31.1 C
Bhubaneswar
Wednesday, April 29, 2026
Homeଦେଶ ବିଦେଶ ରୌପ୍ୟ ପଦକ ହାସଲ କଲେ ଡୋଲାମଣି

 ରୌପ୍ୟ ପଦକ ହାସଲ କଲେ ଡୋଲାମଣି

ପାଟଣାଗଡ଼: ବଲାଙ୍ଗିର ଜିଲ୍ଲା ପାଟଣାଗଡ଼ ବ୍ଲକ କୁତୁମୁଣ୍ଡା ଗାଁ ର ଡୋଲାମଣି ଚିରଗୁନ ବୟସ ୧୮ ବର୍ଷ । ଗାଁ ସ୍କୁଲରେ ପଢିଲା ବେଳେ ଦୌଡ଼ ପ୍ରତି ସଉକ ରଖିଥିବା ବେଳେ ବିଭିନ୍ନ ଦୌଡ଼ ପ୍ରତିଯୋଗିତାରେ ବିଜୟଲାଭ କରି ହାସଲ କରିଛନ୍ତି ଅନେକ ମେଡାଲ ଓ ଟ୍ରଫି । ସ୍କୁଲରେ ପଢିଲା ଦିନୁ ଦୌଡ଼ ପ୍ରତି ରୁଚି ରଖିଥିବା ଡୋଲାମଣି ସ୍କୁଲ, ବ୍ଲକ, ଜିଲ୍ଲା ଓ ରାଜ୍ୟରେ ଦୌଡ଼ ପ୍ରତିଯୋଗିତାରେ ପ୍ରଥମସ୍ଥାନ ଅଧିକାର କରିବା ପରେ ଖେଲୋ ଇଣ୍ଡିଆରୁ ସିଲେକ୍ସନ ହୋଇ ସରକାରୀ ଖର୍ଚ୍ଚରେ କଳିଙ୍ଗ ଷ୍ଟାଡିଅମଠାରେ ରହି ପ୍ରାକ୍ଟିସ କରୁଛନ୍ତି । ଗତ ନଭେମ୍ବର ୧୨ ରୁ ୧୫ ତାରିଖ ମଧ୍ୟରେ କଳିଙ୍ଗ ଷ୍ଟାଡିଅମ ଠାରେ ଅନୁଷ୍ଠିତ ୩୫ ତମ ଇଷ୍ଟ ଜୋନ ଜୁନିଅର ଏଥେଲେଟିକ ଚାମ୍ପିୟନସିପ ପ୍ରତିଯୋଗିତାରେ ଏକହଜାର ମିଟର ଦୌଡ଼ ପ୍ରତିଯୋଗିତାରେ ଓଡିଶାରୁ ପ୍ରତିନିଧିତ୍ୱ କରି ଦ୍ଵିତୀୟସ୍ଥାନ ଅଧିକାର କରିବା ସହିତ ରୌପ୍ୟ ପଦକ ହାସଲ କରି ଓଡିଶା ତଥା ଗାଁ ପାଇଁ ଆଣି ଦେଇଛନ୍ତି ଗୌରବ ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking