ଭୁବନେଶ୍ୱର : ରାଜ ରାସ୍ତାରେ ଆୟୁଷ ଡାକ୍ତର । ବର୍ଷାକୁ ଖାତିର ନାହିଁ । ବର୍ଷାକୁ ଖାତିର ନକରି ଦାବି ପୂରଣ ପାଇଁ ବର୍ଷାରେ ଭିଜି ଭିଜି ସରକାରଙ୍କୁ ପ୍ରତିବାଦ ଜଣାଇଛନ୍ତି । ଓଡିଶା ଆୟୁଷ ଡକ୍ଟର ମିଳିତ କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ଲୋଏର ପିଏମଜିରେ ଧାରଣାକୁ ଓହ୍ଲାଇଛନ୍ତି ଶହଶହ ଆୟୁଷ ଡକ୍ଟର । ତିନୋଟି ଗ୍ରୁପରେ ଆୟୁଷ ଡକ୍ଟର କାମ କରୁଥିଲେ ବି ଏଯାଏଁ ମାତ୍ର ୩୩ ହଜାର ଟଙ୍କା ଦରମା ମିଳୁଛି । ଠିକାରେ କାମ କରୁଥିବା ନିୟମିତ ଦାବି ଏଥିପାଇଁ ନିୟମିତ ଦାବି କରିଛନ୍ତି । ଏବଂ ପୂର୍ୱରୁ ରାଜ୍ୟ ସରକାର ପଦକ୍ଷେପ ନେଇନଥିବା ବେଳେ ନୂଆ ସରକାର ଦାବି ଶୁଣନ୍ତୁ ବୋଲି ଗର୍ଜିଛନ୍ତି । ଆୟୁଷ ଡକ୍ଟରଙ୍କ ସହ ବିଜେପି ଦଳୀୟ ନେତା ଯୋଗ ଦେଇଥିଲେ ।










