30.1 C
Bhubaneswar
Friday, November 15, 2024
Homeଅପରାଧ୧୯ ବର୍ଷ ଜେଲରେ ସଜା କାଟିବା ପରେ ନିର୍ଦ୍ଦୋଷରେ ମୁକୁଳିଲେ ହାବିଲ ସିନ୍ଧୁ

୧୯ ବର୍ଷ ଜେଲରେ ସଜା କାଟିବା ପରେ ନିର୍ଦ୍ଦୋଷରେ ମୁକୁଳିଲେ ହାବିଲ ସିନ୍ଧୁ

ବାରିପଦା: ଶିପୁର ଥାନା ବଳରାମପୁର ଗାଁର ହାବିଲ ସିନ୍ଧୁ। ହତ୍ୟା କରିଥିବା ଅଭିଯୋଗରେ ସେ ଜେଲ ଯାଇଥିଲେ, ହେଲେ ଏବେ ନିର୍ଦ୍ଦୋଷରେ ମୁକୁଳିଲେ। ତାହା ପୁଣି ଦୀର୍ଘ ୧୯ ବର୍ଷ ପରେ। ଜେଲର ଅନ୍ଧକାର କୋଠରୀ ଭିତରେ ୧୯ ବର୍ଷ ରହିବା ପରେ ଏବେ ନିର୍ଦ୍ଦୋଷରେ ଜେଲରୁ ଖଲାସ ହୋଇଛନ୍ତି। ଜେଲରୁ ଖଲାସ ହେବା ପରେ ହାବିଲ ସିନ୍ଧୁଙ୍କ ଖୁସି କହିଲେ ନସରେ କାହିଁକି ନା ସେ କେବେ ଭାବିନଥିଲେ ଜେଲର ଚାରିକାନ୍ଥରୁ ଆଉ କେବେ ବାହାରି ପାରିବେ। ପ୍ରମାଣ ନଥିବା ଅଭାବରୁ ମୟୂରଭଞ୍ଜ ଜିଲ୍ଲା ଦୌରା ଜଜ୍ ତାଙ୍କୁ ନିର୍ଦ୍ଦୋଷରେ ଖଲାସ କରିବା ପରେ ବେଶ୍ ଖୁସି ହୋଇଛନ୍ତି ହାବିଲ।

୨୦୦୩ ମସିହା ଜାନୁଆରୀ ୩ ତାରିଖରେ ପଡ଼ୋଶୀ ଘରର ଦୁଇ ଜଣ ପୁରୁଷଙ୍କ ସହ ଜଣେ ଦୁଇ ବର୍ଷର ଶିଶୁକୁ ହତ୍ୟା କରିଥିବା ନେଇ ତାଙ୍କ ବିରୋଧରେ ଅଭିଯୋଗ ହୋଇଥିଲା। ଗୁଣିଗାରେଡି ସନ୍ଦେହରେ ତିନି ଜଣଙ୍କୁ ହାବିଲ ହତ୍ୟା କରି ମୁଣ୍ଡ ଗଣ୍ଡି ଅଲଗା କରି ଫୋପାଡି ଦେବା ସହ ସେମାନଙ୍କ ଯୌନାଙ୍ଗକୁ କାଟି ଦେଇଥିବା ଅଭିଯୋଗ ହୋଇଥିଲା। ଏ ନେଇ ଯଶିପୁର ଥାନାରେ ଅଭିଯୋଗ ହେବା ପରେ ତାଙ୍କୁ ଗିରଫ କରାଯାଇଥିଲା ।

୨୦୦୫ ମସିହାରେ ବାରିପଦା ଅତିରିକ୍ତ ଜିଲ୍ଲା ଓ ଦୌରା ଜଜ୍ ବିଚାର କରି ହାବିଲକୁ ଆଜୀବନ କାରାଦଣ୍ଡ ଶୁଣାଇଥିଲେ। ଏନେଇ ହାବିଲ ଉଚ୍ଚ ନ୍ୟାୟାଳୟର ମଧ୍ୟ ଆଶ୍ରୟ ନେଇଥିଲେ। ଉଚ୍ଚ ନ୍ୟାୟାଳୟ ଏହି ଘଟଣାର ହସ୍ତକ୍ଷେପ କରି ଘଟଣାକୁ ପୁନଃ ବିଚାର ପାଇଁ ମୟୂରଭଞ୍ଜ ଜିଲ୍ଲା ଜଜଙ୍କୁ ନିର୍ଦ୍ଦେଶ ଦେଇଥିଲେ। ଏହାସହ ସରକାର ଜଣେ ଅବୈତନିକ ଓକିଲକୁ ଯୋଗାଇ ଦେବା ପାଇଁ ମଧ୍ୟ ନିର୍ଦ୍ଦେଶ ଦେଇଥିଲେ। ସେହି ଦିନ ଠାରୁ ସେ ବିଚାରାଧିନ କଏଦୀ ଭାବେ ଥିଲେ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking