27.1 C
Bhubaneswar
Saturday, July 27, 2024
Homeଦେଶ ବିଦେଶଏୟାରପୋର୍ଟରେ ନକଲି ଡକ୍ୟୁମେଣ୍ଟ ବ୍ୟବହାର କରି ଯୁବକ ଗିରଫ

ଏୟାରପୋର୍ଟରେ ନକଲି ଡକ୍ୟୁମେଣ୍ଟ ବ୍ୟବହାର କରି ଯୁବକ ଗିରଫ

ବ୍ୟୁରୋ : ଦିଲ୍ଲୀର ପାଲାମ ଏୟାରପୋର୍ଟ ରେ ନକଲି ଡକ୍ୟୁମେଣ୍ଟ ବ୍ୟବହାର କରି ଜଣେ ବ୍ୟକ୍ତି ଗିରଫ ହୋଇଛନ୍ତି । ଅଭିଯୁକ୍ତ ଜଣକ ଦକ୍ଷିଣ ପଶ୍ଚିମ ଦିଲ୍ଲୀର ମାଲାକଗଞ୍ଜର ବିନାୟକ ଚଡ୍ଡା । ବୟସ ୩୯ ବର୍ଷ ବୋଲି ଜଣା ପଡିଛି । ବ୍ୟକ୍ତି ଜଣକ ବାୟୁସେନା ୱିଙ୍ଗ କମାଣ୍ଡର ଭାବରେ ନିଜକୁ ପରିଚୟ ଦେଇ ହାଇ-ସିକ୍ୟୁରିଟି ଜୋନ୍ ଭିତରେ ଧରାପଡିଥିଲେ । ଫେବୃଆରୀ ୨୧ ସନ୍ଧ୍ୟାରେ ବାୟୁସେନା ଷ୍ଟେସନର ସୁରକ୍ଷା କର୍ମୀମାନେ ଅଭିଯୁକ୍ତକୁ ଅନଧିକୃତ ପ୍ରବେଶ କରିବାକୁ ଚେଷ୍ଟା କରୁଥିବାବେଳେ ଧରିଥିଲେ। ବ୍ୟକ୍ତି ଜଣକ ଗୋଟିଏ ସୁରକ୍ଷା ସୀମା ଭଙ୍ଗ କରିବାରେ ସଫଳ ହୋଇଥିଲେ କିନ୍ତୁ ଦ୍ୱିତୀୟ ସୁରକ୍ଷା ସ୍ତରରେ ପହଞ୍ଚିବା ପରେ ବାୟୁସେନା କର୍ମଚାରୀମାନେ ତାଙ୍କୁ ଶୀଘ୍ର କାବୁକରି ନେଇଥିଲେ । ଅନୁପ୍ରବେଶକାରୀଙ୍କୁ ଅଟକାଇବା ପରେ ବାୟୁସେନା କର୍ମଚାରୀମାନେ ଏନେଇ ଦିଲ୍ଲୀ ପୋଲିସକୁ ସୂଚନା ଦେଇଥିଲେ । ଗିରଫ ସମୟରେ ବ୍ୟକ୍ତି ଜଣଙ୍କ ପାଖରେ ପାଞ୍ଚଟି ନକଲି ପରିଚୟପତ୍ର ଥିବା ଜଣାପଡିଛି । ତାଙ୍କୁ ଏନେଇ ପଚରାଉଚରା ବେଳେ ସେ କହିଛନ୍ତି ଯେ ଯେ ସେ ବାୟୁସେନା ଡେଣ୍ଟାଲ ହସପିଟାଲରେ ଚିକିତ୍ସା କରିବାକୁ ଚାହୁଁଛନ୍ତି, ତେଣୁ ନକଲି ପରିଚୟ ବ୍ୟବହାର କରି ସେ ପ୍ରବେଶ କରିବାକୁ ଚେଷ୍ଟା କରୁଥିଲେ । ଏହି ଘଟଣାକୁ ନେଇ ଡେପୁଟି କମିଶନର ରୋହିତ ମୀନା କହିଛନ୍ତି, “ଆମେ ସୁରକ୍ଷା ଉଲ୍ଲଂଘନକୁ ଅତି ଗୁରୁତର ସହ ନେଇଥାଉ, ବାୟୁସେନା ପକ୍ଷରୁ ସୁରକ୍ଷା ବ୍ୟବସ୍ଥାକୁ କଡାକଡି କାର‌୍ୟ୍ୟକାରୀ ହୋଇଥାଏ। ଯେପରିକି କୌଣସି ବ୍ୟକ୍ତି ଏହି ସୁରକ୍ଷା ବ୍ୟବସ୍ଥାକୁ ଉଲ୍ଲଘଂନ କରିପାରିବ ନାହିଁ । ଯିଏ ଏହି ସୁରକ୍ଷା ବ୍ୟବସ୍ଥାକୁ ଉଲ୍ଲଘଂନ କରିବ ତାହା ପ୍ରତି ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କହିଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking