36.1 C
Bhubaneswar
Saturday, May 18, 2024
Homeଦେଶ ବିଦେଶଦୁନିଆର ସବୁଠାରୁ ମହଙ୍ଗା ଅଣ୍ଡା..ଜାଣନ୍ତୁ ଏହାର ଦାମ

ଦୁନିଆର ସବୁଠାରୁ ମହଙ୍ଗା ଅଣ୍ଡା..ଜାଣନ୍ତୁ ଏହାର ଦାମ

ନୂଆଦିଲ୍ଲୀ: ପ୍ରୋଟିନର ଉତ୍ସ ହେଉଛି ଅଣ୍ଡା । ଲୋକମାନେ ଅଣ୍ଡା ଖାଇବାକୁ ବହୁତ ପସନ୍ଦ କରିଥାଆନ୍ତି । ଏହାକୁ ସେମାନେ ପ୍ରୋଟିନ ଭାବରେ ଗ୍ରହଣ କରିଥାନ୍ତି । ତେବେ ଦେଶୀ ଅଣ୍ଡା ଲୋକେ ଖାଇବାକୁ ପସନ୍ଦ କରୁଥିବା ବେଳେ ଏହାର ମୂଲ୍ୟ ସାଧାରଣ ଅଣ୍ଡା ଠାରୁ ଟିକିଏ ଅଧିକ ଥାଏ । ଆଉ ଏହାକୁ ଅଧିକ ଲୋକ ପସନ୍ଦ କରନ୍ତି ମଧ୍ୟ । ତେବେ ଅଣ୍ଡାର ମୂଲ୍ୟ ୬ ରୁ ୭ ଟଙ୍କା ଥିବା ବେଳେ ଯଦି ଅଣ୍ଡାର ମୂଲ୍ୟ ୫୦ ହଜାର ଟଙ୍କା ହୁଏ ତେବେ କଣ ଆପଣ ସେହି ଅଣ୍ଡା କିଣିବା କଥା ଭାବିବେ ।

ଏବେ ଏତେ ଟଙ୍କାରେ ବିକ୍ରି ହେଉଥିବା ଏହି ଅନୋଖା ଅଣ୍ଡା ବିଷୟରେ ବିସ୍ତାରରେ ଜାଣିବା । ମେଟ୍ରୋ ରିପୋର୍ଟ ଅନୁସାରେ ବ୍ରିଟେନରେ ରହୁଥିବା ଏକ ପରିବାର ବିଗତ ୨୦ ବର୍ଷ ହେଲା ରେଲ୍ୟୁ ହୋଇଥିବା କୁକୁଡ଼ାଗୁଡ଼ିଙ୍କୁ ପାଳୁଛନ୍ତି । ଏଗୁଡ଼ିକ ମଧ୍ୟରୁ ଏକ କୁକୁଡ଼ାର ଅଣ୍ଡାକୁ ଦେଖୁ ପରିବାରର ଲୋକେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ । ଯେଉଁ କୁକୁଡ଼ାଟି ଅଣ୍ଡା ଦେଇଥିଲା ତା’ର ନାମ ରଖାଯାଇଛି ସ୍ଵିନ୍‌ । ମାଲିକାଣୀ ଏନାବେଲ୍‌ଙ୍କ ଛୋଟ ଝିଅର ନାମାନୁସାରେ ସେ କୁକୁଡ଼ାର ନାମ ଦେଇଥିଲେ । ଅଣ୍ଡାଟି ଆକାରରେ ପୂରା ଗୋଲ୍ ଥିଲା । ଏହି ଦୁର୍ଲଭ ଅଣ୍ଡାକୁ ଦେଖ୍ ଏନାବେଲ୍‌ଙ୍କର ଆଶ୍ଚର୍ଯ୍ୟର ସୀମା ରହି ନଥୁଲା । ଏହି ଅଣ୍ଡା ସମ୍ପର୍କରେ ଗୁଗଲ୍‌ରେ ଅନ୍ଵେଷଣ କରିବା ପରେ ଏହା ଏକ ଦୁର୍ଲଭ ଅଣ୍ଡା ବୋଲି ଜଣାପଡ଼ିଛି । ଏକ ଅରବ ଅଣ୍ଡା ମଧ୍ୟରୁ ଗୋଟିଏ ଅଣ୍ଡା ଏହିପରି ହୋଇଥାଏ । ଏହା ଏତେ ଗୋଲ୍ ଯେ ଟେବୁଲ ଉପରେ ମାର୍ବଲ୍ ପରି ଗଡ଼ିଯାଇପାରେ । ଏନାବେଲ୍‌ କିନ୍ତୁ ଏହି ଅଣ୍ଡାକୁ ବିକ୍ରି କରିବାକୁ ଚାହୁଁଛନ୍ତି । ବର୍ତ୍ତମାନ ଏନାମେଲ୍ ଅଣ୍ଡାଟିକୁ କମର୍ସ ୱେବ୍‌ସାଇଟ୍‌ର ଏକ ସୂଚୀରେ ସାମିଲ୍ କରିଦେଇଛନ୍ତି । ଏହା ପୂର୍ବରୁ ଅଷ୍ଟ୍ରେଲିଆର କ୍ୱିନ୍ସଲ୍ୟାଣ୍ଡରେ ସ୍ଥିତ ଷ୍ଟକ୍‌ମ୍ୟାନ୍‌ ଏଗୁ ଫାର୍ମରେ ସାମାନ୍ୟରୁ ତିନି ଗୁଣର ବିଶାଳ ଅଣ୍ଡା ମିଳିଥିଲା ଯାହାର ଓ ଜନ ଥିଲା ୧୭୮ ଗ୍ରାମ । ତେବେ ସାଧାରଣ ଏକ ଅଣ୍ଡାର ଓଜନ ୫୮ ଗ୍ରାମ ଥାଏ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking