34.1 C
Bhubaneswar
Wednesday, May 25, 2022
Homeଦେଶ ବିଦେଶକଙ୍ଗନାଙ୍କ ଉପରେ ଆକ୍ସନ ନେଲା ଟ୍ୱିଟର

କଙ୍ଗନାଙ୍କ ଉପରେ ଆକ୍ସନ ନେଲା ଟ୍ୱିଟର

ନୂଆଦିଲ୍ଲୀ: କୃଷକ ଆନ୍ଦୋଳନ ଉପରେ ବଲିଉଡ ଅଭିନେତ୍ରୀ କଙ୍ଗନା ରଣାୱତଙ୍କ ସକ୍ରିୟତା ଅନେକ ମାତ୍ରାରେ ବଢିଯାଇଛି । ପପ ସିଙ୍ଗର ରିହାନାଙ୍କ ଟ୍ୱିଟ ପରେ କଙ୍ଗନା ଖପ୍ପା ଥିବା ନଜର ଆସିଛନ୍ତି । ଏହାକୁ ନେଇ ସେ ସମସ୍ତଙ୍କ ଉପରେ କ୍ଷୋଭ ପ୍ରକାଶ କରିଛନ୍ତି । ଏହାରି ମଧ୍ୟରେ ଭାରତୀୟ କ୍ରିକେଟର ରୋହିତ ଶର୍ମାଙ୍କୁ ନେଇ ମଧ୍ୟ ଅପଶବ୍ଦ ବ୍ୟବହାର କରିଛନ୍ତି । ସେ ରୋହିତଙ୍କୁ ଆପତ୍ତିଜନକ କଥା କହିଛନ୍ତି । ତେବେ କଙ୍ଗନାଙ୍କ ଏହି ଟ୍ୱିଟ ଉପରେ ରୋହିତଙ୍କ ମନ୍ତବ୍ୟ ଆସିବା ପୂର୍ବରୁ ଟ୍ୱିଟର ଏହି ଅଭିନେତ୍ରୀଙ୍କ ଉପରେ ଆକ୍ସନ ନେଇଛି । ଟ୍ୱିଟର ପକ୍ଷରୁ କଙ୍ଗନାଙ୍କ ସେହି ଟ୍ୱିଟକୁ ଡିଲିଟ କରିଦିଆଯାଇଛି ।

ସୋସିଆଲ ମିଡିଆ ପ୍ଲାଟଫର୍ମ ନଜରରେ ସେହି ଟ୍ୱିଟ ନିୟମର ଉଲ୍ଲଂଘନ । ସେ ଯେଉଁଭଳି ଭାଷାର ପ୍ରୟୋଗ କରିଥିଲେ ତାଙ୍କ ତରଫରୁ ଏସବୁ ଠିକ ନୁହେଁ । ଜାରି କରାଯାଇଥିବା ବିବୃତ୍ତିରେ ଲେଖାଯାଇଛି ଯେ, ଯାହା ଟ୍ୱିଟର ନିୟମ ଉଲ୍ଲଂଘନ କରୁଥିଲା, ସେହି ଟ୍ୱିଟ ଉପରେ ଆକ୍ସନ ନିଆଯାଇଛି । କଙ୍ଗନା ନିଜ ଟ୍ୱିଟରେ ସିଧାସଳଖ ରୋହିତଙ୍କୁ ଟାର୍ଗେଟ କରିଥିଲେ । ସେ କହିଥିଲେ, ‘ରୋହିତ ବହୁତ ଡରୁଛନ୍ତି । ସେ ଖୋଲାଖୋଲି ନିଜ ମନ୍ତବ୍ୟ ରଖୁନାହାନ୍ତି । କୃଷକମାନେ ଏମିତି କାନୁନ ବିରୋଧରେ କାହିଁକି ବାହାରିବେ, ଯଦିଓ ଏହା ଏକ କ୍ରାନ୍ତିକାରୀ ପଦକ୍ଷେପ ପରି । ଏମାନେ ଆତଙ୍କବାଦୀ । ଯିଏ ଧମାକା କରୁଛନ୍ତି । ଏମିତି କୁହ ନା, ଏତେ ଡର ଲାଗୁଛି’ ! । ତେବେ କଙ୍ଗନା ରୋହିତ କେଉଁ ଟ୍ୱିଟ ଉପରେ ଏମିତି ଜବାବ ଦେଇଥିଲେ ଚାଲନ୍ତୁ ଜାଣିବା । ରୋହିତ ଏକଜୁଟ ରହି ସମାଧାନ କରିବା ଉଦ୍ଦେଶ୍ୟରେ ଲେଖିଥିଲେ ଯେ, ‘ଯେବେ ବି ଆମେ ସମସ୍ତେ ସାଙ୍ଗ ହୋଇ ଏକାଠି ରହିଛେ, ସେ ସମୟରେ ଭାରତ ଶକ୍ତିଶାଳୀ ହୋଇପାରିଛି । ବର୍ତମାନ ସମୟରେ ଏକ ସମାଧାନ ବାହାରିବା ଜରୁରୀ ହୋଇପଡିଛି । ଆମ ଦେଶର ଉନ୍ନତିରେ ଦେଶର କୃଷକମାନେ ଏକ ମହତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥାନ୍ତି ଏବଂ ମୋର ଆଶା ଅଛି ଯେ, ଆମେ ସମସ୍ତେ ମିଶି ଖୁବଶୀଘ୍ର ସମାଧାନ ବାହାର କରିବା’ । ଏହି ଟ୍ୱିଟ ଉପରେ କଙ୍ଗନା ଏମିତି ଉତ୍ତର ଦେଇଥିଲେ । ଯାହା ପରେ ଟ୍ୱିଟର ତୁରନ୍ତ ଆକ୍ସନ ନେଇଥିଲା ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking