17.1 C
Bhubaneswar
Tuesday, January 14, 2025
Homeଜୀବନଶୈଳୀଆଜି ବିଶ୍ୱ କିଡ଼ନୀ ଦିବସ : ତାହେଲେ କିପରି ରଖିବେ କିଡନୀକୁ ସୁସ୍ଥ ଜାଣନ୍ତୁ

ଆଜି ବିଶ୍ୱ କିଡ଼ନୀ ଦିବସ : ତାହେଲେ କିପରି ରଖିବେ କିଡନୀକୁ ସୁସ୍ଥ ଜାଣନ୍ତୁ

ଭୁବନେଶ୍ୱର : ମାର୍ଚ୍ଚ 10 କୁ ବିଶ୍ୱ କିଡନୀ ଦିବସ ଭାବେ ପାଳନ କରାଯାଏ | କିଡ଼ନୀ ସମ୍ବନ୍ଧୀୟ ରୋଗ ବିଷୟରେ ଲୋକଙ୍କୁ ଅବଗତ କରାଇବା ଲକ୍ଷ୍ୟରେ ଏହି ଦିନଟିକୁ ପାଳନ କରାଯାଏ | ମଣିଷର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଅଙ୍ଗ ହେଲା କିଡ଼ନୀ | ଯାହାକି ଶରୀରର ଅପରିଷ୍କାର ପଦାର୍ଥକୁ ବାହାର କରିବାରେ ସାହାଯ୍ୟ କରେ | ମଣିଷର ଦୁଇଟି ଯାକ କିଡ଼ନୀ ନଷ୍ଟ ହୋଇଗଲେ ବଞ୍ଚିବା କଷ୍ଟକର | ଆଜିକାଲିର ଅତ୍ୟାଧୁନିକ ଜୀବନଶୈଳୀର ପ୍ରଭାବ ଆମ ଶରୀର ଉପରେ ପଡିଥାଏ | ଏପରି ପରିସ୍ଥିତିରେ ସୁସ୍ଥ କିଡନୀ ପାଇଁ କିଛି ଅଭ୍ୟାସରୁ ନିଜକୁ ଦୂରେଇ ରଖିବା ଆବଶ୍ୟକ | ନଚେତ୍ ଏହା ଆପଣଙ୍କ ସ୍ୱାସ୍ଥ୍ୟ ପ୍ରତି ଗୁରୁତର କ୍ଷତି ଆଣି ପାରେ |

-ଯଦି ଆପଣ ଅଧିକ ମିଠା ଖାଆନ୍ତି, ତେବେ ଏହାକୁ ତୁରନ୍ତ କମ କରନ୍ତୁ | କାରଣ ଅଧିକ ମିଠା ଖାଇବା ଦ୍ୱାରା ମେଦବହୁଳତା, ଉଚ୍ଚ ରକ୍ତଚାପ ଏବଂ ମଧୁମେହ ଭଳି ରୋଗର ଆଶଙ୍କା ବଢ଼ାଇଥାଏ | ଯାହାକି କିଡନୀ ଉପରେ ଅଧିକ ପ୍ରଭାବ ପକାଇବ | ତେଣୁ ମିଠା ଖାଦ୍ୟ ଠାରୁ ଆପଣ ଦୂରାଇ ରହିବା ଭଲ |

– ଏବଂ ଧୂମ୍ରପାନ ଅନେକ ଗମ୍ଭୀର ରୋଗର ମୂଳ କାରଣ ବୋଲି ବିବେଚନା କରାଯାଏ | ସମସ୍ତେ ଜାଣନ୍ତି ଯେ ଏହା କର୍କଟ ରୋଗର ଆଶଙ୍କା ବଢ଼ାଇଥାଏ | କିନ୍ତୁ ଖୁବ୍ କମ୍ ଲୋକ ଜାଣନ୍ତି ଯେ ଧୂମପାନ କରିବା ଦ୍ୱାରା ମୂତ୍ରରେ ପ୍ରୋଟିନ୍ ପରିମାଣ ବଢିଯାଏ, ଯାହା କିଡନୀକୁ କ୍ଷତି ପହଞ୍ଚାଏ |

– ସେହିପରି ଭାବେ ଭଲ ନିଦ ସ୍ୱାସ୍ଥ୍ୟ ପାଇଁ ଲାଭଦାୟକ | ସୁସ୍ଥ କିଡନୀ ପାଇଁ ଏହା ମଧ୍ୟ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ | କାରଣ କିଡନୀର କାମ ଶୋଇବା ଚକ୍ର ସହିତ ସିଧାସଳଖ ଜଡିତ |

-ଯେଉଁ ଲୋକମାନେ ଅଧିକ ମଦ୍ୟପାନ କରନ୍ତି, ସେମାନଙ୍କର କ୍ରନିକ୍ ବୃକକ୍ ରୋଗ ହେବାର ଆଶଙ୍କା ଅଧିକ ଥାଏ | ଏଭଳି ପରିସ୍ଥିତିରେ ମଦ୍ୟପାନଠାରୁ ଦୂରରେ ରହିବା ଜରୁରୀ |

-ଅଧିକ ଲୁଣ ଅର୍ଥାତ୍ ସୋଡିୟମ୍ ଥିବା ଖାଦ୍ୟର ବ୍ୟବହାର ହେତୁ ରକ୍ତଚାପ ଯଥେଷ୍ଟ ବୃଦ୍ଧି ପାଇଥାଏ | ଏହି କାରଣରୁ କିଡନୀ ସମ୍ବନ୍ଧୀୟ ରୋଗ ହେବାର ଆଶଙ୍କା ଥାଏ | ଏପରି ପରିସ୍ଥିତିରେ ଲୁଣର ବ୍ୟବହାରକୁ ସୀମିତ ରଖିବା ଭଲ |

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking