ଭୁବନେଶ୍ୱର : ବିଜେପି ଫୋକସରେ ଏବେ ରହିଛି ଓଡ଼ିଶା । ସେଥିପାଇଁ କେନ୍ଦ୍ରୀୟ ବେଜେପି ନେତୃବୃନ୍ଦ ଏବେ ଓଡ଼ିଶା ମୁହାଁ ହୋଇଛନ୍ତି । ଏହି ପରିପ୍ରେକ୍ଷୀରେ ଓଡିଶା ଆସିବେ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ । ଆସନ୍ତା ୨୩ ତାରିଖରେ ଓଡିଶା ଆସିବେ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ। ଓଡିଶା ଆସିବା ପରେ ପୁରୀ ସଂସଦୀୟ କ୍ଷେତ୍ର ଚିଲିକା ବିଧାନସଭା କ୍ଷେତ୍ରରେ ପହଂଚି ବିଜେପି ପାଇଁ କରିବେ ପ୍ରଚାର। ତେବେ ଖୋର୍ଦ୍ଧା ଜିଲ୍ଲାର ବାଣପୁର ପଲଟନ ପଡିଆରେ ଏକ ବିଶାଳ ଜନସଭାକୁ ସମ୍ବୋଧିତ କରିବା ସହ ବିଭିନ୍ନ ବିଷୟରେ ଆଲୋଚନା କରିବେ ଯୋଗୀ। ଏହି ଅବସରରେ ସେ ବିଜେପି ବିଧାୟକ ପ୍ରାର୍ଥୀ ପୃଥ୍ୱୀରାଜ ହରିଚନ୍ଦନ ଏବଂ ସାଂସଦ ପ୍ରାର୍ଥୀ ସମ୍ବିତ ପାତ୍ରଙ୍କ ପାଇଁ ଭୋଟ ଭିକ୍ଷା କରିବେ ଯୋଗୀ। ତେବେ ଯୋଗୀଙ୍କ ଆସିବା ଫଳରେ ଚିଲିକାରେ ବିଜେପିକୁ ବେଶ ଫାଇଦା ଦେବ ବୋଲି ଦଳ ଆଶା କରିଛି ଦଳ। ସୂଚନା ଅନୁସାରେ, ବର୍ତ୍ତମାନ ରାଜ୍ୟର ବିଭିନ୍ନ ସ୍ଥାନରେ ଚାଲିଛି ନିର୍ବାଚନୀ ପ୍ରଚାର। ବିଭିନ୍ନ ଦଳର ପ୍ରଭାବଶାଳୀ ନେତାମାନେ ଆସି ନିର୍ବାଚନ ପାଇଁ ପ୍ରଚାର କରୁଛନ୍ତି। ତେବେ ସେହିପରି ନିର୍ବାଚନୀ ପ୍ରଚାର ପାଇଁ ଆସନ୍ତା ୨୩ ତାରିଖ ଦିନ ଚିଲିକା ନିର୍ବାଚନ ମଣ୍ଡଳିକୁ ଓଡିଶା ଆସୁଛନ୍ତି ଯୋଗୀ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ।