20.1 C
Bhubaneswar
Wednesday, December 25, 2024
Homeଦେଶ ବିଦେଶବୋମା ବିସ୍ଫୋରଣରେ ରାମ ମନ୍ଦିରକୁ ଉଡାଇଦେବାକୁ ଧମକ ଦେଇ ଯୁବକ ଗିରଫ

ବୋମା ବିସ୍ଫୋରଣରେ ରାମ ମନ୍ଦିରକୁ ଉଡାଇଦେବାକୁ ଧମକ ଦେଇ ଯୁବକ ଗିରଫ

ପାଟଣା : ବୋମା ବିସ୍ଫୋରଣ କରି ଅଯୋଧ୍ୟାରେ ତିଆରି ହୋଇଥିବା ଭବ୍ୟ ରାମ ମନ୍ଦିରକୁ ଉଡାଇଦେବି। ମୁଁ ଅଣ୍ଡରୱାଲ୍ଡ ଡନ୍‌‌ ଦାଉଦ ଇବ୍ରାହିମର ସହଯୋଗୀ ବୋଲି ଜଣେ ଯୁବକ ପୁଲିସକୁ ଫୋନ୍‌‌ କରି ଏହି ଧମକ ଦେଇଥିବା ଘଟଣା ସାମ୍ନାକୁ ଆସିଛି। ପୁଲିସ ଉକ୍ତ ଯୁବକକୁ ଗିରଫ କରି ସାରିଛି।ସୂଚନା ଯୋଗ୍ୟ, ବିହାରର ଅରରିଆ ଜିଲାର ଜଣେ ୨୧ ବର୍ଷୀୟ ଯୁବକ ପୁଲିସଙ୍କୁ ଫୋନ୍‌‌ କରି ଅଯୋଧ୍ୟାରେ ତିଆରି ହୋଇଥିବା ଭବ୍ୟ ରାମ ମନ୍ଦିରକୁ ବୋମା ବିସ୍ଫୋରଣରେ ଉଡାଇଦେବାକୁ ଧମକ ଦେଇଛି। ପୁଲିସ ଉକ୍ତ ଯୁବକଙ୍କୁ ଗିରଫ କରିଛି। ଅଭିଯୁକ୍ତ ନାମ ଇନ୍ତେଖାବ ଆଲମ। ସେ ମାନସିକ ରୂପରେ ଅସୁସ୍ଥ ବୋଲି ଜଣାପଡିଛି।

ଯୁବକ ଜଣକ ଧମକ ଦେବା ସମୟରେ ନିଜକୁ ଅଣ୍ଡରୱାଲ୍ଡ ଡନ୍‌‌ ଦାଉଦ ଇବ୍ରାହିମର ସହଯୋଗୀ ବୋଲି ନିଜ ପରିଚୟ ଦେଇଥିଲା। ଏହାପରେ ବୋମା ବିସ୍ଫୋରଣ କରି ଅଯୋଧ୍ୟାରେ ତିଆରି ହୋଇଥିବା ରାମ ମନ୍ଦିରକୁ ଉଡାଇଦେବାକୁ ଧମକ ଦେଇଥିଲା। ଏହି ଧମକ ମିଳିବା ପରେ ପୁଲିସ ତୁରନ୍ତ ତଦନ୍ତ ଆରମ୍ଭ କରି ଅଭିଯୁକ୍ତ ନିକଟରେ ପହଞ୍ଚି ତାକୁ ଗିରଫ କରିଥିଲା। ଅଭିଯୁକ୍ତକୁ ଶନିବାର ବିଳମ୍ବିତ ରାତିରେ ଗିରଫ କରାଯାଇଥିଲା। ଜାନୁଆରୀ ୧୯ରେ ଆଲମ ଜରୁରୀକାଳୀନ ନମ୍ବର ୧୧୨କୁ ପୁଲିସକୁ ଫୋନ୍‌‌ କରି ଏପରି କହିଥିଲା।

ସୋମବାର ଅଯୋଧ୍ୟାରେ ଭବ୍ୟ ରାମ ମନ୍ଦିର ପ୍ରାଣ ପ୍ରତିଷ୍ଠା ପାଇଁ ଉତ୍ସବ ମୁଖ ପରିବେଶ ସହ ଏଥିରେ ଅନେକ ରାଜନେତା, ଅଭିନେତା ଅଭିନେତ୍ରୀ ,ପ୍ରସିଦ୍ଧ ବ୍ୟବସାୟୀ, ଉଦ୍ୟୋଗପତି, ପ୍ରସିଦ୍ଧ କଳାକାର,ଖେଳାଳୀଙ୍କ ସହିତ ୭,୦୦୦ରୁ ଅଧିକ ବିଶିଷ୍ଟ ଲୋକେ ସାମିଲ ହୋଇଛନ୍ତି।

 

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking