20.1 C
Bhubaneswar
Thursday, January 9, 2025
Homeଘଟଣାବଳୀ-୨୦୨୨Mobile & Gadgets: ମୋବାଇଲରେ ଜାଣିପାରିବେ ଆପଣଙ୍କ ଉଚ୍ଚତା; ଜାଣନ୍ତୁ କିପରି...

Mobile & Gadgets: ମୋବାଇଲରେ ଜାଣିପାରିବେ ଆପଣଙ୍କ ଉଚ୍ଚତା; ଜାଣନ୍ତୁ କିପରି…

ନୂଆଦିଲ୍ଲୀ: ଆପଲ୍‌ ଆଇଫୋନ୍ସକୁ ବହୁତ ପ୍ରିମିୟମ୍‌ ସ୍ମାର୍ଟଫୋନ୍‌ ଭାବେ ଗଣାଯାଏ । ଆଇଫୋନର ଦାମ୍‌ ମଧ୍ୟ ବହୁତ ଅଧିକ । ଏହାଦ୍ୱାରା ଅନେକ ହିଡେନ୍‌ ଫିଚର୍ସ ମଧ୍ୟ ଦିଆଯାଇଥାଏ । ଏମିତି ହିଁ ଏକ ଫିଚର LiDAR Scanner । ଏହି ଫିଚରକୁ କମ୍ପାନୀ ଫୋନର ରିୟର କ୍ୟାମେରା ସହିତ ଦେଇଥାଏ । ଏହା ସାହାଯ୍ୟରେ କାହାର ବି ହାଇଟକୁ ମୋବାଇଲ କ୍ୟାମେରା ଦ୍ୱାରା ହିଁ ମାପିପାରିବେ ।

LiDAR ବା ଲାଇଟ୍‌ ଡିଟେକସନ୍‌ ଏବଂ ରେଜିଙ୍ଗ ୟୁଜର୍ସଙ୍କୁ ଏନଭାୟରନମେଣ୍ଟ ସ୍କାନ୍‌ କରିବା ଏବଂ ମ୍ୟାପ୍‌ କରିବା ସୁବିଧା ଦେଇଥାଏ । ଏହା ରାଡର ଭଳି ହିଁ କାମ କରିଥାଏ । ଯଦିଓ ଏଥିରେ କେବଳ ଲେଜର ଜରିଆରେ ହିଁ ଡିସଟାନ୍ସ ଏବଂ ଡେପ୍ଥକୁ ମପାଯାଏ । ଆଗକୁ ବଢ଼ିବା ପୂର୍ବରୁ ଆପଣଙ୍କୁ ଜଣାଇବାକୁ ଚାହିଁବୁ ଯେ ସମସ୍ତ ଆଇଫୋନରେ ଲିଡାର ସ୍କାନର ଦିଆଯାଇନଥାଏ । ଏହି ଫିଚର କେବଳ iPhone 12, iPhone 13 ଏବଂ iPhone 14 ର ପ୍ରୋ ମଡେଲ୍ସ ପାଇଁ ଉପଲବ୍ଧ । ଅର୍ଥାତ୍‌ ଆପଣ କେବଳ iPhone 12 Pro ଏବଂ Pro Max, iPhone 13 Pro ଏବଂ Pro Max ଏବଂ iPhone 14 Pro ଏବଂ Pro Max ମଡେଲ୍ସ ଉପରେ ଏହାର ବ୍ୟବହାର କରିପାରିବେ । ଏହାକୁ ଆପଣ ଆଇଫୋନର ମେଜର ଆପ୍‌ ଦ୍ୱାରା ହିଁ ବ୍ୟବହାର କରିପାରିବେ ।

ଏଥିପାଇଁ ଆପଣଙ୍କୁ ସର୍ବପ୍ରଥମେ ନିଜ ଆଇଫୋନରେ ‘Measure’ ଆପ୍‌ ଓପନ ହେବ । ଏହାପରେ ଆପଣ ସେହି ବ୍ୟକ୍ତିଙ୍କ ଆଡକୁ ଆଇଫୋନକୁ ପଜିସନ୍‌ କରନ୍ତୁ ଯାହାର ହାଇଟକୁ ଆପଣ ମାପିବାକୁ ଚାହୁଁଛନ୍ତି । ଆପଣଙ୍କୁ ଏଥିପାଇଁ ମୁଣ୍ଡ ଠାରୁ ପାଦ ପର୍ଯ୍ୟନ୍ତ କ୍ୟାମେରା ପଏଣ୍ଟ କରିବାକୁ ହେବ । କିଛି ସମୟ ପରେ ଏକ ଲାଇନ୍‌ ପର୍ସନଙ୍କ ଟପକୁ ଆସିବ । ଏହି ହାଇଟ୍‌ ମେଜରମେଣ୍ଟ ଲାଇନ୍‌ ଠାରୁ ତଳକୁ ଦେଖାଇବ । ମେଜରମେଣ୍ଟର ଫଟୋ ନେବା ପାଇଁ ଆପଣଙ୍କୁ ‘Take Picture’ ବଟନ୍‌ ଉପରେ କ୍ଲିକ କରିବାକୁ ହେବ । ଫଟୋକୁ ସେଭ୍‌ କରିବା ପାଇଁ ଲୋୟର ଲେଫ୍ଟ କର୍ଣ୍ଣରରେ ମହଜୁଦ ଥିବା ସ୍କ୍ରିନସଟ୍‌ ଉପରେ ଟ୍ୟାପ୍‌ କରନ୍ତୁ । ଏହାପରେ ଡନ୍‌ ଉପରେ କ୍ଲିକ କରି ସେଭ ଟୁ ଫଟୋ କିମ୍ବା ସେଭ ଟୁ ଫାଇଲ୍ସ ଉପରେ କ୍ଲିକ କରନ୍ତୁ । ଆପଣ ସହଜରେ ହାଇଟ୍‌ ମେଜରମେଣ୍ଟ ଫଟୋକୁ ଫଟୋ କିମ୍ବା ଫାଇଲ୍ସରୁ ସେୟାର କରିପାରିବେ । ମେଜରମେଣ୍ଟକୁ ପୁଣି ଥରେ ନେବା ପାଇଁ ଆପଣଙ୍କୁ ମୁଭମେଣ୍ଟରେ ଆଇଫୋନକୁ ଅଳ୍ପ ଦୂରତାରେ ନେବାକୁ ହେବ । ଏହା ଦ୍ୱାରା ହାଇଟ ରିସେଟ ହୋଇଯିବ ଏବଂ ଆପଣ ପୁନର୍ବାର ମେଜରମେଣ୍ଟ କରିପାରିବେ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking