26.1 C
Bhubaneswar
Friday, July 4, 2025
Homeଦେଶ ବିଦେଶଚାକିରି ନ ହେବାରୁ ଜୀବନ ହାରିଲେ ଯୁବକ

ଚାକିରି ନ ହେବାରୁ ଜୀବନ ହାରିଲେ ଯୁବକ

ନୂଆଦିଲ୍ଲୀ: ଚାକିରି ପାଇଁ ଜୀବନ ହାରିଲେ ଯୁବକ। ଚାକିରି ନ ହେବାରୁ ଜୀବନ ଜିଇଁବାର ଆଶା ଛାଡି ଦେଇ ବିଷ ଖାଇ ଆତ୍ମହତ୍ୟା କରିଛନ୍ତି ଯୁବକ ।  ଗତ ୩ବର୍ଷ ଧରି ତ୍ରିନାଥ ପ୍ରତିରକ୍ଷା ବିଭାଗ,ପାରା ମିଲିଟାରୀ ସମେତ ଓଡିଶା ପୋଲିସର ବିଭିନ୍ନ ପଦ ପଦବୀ ପାଇଁ ପରୀକ୍ଷା ଦେଇଥିଲେ ମଧ୍ଯ ତାଙ୍କୁ ସଫଳତା ମିଳି ନ ଥିଲା । ଚଳିତ ବର୍ଷ ଫେବ୍ରୁଆରୀ ମାସରେ ଓଡିଶା ପୋଲିସର  କନେଷ୍ଟବଳ ପଦବୀ ପାଇଁ ମଧ୍ଯ ଆବେଦନ କରି ପରୀକ୍ଷା ଦେଇଥିଲେ । ପରୀକ୍ଷାରେ ଫଳାଫଳ ମାର୍ଚ୍ଚ ମାସ ୧୭ ତାରିଖରେ ପ୍ରକାଶ ପାଇବା ପରେ ତାଙ୍କ ନାମ ଲିଷ୍ଟରେ ନଥିବା ଜାଣି ହତାଶ ହୋଇଥିଲେ । ବାରମ୍ବାର ଅସଫଳତା ସତ୍ତ୍ବେ ସେ ଅଧିକାଂଶ ସମୟ ଅବସାଦରେ ମଧ୍ୟ ରହୁଥିଲେ।

ଚାକିରି ପାଇଁ ବାରମ୍ବାର ପରୀକ୍ଷା ଦେଇଥିଲେ ମଧ୍ଯ ଚାକିରି ହେଲା ନାହିଁ । ଶେଷରେ ହତାଶ ହୋଇ ମାନସିକ ଭାରସାମ୍ୟ ହରାଇ ବିଷ ଖାଇଦେଲେ ଯୁବକ । ଏଭଳି ଦୁଃଖଦ ଘଟଣା ଘଟିଛି କେନ୍ଦୁଝର ଜିଲ୍ଲାର ଘସିପୁରା ଥାନା ରେକୁଟିଆ ଗାଁରେ ।  ଯାହାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳି ଯାଇଛି । ମୃତକ ରେକୁଟିଆ ଗାଁର ଅଜୟ କୁମାର ନାୟକଙ୍କ ଏକମାତ୍ର ପୁଅ ତ୍ରିନାଥ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking