ଖଲ୍ଲିକୋଟ: ଖଲ୍ଲିକୋଟ ବ୍ଲକ ଅନ୍ତର୍ଗତ ଦାନପୁର ଗ୍ରାମରେ ବିଷାକ୍ତ ଦ୍ରବ୍ୟ ପାନ କରି ଜଣେ ଯୁବତୀ ଆତ୍ମହତ୍ୟା କରିଥିବା ସୂଚନା ମିଳିଛି । ମିଳିଥିବା ସୂଚନା ଅନୁଯାୟୀ ଗୁରୁବାର ସନ୍ଧ୍ୟାରେ ଦାନପୁର ଗ୍ରାମର ବର୍ଷା ଡାକୁଆ ନାମକ ଜଣେ ଯୁବତୀ କୌଣସି ଏକ କାରଣକୁ ନେଇ ନିଜ ଘରେ ବିଷାକ୍ତ ଦ୍ରବ୍ୟ ପାନ କରି ଦେଇଥିଲେ । ଏ ସମ୍ପର୍କରେ ପରିବାର ଲୋକେ ଜାଣିବା ପରେ ତୁରନ୍ତ ବର୍ଷାଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ଚିକିତ୍ସା ପାଇଁ ଖଲ୍ଲିକୋଟ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ଆଣିଥିଲେ ।
ସେଠାରେ ଚିକିତ୍ସାଧିନ ଅବସ୍ଥାରେ ଯୁବତୀଙ୍କ ମୃତ୍ୟୁ ହୋଇଥିବା ଜଣାପଡିଛି । ଏ ସମ୍ପର୍କରେ ମେଡିକାଲ ପକ୍ଷରୁ ପୋଲିସକୁ ଜଣାଇବା ପରେ ଆଜି ପୋଲିସ ମେଡ଼ିକାଲରେ ପହଞ୍ôଚ ଶବକୁ ଜବତ କରିଛି । ଏନେଇ ଥାନାରେ ଏକ ଅପମୃତ୍ୟୁ ମାମଲା ରୁଜୁ ହୋଇଛି । ଶବ ବ୍ୟବଚ୍ଛେଦ ପାଇଁ ପଠାଯାଇଥିବା ବେଳେ ଯୁବତୀ ଜଣଙ୍କ କେଉଁ କାରଣ ପାଇଁ ଆତ୍ମହତ୍ୟା କଲେ ତାହାର କାରଣ ବର୍ତ୍ତମାନ ସୁଦ୍ଧା ଜଣା ପଡିନାହିଁ । ତେବେ ପୋଲିସ ଘଟଣାର ତଦନ୍ତ ଜାରି ରଖିଥିବା ସୂଚନା ମିଳିଛି ।