24.4 C
Bhubaneswar
Sunday, December 22, 2024
Homeଦେଶ ବିଦେଶଦେଶକୁ ଘାରିଲା ଅପକ୍ୱ ଶିଶୁ ଚିନ୍ତା

ଦେଶକୁ ଘାରିଲା ଅପକ୍ୱ ଶିଶୁ ଚିନ୍ତା

ନୂଆଦିଲ୍ଲୀ: ପ୍ରି-ଟର୍ମ ବାର୍ଥ ବା ଅପକ୍ୱ ଶିଶୁ । ଗର୍ଭଧାରଣର ୩୭ ସପ୍ତାହ ପୂର୍ବରୁ ଜନ୍ମ ନେଉଥିବା ଶିଶୁଙ୍କୁ ନେଇ ଜାତିସଂଘ ପକ୍ଷରୁ ପ୍ରକାଶ ପାଇଛି ଉଦବେଗଜନକ ରିପୋର୍ଟ । ଏଥିରେ ଦର୍ଶାଯାଇଛି ଯେ, ୨୦୨୦ରେ ସାରା ବିଶ୍ୱରେ ୧ କୋଟି ୩୪ ଲକ୍ଷ ଅପକ୍ୱ ଶିଶୁ ଜନ୍ମ ନେଇଥିଲେ । ସେଥିରୁ ୪୫ ପ୍ରତିଶତ କେବଳ ୫ଟି ଦେଶର । ସର୍ବାଧିକ ପ୍ରି-ଟର୍ମ ଡେଲିଭରି ହୋଇଥିବା ୫ଟି ଦେଶ ଭିତରେ ଅଛି ଭାରତ । ରିପୋର୍ଟ ଅନୁସାରେ, ୨୦୨୦ରେ ଏଭଳି ୪୫ ପ୍ରତିଶତ ଶିଶୁ ଅର୍ଥାତ୍ ବିଶ୍ୱର ପ୍ରାୟ ଅଧା ଅପକ୍ୱ ଶିଶୁ ଭାରତ, ପାକିସ୍ତାନ, ନାଇଜେରିଆ, ଚୀନ୍ ଓ ଇଥିଓପିଆରେ ଜନ୍ମ ନେଇଛନ୍ତି । ଅପକ୍ୱ ଶିଶୁ ଜନ୍ମ ହାରକୁ ତୁଳନା କଲେ ଭାରତ ଚତୁର୍ଥ ସ୍ଥାନରେ ରହିଛି ।

ପ୍ରଥମ ସ୍ଥାନରେ ଥିବା ବାଂଲାଦେଶରେ ଏହା ୧୬.୨ ପ୍ରତିଶତ, ଦ୍ୱିତୀୟରେ ଆଫ୍ରିକୀୟ ଦେଶ ମାଲାୱି ୧୪.୫ ପ୍ରତିଶତ, ତୃତୀୟରେ ପାକିସ୍ତାନ ୧୪.୪ ପ୍ରତିଶତ, ଚତୁର୍ଥରେ ଭାରତ ୧୩ ପ୍ରତିଶତ ଏବଂ ପଞ୍ଚମରେ ରହିଛି ଦକ୍ଷିଣ ଆଫ୍ରିକା- ୧୩ ପ୍ରତିଶତ । ଅର୍ଥାତ୍ ଭାରତରେ ପ୍ରତି ଶହେ ଶିଶୁରେ ୧୩ଟି ଶିଶୁ ପ୍ରିମାଚ୍ୟୋର ବା ଅପକ୍ୱ ଭାବେ ଜନ୍ମ ନେଇଛନ୍ତି । ତେବେ କେବଳ ପଛୁଆ କିମ୍ବା ବିକାଶଶୀଳ ନୁହେଁ, ଆମେରିକା ଓ ଗ୍ରୀସ୍ ଭଳି ଧନୀଦେଶର ତଥ୍ୟ ବି ଚିନ୍ତାଜନକ ।

ଗ୍ରୀସରେ ଏହି ହାର ୧୧.୬ ପ୍ରତିଶତ ଥିବା ବେଳେ ଆମେରିକାରେ ଏହା ୧୦ ପ୍ରତିଶତ । ପ୍ରି-ଟର୍ମ ବାର୍ଥ୍ ହେଉଛି ସାଇଲେଣ୍ଟ ଏମରଜେନ୍ସି ବା ନିରବ ବିପଦ । ବିଗତ ଦଶନ୍ଧି ତୁଳନାରେ ବର୍ତ୍ତମାନର ସ୍ଥିତି ଆହୁରି ସଂଗୀନ । ଏଥିଯୋଗୁଁ ବର୍ଷକ ଭିତରେ ଯାଇ ୧୦ ଲକ୍ଷ ନବଜାତଙ୍କ ଜୀବନ ଯାଇଛି । ୬ଟି ଦେଶରେ ୧୪୦ ଜଣ ଏହି ସର୍ବେକ୍ଷଣ କରିଥିଲେ । ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ବା ଡବ୍ଲୁଏଚ୍‌ଓ ଏବଂ ୟୁନିସେଫ ଏବଂ ପିଏମ୍‌ଏନ୍‌ସିଏଚ୍ ପକ୍ଷରୁ ଏହି ସର୍ଭେ ହୋଇଥିଲା । ଏହି ରିପୋର୍ଟ ଅନୁସାରେ, ୨୦୧୦ ଅପେକ୍ଷା ୨୦୨୦ରେ ଅପକ୍ୱ ଶିଶୁ ଜନ୍ମହାରରେ ବୃଦ୍ଧି ଘଟିଛି । ୨୦୧୦ରେ ଏହା ୯.୮ ପ୍ରତିଶତ ଥିବା ବେଳେ, ୨୦୨୦ରେ ଏହା ୯.୯କୁ ବଢ଼ିଛି । ୨୦୨୦ରେ ବିଶ୍ୱରେ ୧ କୋଟି ୩୪ ଲକ୍ଷ ଅପକ୍ୱ ଶିଶୁ ଜନ୍ମ ନେଇଥିବା ବେଳେ, ସେମାନଙ୍କ ମଧ୍ୟରୁ ପ୍ରାୟ ୧୦ ଲକ୍ଷ ପ୍ରାଣ ହରାଇଛନ୍ତି । ଅର୍ଥାତ୍ ପ୍ରତି ୧୦ ଜଣ ଅପକ୍ୱ ନବଜାତଙ୍କ ମଧ୍ୟରେ ଜଣଙ୍କର ମୃତ୍ୟୁ ଘଟିଛି । ତେବେ ଗୋଟିଏ ଦଶନ୍ଧି ଭିତରେ ପ୍ରି-ଟର୍ମ ବାର୍ଥ ହାରରେ କୌଣସି ଅଞ୍ଚଳରେ ବି ସୁଧାର ଆସିନି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking