40.1 C
Bhubaneswar
Friday, May 3, 2024
Homeଦେଶ ବିଦେଶଯୋଗୀ ସରକାରଙ୍କ ବଡ ନିଷ୍ପତ୍ତି : ୩ ମାସ ଯାଏଁ ମିଳିବ ମାଗଣା ରାସନ,ତେଲ

ଯୋଗୀ ସରକାରଙ୍କ ବଡ ନିଷ୍ପତ୍ତି : ୩ ମାସ ଯାଏଁ ମିଳିବ ମାଗଣା ରାସନ,ତେଲ

ଲକ୍ଷ୍ନୌ : ଉତ୍ତରପ୍ରଦେଶରେ ଲଗାତାର ଦ୍ୱିତୀୟ ଥର ମୁଖ୍ୟମନ୍ତ୍ରୀ ପଦବୀ ପାଇଁ ଶପଥ ନେଇ ଐତିହାସିକ ବିଜୟ ହାସଲ କରିଛନ୍ତି ଯୋଗୀ ଆଦିତ୍ୟ ନାଥ । ଆଜି ହେଉଥିବା ପ୍ରଥମ କ୍ୟାବିନେଟ୍ ବୈଠକରେ ବଡଧରଣର ନିଷ୍ପତ୍ତି ନେଇଛନ୍ତି । କରୋନା ମହାମାରୀ ସମୟରେ ଆରମ୍ଭ ହୋଇଥିବା ମାଗଣା ରାସନ ଯୋଜନାକୁ ଆଉ ୩ ମାସ ଯାଏଁ ବୃଦ୍ଧି କରିଛନ୍ତି । ଆଉ ୩ ମାସ ମିଳିବ ମାଗଣା ରାସନ । ପ୍ରଥମରୁ ଏହା ମାର୍ଚ୍ଚ ୨୨ ଯାଏଁ ଜାରି କରାଯାଇଥିଲା । ମୁଖ୍ୟମନ୍ତ୍ରୀ ଗଣମାଧ୍ୟମକୁ ସମ୍ବୋଧିତ କରି କହିଛନ୍ତି, ଦେଶର ୮୦ କୋଟି ଓ ପ୍ରଦେଶର ୧୫ କୋଟି ଗରିବ ଏହି ଯୋଜନାରେ ଉପକୃତ ହେବେ । ପ୍ରଥମ କ୍ୟାବିନେଟ୍ ବୈଠକରେ ହୋଇଥିବା ଏହି ନିଷ୍ପତ୍ତି ଅନୁଯାୟୀ, ଗରିବଙ୍କୁ ଖାଦ୍ୟଶସ୍ୟ ସହ ଡାଲି, ଲୁଣ, ଚିନି ଓ ତେଲ ମଧ୍ୟ ଦିଆଯିବ । ଏହି ଯୋଜନାରେ ରାଜ୍ୟର ରାଜକୋଷରୁ ୩୨୭୦ କୋଟି ବ୍ୟୟ କରିବାକୁ ପଡିବ । ଏହି ନିଷ୍ପତ୍ତି ପରେ ରାଜ୍ୟର ୧୫ କୋଟି ଜନତାଙ୍କୁ ଆସନ୍ତା ୩ ମାସ ଯାଏଁ ପ୍ରଧାନମନ୍ତ୍ରୀ ଅନ୍ନ ଯୋଜନା ଅନୁଯାୟୀ ଲାଭ ମିଳିବ । ଏହା ନବଗଠିତ ସରକାରଙ୍କ ପ୍ରଥମ ନିଷ୍ପତ୍ତି । ସାମ୍ବାଦିକ ସମ୍ମିଳନୀରେ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ବ୍ୟତୀତ ଉପମୁଖ୍ୟମନ୍ତ୍ରୀ କେଶବ ପ୍ରସାଦ ମୌର୍ଯ୍ୟ, ବ୍ରଜେଶ ପାଠକ, କ୍ୟାବିନେଟ ମନ୍ତ୍ରୀ ସ୍ୱତନ୍ତ୍ର ଦେବ ସିଂହ ମଧ୍ୟ ଉପସ୍ଥିତ ରହିଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking