ରାୟଗଡ଼ା: ହଇଜାକୁ ନେଇ ଚିନ୍ତା ବଢ଼ିଯାଇଛି । ଏହାରି ମଧ୍ୟରେ ଏହି ହଇଜାରେ ଆଉ ୨ ଜଣଙ୍କର ମୃତ୍ୟୁ ଘଟିଥିବା ଆଜି ସୂଚନା ମିଳିଛି । ଆଉ ୨ ଜଣଙ୍କ ମୃତ୍ୟୁ ପରେ ହଇଜା ମୃତ୍ୟୁ ସଂଖ୍ୟା ୧୦କୁ ବୃଦ୍ଧି ପାଇଛି । ହାଡିଗୁଡ଼ା ପଞ୍ଚାୟତ କୁଗୁପୁଟରେ ଜଣେ ମହିଳା ଆକ୍ରାନ୍ତଙ୍କର ମୃତ୍ୟୁ ଘଟିଛି । ଟିକିରି ପଞ୍ଚାୟତ ଜାମୁଗୁଡ଼ାରେ ଆଉ ଜଣେ ମହିଳା ଆକ୍ରାନ୍ତଙ୍କର ମୃତ୍ୟୁ ହୋଇଛି