27.1 C
Bhubaneswar
Sunday, September 22, 2024
Homeଅପରାଧମହିଳାଙ୍କ ସହ ବନ୍ଧୁତା ପରେ ବ୍ୟକ୍ତି ଜଣଙ୍କ ଯାହା କଲେ ଜାଣିଲେ ଆଶ୍ଚର୍ଯ୍ୟ ହେବେ....

ମହିଳାଙ୍କ ସହ ବନ୍ଧୁତା ପରେ ବ୍ୟକ୍ତି ଜଣଙ୍କ ଯାହା କଲେ ଜାଣିଲେ ଆଶ୍ଚର୍ଯ୍ୟ ହେବେ….

ଗୋଆ: ଫ୍ଲାଇଟ୍‌ରେ ହେଲା ଦୋସ୍ତି । ଆଉ ପରେ ହୋଟେଲ୍‌ରେ କଲେ ଦୁଷ୍କର୍ମ । ଏଭଳି ଘଟଣା ଗୋଆରୁ ସାମ୍ନକୁ ଆସିଛ । ଘଟଣାଟି ହେଲା ଜଣେ ବ୍ୟକ୍ତି ଫ୍ଲାଇଟ୍‌ରେ ଆସୁଥିବା ବେଳେ ସେଥିରେ ଥିବା ଜଣେ ମହିଳାଙ୍କ ସହ ବୁନ୍ଧୁତା କରିଥିଲେ । ଆଉ ପରେ ଗୋଆରେ ଏକ ହୋଟେଲକୁ ଡାକି ମହିଳାଙ୍କ ସହ ଦୁଷ୍କର୍ମ କରିଥିଲେ । ଏନେଇ ଗୁଜରାଟର ଉକ୍ତ ବ୍ୟକ୍ତିଙ୍କୁ ଗିରଫ କରିଛି ଗୋଆ ପୋଲିସ । ଗୁଜରାଟର ଏହି ବ୍ୟକ୍ତି ଜଣଙ୍କ ଉତ୍ତର ଗୋଆର ଆସଓନୋରା ଗାଁରେ ଥିବା ଗୋଟିଏ ହୋଟେଲ ଭିତରେ ଜଣେ ମହିଳା ପର୍ଯ୍ୟଟକଙ୍କୁ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି । ସେ ମହିଳାଙ୍କୁ ପ୍ରଥମେ ବିମାନରେ ଦେଖା ହୋଇଥିଲେ । ସେଠାରେ ଉଭୟଙ୍କ ମଧ୍ୟରେ ବନ୍ଧୁତା ହୋଇଥିଲେ ।

ବ୍ୟକ୍ତି ଜଣକ ବନ୍ଧୁତା କରିବା ପରେ ମହିଳାଙ୍କ ଫୋନ୍ ନମ୍ବର ଆଣିଥିଲେ । ଆଉ ତାଙ୍କ ସହ ରୀତିମତ ଯୋଗାଯୋଗରେ ଥିଲେ । ଏହାରି ଭିତରେ ଉଭୟଙ୍କ ମଧ୍ୟରେ ଦୋସ୍ତି ସାମନ୍ୟ ନିବିଡ଼ ହୋଇଥିଲା । କିଛି ଦିନ ପରେ ଉଭୟ ଅଲଗା ଅଲଗା ଭାବେ ଗୋଆ ବୁଲିବାକୁ ଆସିଥିଲେ । ସେଠାରେ ବ୍ୟକ୍ତି ଜଣକ ମହିଳାଙ୍କୁ ନିଜେ ରହୁଥିବା ହୋଟେଲକୁ ଆସିବା ପାଇଁ କହିଥିଲେ । ମହିଳା ଜଣକ ପ୍ରଥମେ ହୋଟେଲ ଆସିବାକୁ ଅମଙ୍ଗ ହେଉଥିଲେ ମଧ୍ୟ ପରେ ବ୍ୟକ୍ତି ଜଣକ ରହୁଥିବା ହୋଟେଲରେ ପହଞ୍ଚିଥିଲେ । ସେଠାରେ ଉକ୍ତ ବ୍ୟକ୍ତି ଜଣକ ମହିଳାଙ୍କ ସହ ଦୁଷ୍କର୍ମ କରିଥିଲେ । ଏନେଇ ମହିଳା ନିଜେ ଥାନାରେ ଅଭିଯୋଗ କରିଛନ୍ତି । ଖାଲି ସେତିକି ନୁହେଁ, ଦୁଷ୍କର୍ମ ଘଟଣା ସମ୍ପର୍କରେ କାହାକୁ ନ କହିବାକୁ ବ୍ୟକ୍ତି ଜଣକ ଧମକ ଦେଇଥିଲେ ବୋଲି ପୀଡ଼ିତା ଜଣଙ୍କ ଅଭିଯୋଗ କରିଛନ୍ତି । ଅଭିଯୋଗକୁ ଆଧାର କରି ପୋଲିସ ଉକ୍ତ ବ୍ୟକ୍ତିକୁ ଗିରଫ କରିଛି । ଏହି ପୂରା ଘଟଣା ଅଗଷ୍ଟ ୨୩ରେ ଘଟିଥିଲା । ଅଭିଯୁକ୍ତ ଜଣଙ୍କର ବୟସ ୪୭ ହେବ । ତାଙ୍କ ନାଁ ଲକ୍ଷ୍ମଣ ଶିୟାର । ଡେପୁଟି ଏସ୍‌ପି ଜିଭବା ଡାଲଭି ଏନେଇ ପୁରା ସୂଚନା ଦେଇଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking