30.1 C
Bhubaneswar
Sunday, June 8, 2025
Homeଦେଶ ବିଦେଶମାଗଣାରେ ଦେଖିପାରିବେ ଫିଲ୍ମ ଏବଂ ୱେବ ସିରିଜ, ଡାଉନଲୋଡ କରନ୍ତୁ ଏହିସବୁ ଆପ୍ସ

ମାଗଣାରେ ଦେଖିପାରିବେ ଫିଲ୍ମ ଏବଂ ୱେବ ସିରିଜ, ଡାଉନଲୋଡ କରନ୍ତୁ ଏହିସବୁ ଆପ୍ସ

ନୂଆଦିଲ୍ଲୀ :ବର୍ତ୍ତମାନ ସମୟରେ ସବୁକିଛି ମହଙ୍ଗା ହୋଇଚାଲିଛି। ଏମିତିରେ ପ୍ରତି ମାସରେ ମୋବାଇଲ, ଡିସ୍‌ ଟିଭି , ସିକ୍ୟୁରିଟି କ୍ୟାମେରାକୁ ରିଚାର୍ଜ କରିବାକୁ ପଡୁଛି। ଏହାସହିତ ନେଟଫ୍ଲିକ୍ସ, ଆମାଜନ ପ୍ରାଇମ, ହଟଷ୍ଟାର ଭଳି ଓଟିଟି ଆପ୍ସର ମାସିକିଆ ରିଚାର୍ଜରେ ମଧ୍ୟ ହଜାରେ ଟଙ୍କା ଖର୍ଚ୍ଚ କରିବାକୁ ପଡୁଛି। କିନ୍ତୁ ଆମେ ଆପଣଙ୍କୁ ଏମିତି କିଛି ଆପ୍ସ ବିଷୟରେ କହିବୁ, ଯେଉଁଠାରୁ ଆପଣ ମାଗଣାରେ ନୂଆ ଫିଲ୍ମ, ୱେବ ସିରିଜର ମଜା ଉଠାଇପାରିବେ। ତେବେ ଜାଣନ୍ତୁ କେଉଁ ଆପ୍ସରୁ ଏହି ସୁବିଧା ନେଇପାରିବେ।

Voot :ଯଦି ଆପଣ ଟିଭି ଶୋ ଦେଖିବାର ସଉକ ରଖନ୍ତି, ତେବେ ମାଗଣାରେ ମଧ୍ୟ ଟିଭ ଶୋ ଦେଖିପାରିବେ। ତେଣୁ ଗୁଗଲ ପ୍ଲେ ଷ୍ଟୋର ଏବଂ ଆପ ଷ୍ଟୋରୁ ଏହି ଆପକୁ ଡାଉନଲୋଡ କରନ୍ତି। ଏହି ଆପରେ କଲର୍ସ ଏବଂ ଏମଟିଭିର ଅନେକ ଶୋ ରିହିଛି। ଏଠାରେ ଆପଣ ମାଗଣା ଫିଲ୍ମ ମଧ୍ୟ ଦେଖିପାରିବେ। କିନ୍ତୁ ଏହି ଆପଣଙ୍କୁ ଅନେକ ବିଜ୍ଞାପନ ଦେଖିବାକୁ ମିଳିବ।

Jio Cinema :ଜିଓ ସିନେମା ଆପ୍‌ ଗୁଗଲ ଆପ୍‌ ଏବଂ ଆପଲ ଆପ୍‌ରେ ଡାଉନଲୋଡ କରିପାରିବେ। ସମସ୍ତ ଜିଓ ୟୁଜର୍ସ ମୁଭି ଏବଂ ଟିଭି ସିରିଜ ପାଇଁ ଜିଓ ସିନେମା ଆପ୍‌ ଜରିଆରେ ଫ୍ରିରେ ଦେଖିପାରିବେ। ଜିଓ ସିନେମାରେ ହିନ୍ଦୀ ବ୍ୟତୀତ ଅନେକ ଭାଷାର କଣ୍ଟେଣ୍ଟ ରହିଛି।

MX Player :ଏହା ଅଫ୍‌ଲାଇନ ଭିଡିଓ ପ୍ଲେୟାର ଭାବେ ଲଞ୍ଚ ହୋଇଥିଲା। ଏବେ ଏହା ୧୨ଟି ଭାଷାରେ କଣ୍ଟେଣ୍ଟ ଦେଖାଉଛି। ଏଥିରେ MX Originals ଏବଂ ଫିଚର ଶୋ ଦେଖିପାରିବେ।

Tubi :ଯଦି ଆପଣ ହଲିଉଡ ଫିଲ୍ମ ଦେଖିବାକୁ ଭଲ ପାଆନ୍ତି, ତେବେ ଏହି ଆପ୍‌ ଆପଣଙ୍କ ପାଇଁ ବେଶ୍‌ ଲାଭକାରୀ। ଏଥିରେ ଆପଣ ହଲିଉଡ ଫିଲ୍ମ ଦେଖିପାରିବେ। ଓଟିଟି ପ୍ଲାଟଫର୍ମରେ ଫିଲ୍ମ ଏବଂ ଟିଭି ଶୋ ଏଚଡି କ୍ୱାଲିଟିର ଦେଖିପାରିବେ। ଏଠାରେ ମଧ୍ୟ ଆପଣଙ୍କୁ ବିଜ୍ଞାପନ ଦେଖିବାକୁ ମିଳିବ।

Plex :Plex ଷ୍ଟ୍ରିମିଂ ସର୍ଭିସ ୟୁଜର୍ସଙ୍କୁ ମାଗଣାରେ ଫିଲ୍ମ ଏବଂ ଟିଭି ଶୋ ଦେଉଛି। ଏହି ପ୍ଲାଟଫର୍ମରେ ୨୦୦ରୁ ଅଧିକ ଲାଇଭ ଚ୍ୟାନେଲ ମାଗଣାରେ ଦେଖିବାକୁ ମିଳୁଛି। ଏଥିରେ ହିନ୍ଦୀ କଣ୍ଟେଣ୍ଟ ଥିବା ଶୋ ମଧ୍ୟଆପଣ ଦେଖିପାରିବେ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking