଦିନଟି ଆପଣଙ୍କର କେମିତି କଟିବ ଆସନ୍ତୁ ଜାଣିବା…

ମେଷ : କର୍ମକ୍ଷେତ୍ରରେ ଅଶାନ୍ତି ସଙ୍ଗେ ସଙ୍ଗେ ବ୍ୟବସାୟରେ କ୍ଷତି ହୋଇପାରେ । ପୈତୃକ ସମ୍ପତ୍ତି ପାଇଁ କଳହ ଲାଗିପାରେ । ରକ୍ତ ଚାପ ରୋଗରେ ଆପଣ କଷ୍ଟ ପାଇପାରନ୍ତି । ମହିଳାମାନେ ଅଶାନ୍ତି ଓ ଛାତ୍ରଛାତ୍ରୀମାନେ ଚିନ୍ତିତ ରହି କାର୍ଯ୍ୟ କରିପାରନ୍ତି ।
ବୃଷ : ଶାରୀରିକ ଅସୁସ୍ଥତା ଭୋଗି ପାରନ୍ତି । କର୍ମକ୍ଷେତ୍ରରେ ଅଶାନ୍ତି ଦେଖା ଦେଇପାରେ । ପାରିବାରିକ କ୍ଷେତ୍ରରେ କଳହ ଦେଖାଦେବ । ମହିଳାମାନେ କୌଣସି କର୍ମ ସଂସ୍ଥାରେ ଯୋଗଦେଇପାରନ୍ତି । ଛାତ୍ରୀଛାତ୍ରମାନେ ଉପକୃତ ହେବେ ।
ମିଥୁନ : ଆଜି ବ୍ୟବସାୟରେ ଲାଭବାନ ହେବେ । ଭୂମି ଯାନବାହାନ ଇତ୍ୟାଦି ବିକ୍ରୟର ସୁଯୋଗ ଆସିବ । ଶାରୀରିକ ସୁସ୍ଥତା ଦୂରହେବ । ପାରିବାରିକ ଅଶାନ୍ତି ବୃଦ୍ଧି ପାଇବ ।
କର୍କଟ : ଆଜି ଆପଣଙ୍କ ପାଇଁ ଶୁଭନୁହେଁ । ପାରିବାରିକ ଅଶାନ୍ତି ଦେଖାଦେବ । କର୍ମକ୍ଷେତ୍ରରେ ଉପସ୍ଥିତ କର୍ମଚାରୀଙ୍କ ଦ୍ୱାରା ଅସୁବିଧାରେ ପଡ଼ିବେ । ବ୍ୟବସାୟରେ ଲାଭ ଅପେକ୍ଷା କ୍ଷତି ଅଧିକ ହେବ । ମହିଳା ଓ ଛାତ୍ରଛାତ୍ରୀମାନେ ସତର୍କ ରହିବା ଭଲ ।
ସିଂହ : ଆଜି କୌଣସି ଆଘାତ କିମ୍ବା ଦୁର୍ଘଟଣାରେ ଶିକାର ହୋଇପାରନ୍ତି । ବ୍ୟବସାୟରେ ଲାଭକ୍ଷତି ସମାନ ରହିବ । କର୍ମକ୍ଷେତ୍ରରେ ଉନ୍ନତିର ଆଶା କମ । ଆର୍ôଥକ ଅଭାବ ଦେଖାଦେଇପାରେ । ବନ୍ଧୁମାନଙ୍କ ଦ୍ୱାରା ହଇରାଣ ହୋଇପାରନ୍ତି ।
କନ୍ୟା : ବ୍ୟବସାୟରେ ଲାଭବାନ ହେବେ । ଗୃହ ଓ ଭୂମି କ୍ରୟର ସୁଯୋଗ ଆସିବ । ଆର୍ଥିକ ଉନ୍ନତି ହେବ । ବିଭିନ୍ନ ସମସ୍ୟାର ସମାଧାନ ହେବ । ପାରବାରିକ ଶାନ୍ତି ବୃଦ୍ଧି ପାଇବ ।
ତୁଳା : କର୍ମକ୍ଷେତ୍ରରେ ଉନ୍ନତି ହେବେ । ବାଧାବିଘ୍ନ ଦୁର ହୋଇ ଲାଭପ୍ରଦ ପରିସ୍ଥିତି ଉପୁଜିବ । ପାରବାରିକ ଚିନ୍ତା ବୃଦ୍ଧି ପାଇବ । ଅତ୍ୟଧିକ ପରିଶ୍ରମ ଦ୍ୱାରା ସାମାନ୍ୟ ସଫଳତା ମିଳିବ ।
ବିଛା: ଆଜି ବିଭିନ୍ନ ସମସ୍ୟାର ସମାଧାନ ହେବ । ରୋଜଗାର ପାଇବେ । ମାନସମ୍ମନା ବୃଦ୍ଧି ପାଇବ । ପାରିବାରିକ ଶାନ୍ତି ବୃଦ୍ଧି ପାଇବ । ଦୂରଯାତ୍ରା ଯୋଗ ଅଛି । ଛାତ୍ରଛାତ୍ରୀମାନେ ପଢ଼ାରେ ମନ ଦେବେ ।
ଧନୁ: କର୍ମକ୍ଷେତ୍ରରେ ବିଶିଷ୍ଟ ବ୍ୟକ୍ତିଙ୍କ ସହ ସୁସମ୍ପର୍କ ଯୋଗୁ ଲାଭବାନ ହେବେ । ଆର୍ôଥକ ସ୍ଥିତିରେ ଉନ୍ନତି ହେବ । ବ୍ୟବସାୟରେ ବାଧାବିଘ୍ନ ଦୂର ହେବ । ସମ୍ମାନିତ ହୋଇପାରନ୍ତି ।
ମକର: କୌଣସି କ୍ଷେତ୍ରରେ ଅର୍ଥଲାଭ ହୋଇପାରେ । ଭୂ-ସମ୍ପତ୍ତି କିଣା ବିକା କରିପାରନ୍ତି । କର୍ମକ୍ଷେତ୍ରରେ ଶାନ୍ତି ଓ ପଦୋନ୍ନତି ପାଇବେ । ବ୍ୟବସାୟରେ ଲାଭବାନ ହେବେ । ମହିଳାମାନେ ଓ ଛାତ୍ରଛାତ୍ରୀମାନେ ଖୁସିରେ ରହିବେ ।
କୁମ୍ଭ: ଶାରୀରିକ ଅସୁସ୍ଥ ରହିବ । ଦୁର୍ଘଟଣା ଘଟିପାରେ । କର୍ମକ୍ଷେତ୍ରରେ ସମ୍ମାନ ହାନି ହୋଇପାରେ । ବ୍ୟବସାୟ କ୍ଷେତ୍ରରେ ମାଲିମୋକଦ୍ଦମା ଲାଗିପାରେ । ପାରିବାରିକ ଅଶାନ୍ତି ଲାଗି ରହିବ । ମହିଳା ଓ ଛାତ୍ରଛାତ୍ରୀମାନେ କ୍ଷତିର ସମ୍ମୁଖୀନ ହେବେ ।
ମୀନ: ଆପଣ କଷ୍ଟ ଭୋଗିପାରନ୍ତି । କର୍ମକ୍ଷେତ୍ରରେ ଉନ୍ନତି ଆସିପାରେ । ବ୍ୟବସାୟ କ୍ଷେତ୍ରରେ ଲାଭବାନ ହୋଇପାରିବେ । ମାଙ୍ଗଳିକ କାର୍ଯ୍ୟ କରିବାକୁ ଆଗେଇବେ । ଦୂରଯାଗା ଯାଇପାରନ୍ତି । ମହିଳାମାନେ ଶାରୀରିକ କଷ୍ଟ ପାଇପାରନ୍ତି ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking