24.1 C
Bhubaneswar
Wednesday, January 1, 2025
Homeଦେଶ ବିଦେଶଭାରତୀୟ ପୁରୁଷଙ୍କୁ ଅଧିକ ମାତ୍ରାରେ ହୋଇଥାଏ ଏହି କ୍ୟାନ୍ସର

ଭାରତୀୟ ପୁରୁଷଙ୍କୁ ଅଧିକ ମାତ୍ରାରେ ହୋଇଥାଏ ଏହି କ୍ୟାନ୍ସର

ନୂଆଦିଲ୍ଲୀ: ସମଗ୍ର ଦୁନିଆରେ ଫେବୃୟାରୀ ୪ ତାରିଖକୁ ବିଶ୍ୱ କ୍ୟାନସର ଦିବସ ଭାବରେ ପାଳନ କରାଯାଏ । ଏହି ଦିନରେ ଲୋକଙ୍କୁ କ୍ୟାନସର ବିଷୟରେ ସମ୍ୟକ ସୂଚନା, ଏହାର ଲକ୍ଷଣ, ଏଥିରୁ ମୁକ୍ତି ପାଇବାର ଉପାୟ ବିଷୟରେ ଜାଗୃତ କରାଯାଏ । ତେବେ ଭାରତରେ ପ୍ରାୟ ୨୦ ଲକ୍ଷରୁ ଅଧିକ ଲୋକେ କ୍ୟାନସର ସହ ଲଢେଇ କରୁଛନ୍ତି । ଭାରତୀୟ ପୁରୁଷଙ୍କ ମଧ୍ୟରେ କ୍ୟାନସର ହେବାର ଆଶଙ୍କା ୯.୮୧ ପ୍ରତିଶତ ରହିଛି । ତେବେ ଟାଲନ୍ତୁ ଜାଣିବା, ତାହା କେଉଁଭଳି କ୍ୟାନସର ଯାହା ଭାରତୀୟ ପୁରୁଷଙ୍କୁ ନିଜର ଶିକାର କରୁଛି ।
ସ୍ମୋକିଂ କରିବା କାରଣରୁ ଭାରତରେ ଅଧିକ ମାତ୍ରାରେ ପୁରୁଷଙ୍କୁ ଲଙ୍ଗସ କ୍ୟାନସର ହୋଇଥାଏ । ଶରୀରରେ ଏହି କ୍ୟାନସର ହେବା ଅଧିକ ବିପଦପୂର୍ଣ୍ଣ ହୋଇଥାଏ । ପ୍ରଦୂଷଣ ଓ ତମ୍ବାଖୁ ନେବା ଦ୍ୱାରା ଏହା ଆହୁରି ବଢିଯାଏ । ତେବେ ୬୦ ବର୍ଷରୁ ଅଧିକ ବର୍ଷ ବୟସର ବ୍ୟକ୍ତିଙ୍କ ନିକଟରେ ଏହାର ମାତ୍ରା ଅଧିକ ରହିଥାଏ । ସାଧାରଣ ଭାବରେ ଏହି କ୍ୟାନସର ଆରମ୍ଭରୁ କିଛି ଲକ୍ଷଣ ପରିଲକ୍ଷିତ ହୋଇନଥାଏ । ମାତ୍ର ଏହା ଧିରେ ବଢିବା ସହିତ କାଶ ହେବା, ନିଶ୍ୱାସ ପ୍ରଶ୍ୱାସରେ ସମସ୍ୟା ହେବା, ଛାତିରେ ଯନ୍ତ୍ରଣା ହେବା, ଗଳା ବସିଯିବା, ଛେର ଥୁକିବାରେ ପରିବର୍ତନ ହେବା ଓ ରକ୍ତ ଜମା ହେବା ଆରମ୍ଭ ହୋଇଥାଏ । ସେଥିପାିଁ ଲଙ୍ଗସ କ୍ୟାନସରରୁ ରକ୍ଷା ପାଇବା ପାଇଁ ସ୍ମୋକିଂ ସଂପୂର୍ଣ୍ଣ ମାତ୍ରାରେ ଛାଡିବା ଦରକାର ।
ଭାରତରେ ୩୦ରୁ ଅଧିକ ପ୍ରତିଶତ ଲୋକଙ୍କୁ ଓରଲ କ୍ୟାନସର ହୋଇଥାଏ । ଏଥିରେ ଓରଲ କ୍ୟାଭିଟି ଟିସ୍ୟୁରେ କ୍ୟାନ୍ସର ହୋଇଥାଏ । ଭାରତରେ ମହିଳାଙ୍‌କ ତୁଳନାରେ ପୁରୁଷଙ୍କୁ ଏହି କ୍ୟାନସର ଅଧିକମାତ୍ରାରେ ହୋଇଥାଏ । ତମ୍ବାଖୁ ସେବନ, ଅତ୍ୟଧିକ ମଦ୍ୟପାନ, ଏଚପିବି ସଂକ୍ରମଣ, ଦୁର୍ବଳ ଇମ୍ୟୁନ ସିଷ୍ଟମ ଯୋଗୁଁ ମୁହଁରେ କ୍ୟାନସର ହୋଇଥାଏ । ଏହି କ୍ୟାନସର ହେଲେ ମୁହଁରେ ଘା, ଗଳାରେ ଖରାଶ, ନିଶ୍ୱାସ ପ୍ରଶ୍ୱାସରେ ଦୁର୍ଗନ୍ଧ ଓ ମୁହଁରେ ଯନ୍ତ୍ରଣା ଭଳି ସମସ୍ୟା ଦେଖାଯାଏ । ଟନସିଲ, ଜିଭରେ ଏକ ଲାଲ କିମ୍ବା ଧଳାର ପ୍ୟାଚ ପଡିବା ଭଳି ଦେଖାଯାଇପାରେ । ଭାରତରେ ପ୍ରୋଷ୍ଟେଟ କ୍ୟାନସର ମାମଲା କମ୍ । ମାତ୍ର ଗତ କିଛି ବର୍ଷ ଭିତରେ ଏହି ମାମଲା ବଢିଯାଇଛି । ଏହି ପ୍ରୋଷ୍ଟଟ ଗ୍ରନ୍ଥିର ଟିସ୍ୟୁରେ ହୋଇଥାଏ ଏବଂ ଧିରେ ଧିରେ ୟୁରିନରୀ ସିଷ୍ଟମ ପର୍ଯ୍ୟନ୍ତ ବ୍ୟାପିଥାଏ ।
ଆଡଭାନ୍ସ ଷ୍ଟେଜରେ ନପହଂଚିବା ପର୍ଯ୍ୟନ୍ତ ଏହାର କୌଣସି ଲକ୍ଷଣ ଦେଖାଯାଏ ନାହିଁ । ଏହାର ସାମାନ୍ୟ ଲକ୍ଷଣ ହେଲା, ୟୁରିନ ଲିକ ହେବା, ହାଡରେ ଯନ୍ତ୍ରଣା ହେବା, ପରିସ୍ରାରେ ରକ୍ତ ବାହାରିବା । ଏଥିରୁ ମଧ୍ୟ ରକ୍ଷା ପାଇବା ପାଇଁ ସ୍ମୋକିଂ ଛାଡି ସୁସ୍ଥ ଜୀବନପ୍ରଣାଳୀ ଆପଣାନ୍ତୁ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking