28.1 C
Bhubaneswar
Saturday, September 28, 2024
Homeଅପରାଧଝିଅ ସହ ନିଜ ଘର ଲୋକ ଯାହା କଲେ ଶୁଣିଲେ ହୋଇଯିବେ ଆଶ୍ଚର୍ଯ୍ୟ

ଝିଅ ସହ ନିଜ ଘର ଲୋକ ଯାହା କଲେ ଶୁଣିଲେ ହୋଇଯିବେ ଆଶ୍ଚର୍ଯ୍ୟ

ନୂଆଦିଲ୍ଲୀ: ଝିଅ ସହ କୁକର୍ମ କଲେ ବାପା, କକା ଓ ଭାଇ । ନିଜ ଝିଅ ନହେଲେ ସୁଦ୍ଧା ପୋଷ୍ୟ କରି ଆଣିଥିବା ଝିଅକୁ ଯୌନ ନିର୍ଯାତନା ଦେଇଛନ୍ତି ପରିବାର ଲୋକ । ଗୁଜୁରାଟର ସୁରଟରେ ଜଣେ ୧୩ ବର୍ଷ ବୟସର ନାବାଳିକାଙ୍କର ଏପରି ସଙ୍ଗୀନ୍‌ ଅଭିଯୋଗ ପରେ ୫ ଜଣଙ୍କ ବିରୋଧରେ ମାମଲା ଦାୟର ହୋଇଛି ।

ପୋଷ୍ୟ ପିତା,ଭାଇ, କକା ଏବଂ ଅନ୍ୟ ତିନିଜଣ ତାଙ୍କୁ ଦୁଷ୍କର୍ମ କରିଥିବା ପୋଲିସ୍‌ ସାମ୍ନାରେ କହିଛି ନାବାଳିକା । ଅଭିଯୋଗ ପରେ ପୋଲିସ ଦୁଇ ଜଣଙ୍କୁ ଗିରଫ କରିବା ସହ ଜଣେ ନାବାଳକକୁ ଅଟକ ରଖିଛି । ମାମଲା ଅତ୍ୟନ୍ତ ସଙ୍ଗୀନ୍‌ ହୋଇଥିବାରୁ ତଦନ୍ତ ଆରମ୍ଭ କରିଛି ପୋଲିସ୍ ।

ସୁରଟ ସହରର ଅଦାଜନ ଅଞ୍ଚଳରେ ଜଣେ ୧୩ ବର୍ଷିୟା ନାବାଳିକାର ଘର । ତା’ର ନିଜର ବୋଲି କେହି ନଥିବା ବେଳେ ସେ ଏକ ଅନାଥଶ୍ରମରେ ଥିଲା । ନାବାଳିକାକୁ ମାତ୍ର ୬ ମାସ ହୋଇଥିବା ବେଳେ ସଂପୃକ୍ତ ପରିବାର ଲୋକେ ତାକୁ ପୋଷ୍ୟ ଭାବେ ଗ୍ରହଣ କରିଥିଲେ । ହେଲେ ସେ ଯେପରି ବଡ଼ ହୋଇ ହୋଇ ଯାଉଥିଲା ବାପା, କକା, ଭାଇ ତାକୁ ଯୌନ ଶୋଷଣ କରୁଥିଲେ । ବର୍ଷ ବର୍ଷ ଧରି ନାବାଳିକା ସହ କୁକର୍ମ ହେଉଥିବା ସେ ଥାନାରେ କହିଛନ୍ତି । ଶେଷରେ ଅସହ୍ୟ ହେବାରୁ ସେ ଥାନାରେ ପହଞ୍ଚିଥିଲେ ।

ନାବାଳିକାର ବୟାନ୍‌ ଆଧାରରେ ଅଦାଜନ ଥାନାରେ ଏକ ମାମଲା ଦାଏର କରିଛନ୍ତି । ପୋଲିସ୍‌ ତତ୍କାଳ ଆକ୍ସନ ନେଇ ୫ ଜଣଙ୍କ ବିରୋଧରେ ମାମଲା ରୁଜୁ କରି ଚାରି ଜଣଙ୍କୁ ଗିରଫ କରିଛି ।

ଏନେଇ ସୁରଟ ଏସିପି ବିଏମ ଚୌଧୁରୀ କହିଛନ୍ତି , ମାମଲା ଅତ୍ୟନ୍ତ ସଙ୍ଗୀନ୍‌ । ଚାରି ଜଣଙ୍କୁ ଗିରଫ କରାଯାଇଥିବା ବେଳେ ସେମାନଙ୍କ ମଧ୍ୟରୁ ଜଣେ ନାବାଳକ । ସମସ୍ତଙ୍କୁ ପଚରାଉଚରା କରାଯାଉଛି । ଏହି ପ୍ରସଙ୍ଗରେ ଅଧିକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉଛି । ସତ ସାମ୍ନାକୁ ଆସିବା ପରେ ଏହି ଆଧାରରେ ପରବର୍ତ୍ତୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking