36.1 C
Bhubaneswar
Sunday, May 19, 2024
Homeବ୍ରେକୀଙ୍ଗକେମିତି କରିବେ ଆଧାର ସହ ପ୍ୟାନ କାର୍ଡ ଲିଙ୍କ

କେମିତି କରିବେ ଆଧାର ସହ ପ୍ୟାନ କାର୍ଡ ଲିଙ୍କ

ନୂଆଦିଲ୍ଲୀ: ଯଦି ଆପଣ ଚାହୁଁନାହାନ୍ତି ଯେ ୩୧ ମାର୍ଚ୍ଚ ପରେ ଆପଣଙ୍କ ପ୍ୟାନ କାର୍ଡ ଇନଅପରେଟିଭ ନ ହେଉ ତେବେ, ଆପଣ ନିହାତି ଭାବରେ ପ୍ୟାନ କାର୍ଡ ଓ ଆଧାର କାର୍ଡ ଲିଙ୍କ ହୋଇଛି ବୋଲି ନିଶ୍ଚିତ ହେବାକୁ ପଡିବ । ଆଧାର-ପ୍ୟାନ ଲିଙ୍କ କରିବା ପ୍ରକ୍ରିୟା ଅତି ସହଜ । ଘରେ ବସି ଏହାକୁ ଆରାମରେ ଆପଣ କରିପାରିବେ । ହେଲେ ସେହି ଲୋକଙ୍କ ପାଇଁ ଚିନ୍ତା ବଢି ଯାଇଛି, ଯାହାର ଆଧାର ଓ ପ୍ୟାନ କାର୍ଡରେ ଥିବା ତଥ୍ୟ ମିଶୁନାହିଁ । ଏମିତି ହଜାର ହଜାର ସଂଖ୍ୟାରେ ଟ୍ୟାକ୍ସପେୟର୍ସ ଅଛନ୍ତି, ଯାହାଙ୍କ ନାମ, ଜନ୍ମତିଥି, ଜେଣ୍ଡର ସମେତ ଅନେକ ଜରୁରୀ ତଥ୍ୟ ପ୍ୟାନ କାର୍ଡ ଓ ଆଧାର କାର୍ଡରେ ମିଶେ ନାହିଁ । ଏହାର କାରଣ ଅନେକ ହୋଇପାରେ । ଆଧାର କାର୍ଡ ଓ ପ୍ୟାନକୁ ଲିଙ୍କ କରିବା ପ୍ରକ୍ରିୟାରେ ଇନକମ ଟ୍ୟାକ୍ସ ଡିପାର୍ଟମେଣ୍ଟ ୟୁଆଇଡିଏଆଇରୁ ଡାଟା ମ୍ୟାଚ୍ କରିଥାଏ । ଯଦି ଦୁଇଟି ଦସ୍ତାବିଜରେ ଦିଆଯାଇଥିବା ତଥ୍ୟ ମ୍ୟାଚ କରେ ନାହିଁ, ତେବେ ଲିଙ୍କିଙ୍ଗ ରିକ୍ୱେଷ୍ଟ ରିଜେକ୍ଟ ହୋଇଯାଏ । କହିରଖୁଛୁ ଯେ, ଭୁଲ ଆଇଡିଣ୍ଟିଫିକେସନ କିମ୍ବା ଅନ୍ୟ ସମସ୍ୟାରୁ ବର୍ତିବା ପାଇଁ ୟୁଆଇଡିଏଆଇ ଡିସେମ୍ବର ୨୦୧୭ରେ ଜରୁରୀ ତଥ୍ୟର ପାର୍ସିଅଲ ମ୍ୟାଚିଙ୍ଗ ପ୍ରୋସେସ ବନ୍ଦ କରି ଦେଇଥିଲା ।
ଯଦି ତଥ୍ୟ ମିସମ୍ୟାଚ ପାଇଁ ଏହା ରିଜେକ୍ଟ ହେଇ ଯାଉଛି, ତେବେ ଆପଣଙ୍କ ପାଖରେ ବାୟୋମେଟ୍ରିକ ଆଧାର ଅଥେଣ୍ଟିକେସନ ର ବିକଳ୍ପ ରହିଛି । ଏଥିପାଇଁ ଆପଣଙ୍କୁ ଏନଏସଡିଏଲ ପୋର୍ଟଲରୁ ଆଧାର ସିଡିଙ୍ଗ ରିକ୍ୱେଷ୍ଟ ଡାଉନଲୋଡ କରିବାକୁ ପଡିବ । ଏହାପରେ ଆପଣଙ୍କୁ ନିଜ ନିକଟସ୍ଥ ପ୍ୟାନ ସେଣ୍ଟର ଯାଇ ଅଫଲାଇନ ବାୟୋମେଟ୍ରିକ ଆଧାର ଅଥେଣ୍ଟିକେସନ ପ୍ରକ୍ରିୟା ପୁରା କରିବାକୁ ହେବ । ଆପଣ ଏନଏସଡିଏଲ କିମ୍ବା ୟୁଟିଆଇଟିଏସଏଲ ୱେବସାଇଟ ସାହାଯ୍ୟରେ ନିଜ ନିକଟସ୍ଥ ପ୍ୟାନ ସେଣ୍ଟର ବିଷୟରେ ତଥ୍ୟ ମିଳିପାରିବ ।
ଏହାବ୍ୟତୀତ ଆଉ ଏକ ବିକଳ୍ପ ମଧ୍ୟ ରହିଛି । ଯାହାଦ୍ୱାରା ଆପଣଙ୍କ କାମ ହୋଇପାରିବ । ଆଧାର-ପ୍ୟାନ ଲିଙ୍କ କରିବା ପ୍ରକ୍ରିୟା ପୂର୍ବରୁ ଆପଣଙ୍କୁ କୌଣସି ଗୋଟିଏ ଡକ୍ୟୁମେଣ୍ଟରେ ଜରୁରୀ ତଥ୍ୟ ଅପଡେଟ କରିବାକୁ ହେବ । ଏହା ସଂପୂର୍ଣ୍ଣ ହେବା ପରେ ଆପଣ ନିଜେ ଅନଲାଇନ ପ୍ୟାନ-ଆଧାର ଲିଙ୍କ କରିପାରିବେ ।
ପର୍ମାନେଣ୍ଟ ଆକାଉଣ୍ଟ ନମ୍ବର ଅର୍ଥାତ ପ୍ୟାନ କୁ ଆଧାର ନମ୍ବର ସହ ଲିଙ୍କ କରାଇବାର ଡେଡଲାଇନ ୩୧ ମାର୍ଚ୍ଚ ୨୦୨୧ । ଯଦି ଆପଣ ଏଯାଏଁ ନିଜ ପ୍ୟାନକୁ ଆଧାର ଲିଙ୍କ କରିନାହାନ୍ତି, ତେବେ ଜଲଦି କରାଇ ନିଅନ୍ତୁ । କାରଣ ୩୧ ମାର୍ଚ୍ଚ ପରେ ଯେଉଁ ଲୋକଙ୍କ ଆଧାର ସହ ପ୍ୟାନ ଲିଙ୍କ ନଥିବ,ସେମାନଙ୍କ ପ୍ୟାନକୁ ୧ ଏପ୍ରିଲ ୨୦୨୧ରୁ ନିଷ୍କ୍ରିୟ ଅର୍ଥାତ ଡିଆକ୍ଟିଭେଟ କରିଦିଆଯିବ । ଏହାପରେ ପୁନଃ ପ୍ୟାନକୁ ଆକ୍ଟିଭ କରିବା ପାଇଁ ଆପଣଙ୍କୁ ଭାରି ଜରିମାନା ଦେବାକୁ ପଡିବ । ଏବେ ଇନକମ ଟ୍ୟାକ୍ସ ରିଟର୍ଣ୍ଣ ଫାଇଲ କରିବା ପାଇଁ ମଧ୍ୟ ପ୍ୟାନ ସହ ଆଧାର ନମ୍ବର ଦେବା ଜରୁରୀ ରହିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking