20.1 C
Bhubaneswar
Thursday, January 9, 2025
Homeଓଡିଶାଭବାନୀପାଟଣା ଠାରେ ବିଶ୍ଵ ପ୍ରାଣୀ ଚିକିତ୍ସା ଦିବସ ଉପଲକ୍ଷେ ସଚେତନତା ଶୋଭାଯାତ୍ରା ଓ ସଭା ଅନୁଷ୍ଠିତ

ଭବାନୀପାଟଣା ଠାରେ ବିଶ୍ଵ ପ୍ରାଣୀ ଚିକିତ୍ସା ଦିବସ ଉପଲକ୍ଷେ ସଚେତନତା ଶୋଭାଯାତ୍ରା ଓ ସଭା ଅନୁଷ୍ଠିତ

ଭବାନୀପାଟଣା :ବିଶ୍ଵ ପ୍ରାଣୀ ଚିକିତ୍ସା ଦିବସ-୨୦୨୩ ପାଳନ ଅବସରରେ ପ୍ରାଣୀ ସମ୍ପଦ ବିକାଶ ବିଭାଗ, କଳାହାଣ୍ଡି ତରଫରୁ ଭବାନୀପାଟଣା ଠାରେ ଆଜି ସକାଳ ୮.୦୦ ଘ ସମୟରେ ଏକ ସଚେତନତା ଶୋଭାଯାତ୍ରା ଅନୁଷ୍ଠିତ ହୋଇଯାଇଅଛି । ଉକ୍ତ ଶୋଭାଯାତ୍ରାକୁ ଜିଲ୍ଲା ମୁଖ୍ୟ ପ୍ରାଣୀ ଚିକିତ୍ସାଧିକାରୀ ଡା ହେମନ୍ତ କୁମାର ପ୍ରଧାନ ପତାକା ଦେଖାଇ ଉଦଘାଟନ କରିଥିଲେ । ଉକ୍ତ ଶୋଭାଯାତ୍ରାରେ ମହାବିଦ୍ୟାଳୟର ଛାତ୍ର, ଅଗ୍ରଣୀ ଚାଷୀ, ପଶୁ ପାଳନ ଉଦ୍ୟୋଗି , ପ୍ରାଣୀ ସମ୍ପଦ ବିଭାଗର କର୍ମଚାରୀ ଅଂଶ ଗ୍ରହଣ କରିଥିଲେ।

ଏହି ଶୋଭାଯାତ୍ରା ସିଡିଭିଓ ଅଫିସ ଠାରୁ ବାହାରି ସହର ପରିକ୍ରମା କରିଥିଲା । ଶୋଭାଯାତ୍ରା ପରେ ଭବାନୀପାଟଣା ସ୍ଥିତ ଅମ୍ରାପାଳି କ୍ଲାସିକ ହୋଟେଲର ସଭାଗୃହରେ ବିଶ୍ଵ ପ୍ରାଣୀ ଚିକିତ୍ସା ଦିବସ ପାଳନ କରାଯାଇଅଛି । ଏହି ଉତ୍ସବରେ କୃଷି ଭବନ ସଭା ଗୃହ ସିଧା ସଳଖ ପ୍ରସାରଣ ହୋଇଥିଲା । ଉକ୍ତ ପ୍ରସାରଣରେ ବିଶ୍ଵ ପ୍ରାଣୀ ଚିକିତ୍ସା ଦିବସ ଉପଲକ୍ଷେ ନିର୍ଦ୍ଦେଶକ ପ୍ରାଣୀ ସମ୍ପଦ ବିଭାଗ, ଓଡିଶା ବିଭାଗୀୟ ପ୍ରମୁଖ ସଚିବ ଶ୍ରୀ ଯୁକ୍ତ ସୁରେଶ ବସିଷ୍ଠ ଏବଂ ମାନ୍ୟବର ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ମନ୍ତ୍ରୀ ଶ୍ରୀ ଯୁକ୍ତ ରଣେନ୍ଦ୍ର ପ୍ରତାପ ସ୍ଵାଇଁ ତାଙ୍କ ଅଭିଭାଷଣ ରଖିଥିଲେ । ଓଡିଶାର ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ ଆଭାସି ମାଧ୍ୟମରେ ଏହି ଉପଲକ୍ଷେ ରାଜ୍ୟର ସମସ୍ତ ପ୍ରାଣୀ ଚିକିତ୍ସକ ମାନଙ୍କୁ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇଥିଲେ । ଉକ୍ତ ଉତ୍ସବରେ ଡା ହେମନ୍ତ କୁମାର ପ୍ରଧାନ ସଭାପତିତ୍ଵ କରିଥିଲେ ଏବଂ ଡା ଧର୍ମାନନ୍ଦ ମହାନ୍ତି, ଉପନିର୍ଦ୍ଦେଶକ ଜିଲ୍ଲା ପ୍ରାଣୀ ଚିକିତ୍ସାଳୟ, ଦୟା ସାଗର ଦୁରିଆ, ଡି ଆଇ ପି ଆର୍ ଓ ମନୋଜ ବେହେରା,ଅତିରିକ୍ତ ଜିଲ୍ଲା ପ୍ରାଣୀ ଚିକିତ୍ସା ଅଧିକାରୀ, ଡ କମଳ ଲୋଚନ ଦାସ ଓ ଅଶୋକ ଚନ୍ଦ୍ର ପଣ୍ଡା ଉପଖଣ୍ଡ ପ୍ରାଣୀ ଚିକିତ୍ସା ଅଧିକାରୀ ଡ ପ୍ରଭାତ କୁମାର ପରିଡା, ଡ ସୋମ୍ୟ ରଞ୍ଜନ ଦାସ, ଡ ପ୍ରିୟମ୍ବଦା ହୋତା ଓ ଡା ଜୋସନା ରାଣୀ ସିଂ ଏବଂ ବିଭାଗୀୟ ଅନ୍ୟାନ୍ୟ କର୍ମଚାରୀ ଉପସ୍ଥିତ ଥିଲେ । ଉକ୍ତ ଶୋଭାଯାତ୍ରା ଏବଂ କାର୍ଯ୍ୟକ୍ରମର ସଂଯୋଜନା ଓ ପରିଚାଳନା ଜିଲ୍ଲା ତାଲିମ ସଂଯୋଜନା ଡା କେଦାରନାଥ ଖମାରି କରିଥିଲେ । ଉକ୍ତ କାର୍ଯ୍ୟକ୍ରମରେ କଳାହାଣ୍ଡି ଜିଲ୍ଲାରେ ୩୦ ଜଣ ଅଗ୍ରଣୀ ସ୍ଵୟଂ ସାହାହକ ଗୋଷ୍ଠୀ ମହିଳା ଏବଂ ୫୦ ଗୋଟି ଚାଷୀ ଏବଂ ଉଦ୍ୟୋଗୀ ଉପସ୍ଥିତ ଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking