31.1 C
Bhubaneswar
Thursday, May 30, 2024
Homeଦେଶ ବିଦେଶଦୁଇଟି ଭାରତୀୟ‘କାଶ ସିରପ୍‌’କୁ ବ୍ୟବହାର ପାଇଁ ମନାକଲା ବିଶ୍ବ ସ୍ବାସ୍ଥ୍ୟ ସଂଗଠନ

ଦୁଇଟି ଭାରତୀୟ‘କାଶ ସିରପ୍‌’କୁ ବ୍ୟବହାର ପାଇଁ ମନାକଲା ବିଶ୍ବ ସ୍ବାସ୍ଥ୍ୟ ସଂଗଠନ

ନୂଆଦିଲ୍ଲୀ: ଭାରତର ନଏଡ଼ାସ୍ଥିତ ଔଷଧ କମ୍ପାନି ‘ମାରିଅନ୍‌ ବାୟୋଟେକ୍‌’ଦ୍ବାରା ନିର୍ମିତ ୨ଟି କାଶ ସିରପ୍‌ ଉଜ୍‌ବେକିସ୍ତାନ୍‌ ପିଲାମାନଙ୍କୁ ନ ଦେବା ଲାଗି ‘ବିଶ୍ବ ସ୍ବାସ୍ଥ୍ୟ ସଙ୍ଗଠନ’ ବୁଧବାର ଦିନ ପରାମର୍ଶ ଦେଇଛି। ବୁଧବାର ଜାରି କରିଥିବା ‘ମେଡିକାଲ୍‌ ପ୍ରଡକ୍ଟ୍‌’ ସତର୍କ ସୂଚନାରେ ‘ବିଶ୍ବ ସ୍ବାସ୍ଥ୍ୟ ସଙ୍ଗଠନ’ କହିଛି ‘ମାରିଅନ୍‌ ବାୟୋଟେକ୍‌’ଦ୍ବାରା ପ୍ରସ୍ତୁତ ଉକ୍ତ ଔଷଧଗୁଡ଼ିକ ନିମ୍ନ ଧରଣର ଉତ୍ପାଦ। ଗୁଣବତ୍ତା ବା ଗାଇଡ୍‌ଲାଇନ୍‌କୁ ଆଧାର କରି ପ୍ରସ୍ତୁତ କରାଯାଇ ନ ଥିବାରୁ ଏହି ଔଷଧକୁ ଗାଇଡ୍‌ଲାଇନ୍‌ ବାହାରର ଉତ୍ପାଦ ଭାବେ ବିବେଚନା କରାଯାଉଛି। ‘ବିଶ୍ବ ସ୍ବାସ୍ଥ୍ୟ ସଙ୍ଗଠନ’ ତା’ର ୱେବ୍‌ସାଇଟ୍‌ରେ ରିଲିଜ୍‌ କରିଥିବା ସତର୍କ ସୂଚନାରେ ଆହୁରି ମଧ୍ୟ ଲେଖିଛି, ଉଜ୍‌ବେକିସ୍ତାନରେ ଚିହ୍ନଟ କରାଯାଇ ୨୦୨୨ ଡିସେମ୍ବର ୨୨ ତାରିଖ ଦିନ ‘ବିଶ୍ବ ସ୍ବାସ୍ଥ୍ୟ ସଙ୍ଗଠନ’କୁ ରିପୋର୍ଟ କରାଯାଇଥିବା ଦୁଇଟି ନିମ୍ନ ମାନର (ପ୍ରଦୂଷିତ) ଔଷଧ ସଂକ୍ରାନ୍ତରେ ‘ହୁ ମେଡିକାଲ୍‌ ପ୍ରଡକ୍ଟ୍‌ ଆଲର୍ଟ’ ଏହି ସତର୍କ ସୂଚନା ଜାରି କରୁଛି।

ଏ ଦୁଇଟି ଔଷଧ ହେଉଛି ‘ଆମ୍ବ୍ରୋନଲ୍‌’ ଓ ‘ଡିଓକେ-୧’ ସିରପ୍। ଏ ଦୁଇଟି ଔଷଧର ନିର୍ମାତା ହେଉଛନ୍ତି ଭାରତର ଉତ୍ତର ପ୍ରଦେଶରେ ଥିବା ‘ମାରିଅନ୍‌ ବାୟୋଟେକ୍‌ ପ୍ରାଇଭେଟ୍‌ ଲିମିଟେଡ୍‌’। ଏହି ଔଷଧର ନିରାପତ୍ତା ଓ ଗୁଣବତ୍ତା ସଂକ୍ରାନ୍ତରେ ଆଜି ପର୍ଯ୍ୟନ୍ତ ଉକ୍ତ କମ୍ପାନି ‘ବିଶ୍ବ ସ୍ବାସ୍ଥ୍ୟ ସଙ୍ଗଠନ’କୁ କ‌ୌଣସି ଗ୍ୟାରେଣ୍ଟି ଦେଇ ନାହିଁ ବୋଲି ସତର୍କ ସୂଚନାରେ ଉଲ୍ଲେଖ ଅଛି। ‘ବିଶ୍ବ ସ୍ବାସ୍ଥ୍ୟ ସଙ୍ଗଠନ’ ଆହୁରି ମଧ୍ୟ କହିଛି ଯେ, ଉଜ୍‌ବେକିସ୍ତାନର ‘ନ୍ୟାସ୍‌ନାଲ୍‌ କ୍ବାଲିଟି କଣ୍ଟ୍ରୋଲ୍‌ ଲାବ୍ରଟରି’ କରିଥିବା ବିଶ୍ଳେଷଣ ଅନୁସାରେ, ଉଭୟ ଔଷଧରେ ଅଗ୍ରହଣୀୟ ମାତ୍ରା‌ରେ ‘ଡାଇଥିଲିନ୍‌ ଗ୍ଲାଇକୋ’ ବା ‘ଏଥିଲିନ୍‌ ଗ୍ଲାଇକୋ’ ନାମକ ରାସାୟକିନ ପଦାର୍ଥ ରହିଛି। ଏହି କାଶ ସିରପ୍‌ ଦୁଇଟି ଖାଇବା ପରେ ୧୮ଜଣ ପିଲାଙ୍କର ମୃତ୍ୟୁ ଘଟିଥିବା କଥା ଡିସେମ୍ବର ୨୨ ତାରିଖ ଦିନ ଉଜ୍‌ବେକିସ୍ତାନ ଅଭିଯୋଗ କରିଥିଲା।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking