26.1 C
Bhubaneswar
Tuesday, September 17, 2024
Homeଓଡିଶାମହାପ୍ରସାଦ ବିକ୍ରି କରିପାରିବେନି ଅଣ ସୁପକାର

ମହାପ୍ରସାଦ ବିକ୍ରି କରିପାରିବେନି ଅଣ ସୁପକାର

ପୁରୀ : ଶ୍ରୀମନ୍ଦିରରେ ମହାପ୍ରସାଦ ଓ ଶୁଖିଲା ଭୋଗ ବିକ୍ରି ଉପରେ ଲାଗିଲା ରୋକ୍ । ଶ୍ରୀମନ୍ଦିର ଆନନ୍ଦ ବଜାରକୁ ଶୃଙ୍ଖଳିତ କରିବା ପାଇଁ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଆଉ ଏକ ବଡ଼ ପଦକ୍ଷେପ ଗ୍ରହଣ କରାଯାଇଛି । ଏଣିକି ଆଉ ଅଣ ସୁପକାର ସେବାୟତ ବିକ୍ରି କରିପାରିବେନି ଅବଢ଼ା । ଆନନ୍ଦ ବଜାରରେ ଶୃଙ୍ଖଳା ରକ୍ଷା ପାଇଁ ୧୨ ଜଣିଆ ଟିମ୍ ଗଠନ ହୋଇଛି । କେହି ନିୟମ ଭାଙ୍ଗିଲେ ଥାନାରେ ଏତଲା ଦେବାକୁ କୁହାଯାଇଛି । ଶ୍ରୀମନ୍ଦିରର ଆନନ୍ଦ ବଜାରରେ ଶୃଙ୍ଖଳା ଆଣିବା ପାଇଁ ସୁଆର ମହାସୁଆର ନିଯୋଗ ଏପରି କଡ଼ା ଆଭିମୁଖ୍ୟ ଗ୍ରହଣ କରିଛି । ଏହାବ୍ୟତୀତ କେହି ବାହାର ଲୋକ ମହାପ୍ରସାଦ ବିକ୍ରି ପାଇଁ ଦୋକାନରେ କାମ କରିପାରିବେ ନାହିଁ ।

ଏ ନେଇ ସୁଆର ମହାସୁଆର ନିଯୋଗ ପକ୍ଷରୁ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ, ଏସ୍‌ପି, ଜିଲ୍ଲାପାଳ, ଶ୍ରୀମନ୍ଦିର ସୁରକ୍ଷା ପ୍ରଶାସକ ଓ କମାଣ୍ଡରଙ୍କୁ ଚିଠି ହୋଇଥିବା ସୁଆର ମହାସୁଆର ନିଯୋଗର ସମ୍ପାଦକ ନାରାୟଣ ମହାସୁଆର ସୂଚନା ଦେଇଛନ୍ତି । ସେ କହିଛନ୍ତି ଯେ ଏନେଇ ଗତ କିଛି ମାସ ପୂର୍ବେ ନିଯୋଗ ପକ୍ଷରୁ ୧୨ ଜଣ ସୂପକାରଙ୍କୁ ନିଯୁକ୍ତି ପାଇଁ ଶ୍ରୀମନ୍ଦିର ପ୍ରଶାସନ ଓ ଛତିଶା ନିଯୋଗ ସହ ଆଲୋଚନା ହୋଇଥିଲା । ଏଥିପାଇଁ ଜିଲ୍ଲାପାଳ ମଧ୍ୟ ଏକ ବୈଠକ ଡାକିଥିଲେ । ବୈଠକ ପରେ କୁହାଯାଇଥିଲା କି ଯେଉଁମାନେ ନିଯୁକ୍ତ ହେବେ ସେମାନଙ୍କର ପରିଚୟପତ୍ର ଦିଆଯିବ । ତେବେ ଏହା ସବୁ ଦେଲା ପରେ ମଧ୍ୟ କୌଣସି ନିଯୁକ୍ତି ହୋଇନଥିଲା ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking