18.1 C
Bhubaneswar
Monday, December 16, 2024
Homeଓଡିଶାଆହୁରି କଲବଲ କରିବ ତାତି

ଆହୁରି କଲବଲ କରିବ ତାତି

ଭୁବନେଶ୍ୱର: ଗତ କିଛି ଦିନ ହେବ ରାଜ୍ୟରେ ଜାରି ରହିଛି ପ୍ରଚଣ୍ତ ଗ୍ରୀଷ୍ମ ପ୍ରବାହ । ଡ଼ହଡ଼ହ ଖରାରେ ସନ୍ତୁଳି ହେଉଛି ସାରା ଓଡିଶା । ଅସହ୍ୟ ଖରା ସାଙ୍ଗକୁ ଗରମ ଓ ଗୁଳୁଗୁଳିରେ ଆଉଟୁ ପାଉଟୁ ହେଉଛନ୍ତି ଲୋକେ । ସ୍ଥିତି ଏମିତି ହେଉଛି ଯେ ଦିନ ୧୦ ପରେ ଘରୁ ବାହାରିବା ମୁସ୍କକିଲ ହୋଇପଡୁଛି । ଖାଲି ଏତିକି ନୁହେଁ ୧୨ଟା ବେଳକୁ ରାସ୍ତାଘାଟ ମଧ୍ଯ ଶୂନଶାନ ହୋଇପଡୁଛି । ଅତି ଜରୁରୀ ନ ହେଲେ ଲୋକେ ବାହାରକୁ ବାହାରିବା କଥା ଚିନ୍ତା ମଧ୍ୟ କରୁନାହାନ୍ତି । ଗୁରୁବାର ଦିନ ରାଜ୍ୟର ୧୬ଟି ସହରର ତାପମାତ୍ରା ୪୦ ଡ଼ିଗ୍ରୀ ଉପରେ ଥିବା ନେଇ ଆଞ୍ଚଳିକ ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।

ସେପଟେ ୪୩.୪ ଡିଗ୍ରୀ ସହ ବୌଦ୍ଧ ଓ ଝାରସୁଗୁଡ଼ା ସବୁଠାରୁ ଉତ୍ତପ୍ତ ସହର ରହିଥିଲା । ଅନ୍ୟପଟେ ସମ୍ବଲପୁରର ସର୍ବୋଚ୍ଚ ତାପମାତ୍ରା  ୪୩.୦୩, ହୀରାକଦ ୪୨.୦୩, ସୁନ୍ଦଗଡ଼ରେ ୪୨.୦୧,  ରାଉଲକେଲା ୪୨.୦୨, ଅନୁଗୁଳ ୪୧.୦୭, ସୋନପୁର ୪୧.୦୩, ବଲାଙ୍ଗୀର ୪୧.୦୨, ଟିଟିଲାଗଡ଼ ୪୧.୦, ତାଳଚେର ୪୧.୦, ନୂଆପଡ଼ା ୪୧.୦, ବାରିପଦା ୪୦.୦୬, ବରଗଡ଼ ୪୦.୦୨, ନୟାଗଡ଼ ୪୦.୦୨ ଓ ମାଲକାନଗିରିରେ ତାପମାତ୍ରା ୪୦.୦ ଡ଼ିଗ୍ରୀ ପାର କରିଥିଲା ।

ସୂଚନାଯୋଗ୍ୟ, ଆସନ୍ତା ୧୩ ତାରିଖରୁ ତାତି ଆହୁରି ବଢିବ ବୋଲି ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ପୂର୍ବାନୁମାନ କରାଯାଇଛି । ବର୍ତ୍ତମାନ ରାଜ୍ୟର ଅଧିକାଂଶ ସ୍ଥାନରେ ତାପମାତ୍ରା ୪୦ ଡ଼ିଗ୍ରୀ ଉପରେ ରହୁଥିବା ବେଳେ ଆସନ୍ତା ୫ ଦିନ ପର୍ଯ୍ୟନ୍ତ ଆଭ୍ୟନ୍ତରୀଣ ଓଡ଼ିଶାର କେତେକ ସ୍ଥାନରେ ତାପମାତ୍ରା ୪୦ ଡିଗ୍ରୀ ଉପରେ ରହିବ ବୋଲି ବିଭାଗ ପକ୍ଷରୁ ପୂର୍ବାନୁମାନ କରାଯାଇଛି । ଅନ୍ୟପଟେ ଦକ୍ଷିଣ-ପୂର୍ବ ବଙ୍ଗୋପସାଗରେ ସୃଷ୍ଟି ହୋଇଛି ବାତ୍ୟା “ମୋକା” । ଏହା ଉତ୍ତର- ଉତ୍ତର ପଶ୍ଚିମ ଆଡକୁ ଗତି କରୁଥିବା ବେଳେ ଆଜି ମଧ୍ଯ ରାତ୍ରିରେ ଭୀଷଣ ବାତ୍ୟାର ରୂପ ନେବ ।

ଏହାପରେ ସେ ଦିଗ ପରିବର୍ତ୍ତନ କରିବ। ଉତ୍ତର- ଉତ୍ତର ପୂର୍ବ ଦିଗରେ ଗତି କରି ୧୨ ତାରିଖ ସକାଳ ସୁଦ୍ଧା ଅତି ଭୀଷଣ ବାତ୍ୟାର ରୂପ ନେବ । ପରେ ୧୩ ତାରିଖ ସଂଧ୍ଯା ସୁଦ୍ଧା ଏହା ବଳ ଗୋଟାଇ ଶକ୍ତିଶାଳୀ ବାତ୍ୟାର ରୂପ ନେବ । ଏହାପରେ ଦକ୍ଷିଣ-ପୂର୍ବ ବାଂଲାଦେଶ ଓ ଉତ୍ତର ମିଆଁମାର ଉପକୂଳ ଦେଇ ବାଂଲାଦେଶର କକ୍ସସ ବାଜାର ଦେଇ ଆଗକୁ ବଢିବ । ୧୪ ତାରିଖ ବେଳକୁ ଏହା ସ୍ଥଳଭାଗ ଛୁଇଁବ । ଏହି ସମୟରେ ପବନରେ ବେଗ ଘଣ୍ଟାପ୍ରତି ୧୪୦ରୁ ୧୫୦ କିମି ରହିବ । ଓଡିଶା ଉପରେ ବାତ୍ୟା ମୋକାର କୌଣସି ପ୍ରଭାବ ପଡ଼ିବ ନାହିଁ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking