26.1 C
Bhubaneswar
Friday, September 20, 2024
Homeଅପରାଧତିନିଜଣ ଅଜଣା ଯୁବକ ଯୁବତୀଙ୍କୁ ଉଠାଇ ନେଇ ଯାହା କଲେ ଜାଣିଲେ ଆଶ୍ଚର୍ଯ୍ୟ ହେବେ....

ତିନିଜଣ ଅଜଣା ଯୁବକ ଯୁବତୀଙ୍କୁ ଉଠାଇ ନେଇ ଯାହା କଲେ ଜାଣିଲେ ଆଶ୍ଚର୍ଯ୍ୟ ହେବେ….

ନୂଆଦିଲ୍ଲୀ: ଅସୁରକ୍ଷିତ ମହିଳା । ପୁଣି ସାମ୍ନାକୁ ଆସିଲା ଗଣଦୁଷ୍କର୍ମ ମାମଲା । ଗାଜିଆବାଦର ଟ୍ରୋନିକା ସିଟିରେ ଦିଲ୍ଲୀର ଜଣେ ଯୁବତୀଙ୍କୁ ଗଣଦୁଷ୍କର୍ମ କରାଯାଇଥିବା ଅଭିଯୋଗ ହୋଇଛି । ତିନିଜଣ ଅଜଣା ଯୁବକ ଯୁବତୀଙ୍କୁ ଉଠାଇ ନେଇ ଗଣଦୁଷ୍କର୍ମ କରିଛନ୍ତି । ସେପଟେ ଏନେଇ ଯୁବତୀ ଜଣଙ୍କ ଥାନାରେ ଅଭିଯୋଗ କରିବା ପରେ ଅଭିଯୁକ୍ତମାନଙ୍କୁ ଧରିବା ପାଇଁ ଛାନଭିନ ଆରମ୍ଭ କରିଛି ପୋଲିସ । ତେବେ ଗାଜିଆବାଦର ଟ୍ରୋନିକା ଥାନା ଅଞ୍ଚଳରେ ଏଭଳି ଏକ ସମ୍ବେଦନଶୀଳ ଘଟଣା ସାମ୍ନାକୁ ଆସିଛି । ୨୩ ବର୍ଷୀୟ ପୀଡ଼ିତା ଯୁବତୀ ଦିଲ୍ଲୀର ବାସିନ୍ଦା ।

ତାଙ୍କ କହିବା ଅନୁସାରେ, ତାଙ୍କ ସାଙ୍ଗ ଓ ତାଙ୍କ ପୁରୁଷ ବନ୍ଧୁ ଓ ସେ ସ୍କୁଟି ଚଲାଇବା ସିଖାଇ ଦେବା ପାଇଁ ଖାନପୁର ରୋଡ ସ୍ଥିତ ଏକ ନିଛାଟିଆ ରାସ୍ତାକୁ ନେଇଥିଲେ । ଏହି ସମୟରେ ସେ ମଧ୍ୟ ସାଙ୍ଗରେ ଥିଲେ । ବାନ୍ଧବୀ ଜଣଙ୍କ ସ୍କୁଟି ସିଖୁଥିବା ବେଳେ ସେ ପାଖରେ ଛିଡା ହୋଇ ଫୋନରେ କଥା ହେଉଥିଲେ । ଏହା ଭିତରେ ଏକ ଅଟୋରେ ତିନି ଜଣ ଅଜଣା ଯୁବକ ସେଠାକୁ ଆସିଥିଲେ । ଯେଉଁମାନଙ୍କ ମଧ୍ୟରୁ ଦୁଇ ଜଣ ଯୁବକ ତାଙ୍କ ବାନ୍ଧବୀ ଓ ବାନ୍ଧବୀଙ୍କ ପ୍ରେମିକଙ୍କୁ ଧରିଥିଲେ । ଏହି ସମୟରେ ତୃତୀୟ ବ୍ୟକ୍ତି ଜଣଙ୍କ ଯୁବତୀଙ୍କୁ ଯୋରଜବରଦସ୍ତ ଉଠାଇ ନେଇ ଦୁଷ୍କର୍ମ କରିଥିଲେ । ଜଣଙ୍କ ପରେ ଜଣେ ଯୁବତୀଙ୍କୁ ଦୁଷ୍କର୍ମ କରିବା ପରେ ସେଠାରୁ ଫେରାର ହୋଇଯାଇଥିଲେ ।

ଏଭଳି ଘଟଣା ପରେ ପୀଡ଼ିତା ଯୁବତୀ ଜଣକ ଘରେ ପହଞ୍ଚି ପରିବାର ଲୋକଙ୍କୁ ଘଟଣା ବିଷୟରେ ଜଣାଇଥିଲେ । ପରିବାର ଲୋକ ଯୁବତୀଙ୍କୁ ସାଙ୍ଗରେ ନେଇ ଟ୍ରୋନିକା ଥାନାରେ ପହଞ୍ଚି ଏକ ଏତଲା ଦାୟର କରିଥିଲେ । ସେପଟେ ଏଭଳି ଘଟଣା ପରେ ଟ୍ରୋନିକା ଥାନା ପୋଲିସ ପୀଡ଼ିତାଙ୍କ ଡାକ୍ତରୀ ମାଇନା କରିବା ସହ ଏକ ମାମଲା ରୁଜୁ କରିଛି । ପୋଲିସର ସୂଚନା ଅନୁସାରେ, ଏହା ଗତ ଗୁରୁବାର ସନ୍ଧ୍ୟା ସମୟର ଘଟଣା । ଏଭଳି ଘଟଣାକୁ ନେଇ ପୋଲିସ ଯୁବତୀଙ୍କ ବାନ୍ଧବୀଙ୍କ ପ୍ରେମିକ ଉପରେ ସନ୍ଦେହ କରୁଛି । ଏନେଇ ବାନ୍ଧବୀଙ୍କ ପ୍ରେମିକଙ୍କୁ ରିମାଣ୍ଡରେ ନେଇଛି ପୋଲିସ । ପୋଲିସ ଏହା ମଧ୍ୟ ସନ୍ଦେହ କରୁଛି ଯେ, ଅଭିଯୁକ୍ତମାନେ ଦୁଷ୍କର୍ମ ପୀଡ଼ିତା ବାନ୍ଧବୀଙ୍କ ପ୍ରେମିକର ପରିଚିତ ଲୋକ । ସେପଟେ ଅଭିଯୁକ୍ତମାନଙ୍କୁ ଚିହ୍ନଟ କରିବା ପାଇଁ ଯୁବତୀଙ୍କୁ ଦୁଷ୍କର୍ମ କରାଯାଇଥିବା ସ୍ଥାନର ଆଖପାଖରେ ଲାଗିଥିବା ସିସିଟିଭି କ୍ୟାମେରା ଫୁଟେଜ ଯାଞ୍ଚ କରିବା ଆରମ୍ଭ କରିଛି । ଖୁବଶୀଘ୍ର ଏହି ଘଟଣା ଖୁଲାସା କରାଯାଇ ଅଭିଯୁକ୍ତମାନଙ୍କୁ ଗିରଫ କରାଯିବା ବୋଲି କହିଛି ପୋଲିସ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking