29.1 C
Bhubaneswar
Monday, June 24, 2024
Homeଦେଶ ବିଦେଶମିନି ବସ୍‌ ଟ୍ରକ୍‌ ଧକ୍କା; ଗୋଟିଏ ପରିବାରର ୭ ଜଣ ମୃତ

ମିନି ବସ୍‌ ଟ୍ରକ୍‌ ଧକ୍କା; ଗୋଟିଏ ପରିବାରର ୭ ଜଣ ମୃତ

ଅମ୍ବାଲା : ମିନି ବସ୍‌ ସହ ଟ୍ରକ୍‌ ମୁହାଁମୁହିଁ ଧକ୍କା ହେବା ଫଳରେ ଘଟିଛି ଦୁର୍ଘଟଣା , ହରିୟାଣାର ଅମ୍ବାଲାରେ ଗୁରୁବାର ରାତିରେ ଏକ ଭୀଷଣ ସଡ଼କ ଦୁର୍ଘଟଣା ଘଟିଛି । ଏକ ମିନି ବସ ସହ ଟ୍ରକ ମୁହାଁମୁହିଁ ଧକ୍କା ହେବାରୁ ଘଟଣାସ୍ଥଳରେ ୭ ଜଣଙ୍କ ମୃତ୍ୟୁ ହୋଇଛି । ମୃତକମାନେ ଗୋଟିଏ ପରିବାରର ବୋଲି ଜଣାଯାଇଛି। ଏହାବାଦ ଏହି ଦୁର୍ଘଟଣାରେ ପ୍ରାୟ ୨୫ ଜଣ ଗୁରୁତର ଆହତ ହୋଇଛନ୍ତି। ଏକ ମିନି ବସ୍‌ରେ ପ୍ରାୟ ୩୫ ଯାତ୍ରୀ ବୈଷ୍ଣୋ ଦେବୀଙ୍କ ଦର୍ଶନ ନିମନ୍ତେ ଯାଉଥିଲେ। ଗତ ରାତିରେ ଗାଡ଼ିଟି ଦିଲ୍ଲୀ – ଜମ୍ମୁ ଜାତୀୟ ରାଜପଥରେ ଯାଉଥିବା ବେଳେ ଏହି ଦୁର୍ଘଟଣା ଘଟିଛି। ଦ୍ରୁତ ଗତିରେ ଯାଉଥିବା ମିନି ବସ୍‌କୁ ଟ୍ରକ୍‌ଟି ପିଟିବାରୁ ବସ୍‌ଟି ଚୁରମାର ହୋଇ ଯାଇଛି। ଖବର ପାଇ ପୁଲିସ୍‌ ଓ ଅଗ୍ନିଶମ କର୍ମଚାରୀ ପହଞ୍ଚି ବସ୍‌ରୁ ମୃତକ ଓ ଆହତଙ୍କୁ ଉଦ୍ଧାର କରିଥିଲେ। ତୁରନ୍ତ ଆହତଙ୍କୁ ନିକଟସ୍ଥ ମେଡିକାଲରେ ଭର୍ତ୍ତି କରାଯାଇଛି। ବସ୍‌ ଚାଳକ ନିଶାସକ୍ତ ଅବସ୍ଥାରେ ଥିବାରୁ ଏହି ଦୁର୍ଘଟଣା ଘଟିଥିବା ଜଣେ ଯାତ୍ରୀ କହିଛନ୍ତି। ଦୁର୍ଘଟଣା ପରେ ଡ୍ରାଇଭର ଘଟଣାସ୍ଥଳରୁ ଫେରାର ହୋଇ ଯାଇଛନ୍ତି। ପୁଲିସ୍‌ ଘଟଣାର ତଦନ୍ତ ଆରମ୍ଭ କରିଛି।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking