22.1 C
Bhubaneswar
Monday, January 27, 2025
Homeଓଡିଶା୯ ଜିଲ୍ଲାକୁ କାଳବୈଶାଖୀ ସତର୍କତା, ଜାରିହେଲା ୟେଲୋ ୱାର୍ଣ୍ଣିଂ

୯ ଜିଲ୍ଲାକୁ କାଳବୈଶାଖୀ ସତର୍କତା, ଜାରିହେଲା ୟେଲୋ ୱାର୍ଣ୍ଣିଂ

ଭୁବନେଶ୍ୱର: ରାଜ୍ୟର ୯ ଟି ଜିଲ୍ଲାରେ ବର୍ଷା ସହ ବଜ୍ରପାତ ହେବାର ସମ୍ଭାବନା ରହିଛି । ତେଣୁ ସମ୍ପୃକ୍ତ ଜିଲ୍ଲାଗୁଡିକୁ ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ କାଳବୈଶାଖୀ ସତର୍କତା ଜାରି କରାଯାଇଛି । କାଳବୈଶାଖୀ ସମୟରେ ପବନର ବେଗ ଅଧିକ ହେବାର ସମ୍ଭାବନା ଥିବାରୁ ସତର୍କ ରହିବାକୁ ମଧ୍ୟ କେନ୍ଦ୍ର ପକ୍ଷରୁ ପରାମର୍ଶ ଦିଆଯାଇଛି । କାଳବୈଶାଖୀ ସମ୍ଭାବନା ରହିଥିବା ଜିଲ୍ଲାଗୁଡିକ ହେଉଛି ମାଲକାନଗିରି, କୋରାପୁଟ, ରାୟଗଡା, କଳାହାଣ୍ଡି, ଗଜପତି, ମୟୂରଭଞ୍ଜ, କେନ୍ଦୁଝର, ସୁନ୍ଦରଗଡ । ଏହି ଜିଲ୍ଲା ପାଇଁ ପାଣିପାଗ ବିଭାଗ ପକ୍ଷରୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି । ବର୍ତ୍ତମାନ ଗ୍ରୀଷ୍ମର ପ୍ରକୋପ ବୃଦ୍ଧି ପାଇଛି । ତାତି ଅଧିକ ବୃଦ୍ଧି ପାଉଥିବାରୁ କାଳବୈଶାଖୀର ସମ୍ଭାବନା ଅଧିକ ରହୁଛି । ଆସନ୍ତା ୨୪ ଘଣ୍ଟା ମଧ୍ୟରେ ଲଘୁଚାପର ରୂପ ନେବ ଘୂର୍ଣ୍ଣିବଳୟ । ଦକ୍ଷିଣ ପୂର୍ବ ବଙ୍ଗୋପସାଗରରେ ସୃଷ୍ଟି ହେବ ଲଘୁଚାପ । ତେବେ ଏହା ଅଧିକ ଘନୀଭୂତ ହେବ କି ନାହିଁ ତାହା ସ୍ପଷ୍ଟ ହୋଇନାହିଁ । ଲଘୁଚାପକୁ ନେଇ ଭିନ୍ନ ଭିନ୍ନ ମଡେଲ ଭିନ୍ନ ଆକଳନ କରିଛନ୍ତି । ଲଘୁଚାପ ହେଲେ ବି ତାତି କମିବନି । ଆଭ୍ୟନ୍ତରୀଣ ଓଡ଼ିଶାରେ ତାପମାତ୍ରା ଅଧିକ ବୃଦ୍ଧି ପାଇବାର ସମ୍ଭାବନା ରହିଛି । ସ୍ୱାଭାବିକଠାରୁ ୩ ରୁ ୪ ଡିଗ୍ରୀ ପର୍ଯ୍ୟନ୍ତ ତାପମାତ୍ରା ବଢ଼ିବ । ଆଭ୍ୟନ୍ତରୀଣ ଓଡ଼ିଶାରେ କେତେକ ଅଞ୍ଚଳରେ ତାପାମାତ୍ରା ୪୦ ଡିଗ୍ରୀରୁ ଅଧିକ ରହିବ । ସେହିପରି ଉପକୂଳ ଓଡ଼ିଶାରେ ଗୁଳୁଗୁଳି ଅନୁଭୁତ ହେବ ବୋଲି ପାଣିପାଗ ବିଶେଷଜ୍ଞ ଉମାଶଙ୍କର ଦାସ ସୂଚନା ଦେଇଛନ୍ତି ।
ଆଜି ବଲାଙ୍ଗିରରେ ତାପମାତ୍ରା ସର୍ବାଧିକ ୪୧.୫ ଡିଗ୍ରୀ ରେକର୍ଡ କରାଯାଇଥିବା ବେଳେ ଟିଟିଲାଗଡ଼, ବୌଦ୍ଧରେ ୪୧ ଡିଗ୍ରୀ, ଭବାନୀପାଟଣା ୪୦ଡିଗ୍ରୀ, ଝାରସୁଗୁଡ଼ାରେ ୪୦.୩ ଡିଗ୍ରୀ, ଅନୁଗୁଳ ୩୯.୧ଡିଗ୍ରୀ, ବାରିପଦା ୩୯ ଡିଗ୍ରୀ, ସମ୍ବଲପୁର ୩୯.୮ଡିଗ୍ରୀ, ସୁନ୍ଦରଗଡ ୩୯.୫ ଡିଗ୍ରୀ, ତାଳଚେର ୩୯ଡିଗ୍ରୀ, ସୁବର୍ଣ୍ଣପୁର ୩୯.୪ ଡିଗ୍ରୀ, ପାରଳାଖେମୁଣ୍ଡିରେ ୩୯ ଡିଗ୍ରୀ ରହିଥିବା ବେଳେ ଭୁବନେଶ୍ୱରରେ ୩୫.୨ ଡିଗ୍ରୀ, କଟକରେ ୩୪.୪ ଡିଗ୍ରୀ ରେକର୍ଡ କରାଯାଇଛି । ଅପରପକ୍ଷେ କାଳବୈଶାଖୀ ପ୍ରଭାବରେ କୋଟପାଡରେ ୬୬ ମିମି, ସିମିଳିଗୁଡ଼ାରେ ୩୫ ମିମି, ନୂଆପଡ଼ାରେ ୩୪.୮ ମିମି, ରାଇକିଆରେ ୩୦ ମିମି, ଦାରିଙ୍ଗବାଡ଼ିରେ ୨୬ ମିମି ବର୍ଷା ରେକର୍ଡ କରାଯାଇଛି । ଏହାବ୍ୟତୀତ ରାଜ୍ୟର ଅନ୍ୟ କେତେକ ସ୍ଥାନରେ ମଧ୍ୟ ହାଲୁକା ବର୍ଷା ହୋଇଥିବା ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking