28.1 C
Bhubaneswar
Saturday, July 27, 2024
Homeମହିଳା କ୍ରିକେଟ୍ ବିଶ୍ୱକପ୍ମହିଳା ବିଶ୍ୱକପ୍‌: ଅଷ୍ଟ୍ରେଲିଆ ଅପରାଜୟ

ମହିଳା ବିଶ୍ୱକପ୍‌: ଅଷ୍ଟ୍ରେଲିଆ ଅପରାଜୟ

ୱେଲିଂଟନ୍ : ଚଳିତ ଆଇସିସି ମହିଳା ଦିନିକିଆ ବିଶ୍ୱକପ୍‌ର ଲିଗ୍ ପର୍ଯ୍ୟାୟରେ ଅଷ୍ଟ୍ରେଲିଆ ଅପରାଜୟ ରହିଛି । କାରଣ ଦଳ ଶୁକ୍ରବାର ତା’ର ସପ୍ତମ ତଥା ଅନ୍ତିମ ଲିଗ୍ ମ୍ୟାଚ୍‌ରେ ବାଂଲାଦେଶକୁ ୫ ୱିକେଟ୍‌ରେ ପରାସ୍ତ କରିଛି । ଏଥିସହ ଦଳ ୧୪ ପଏଣ୍ଟ୍ ପାଇ ଶୀର୍ଷରେ କାଏମ ରହିଛି । ଅନ୍ୟପକ୍ଷରେ ପୂର୍ବରୁ ସେମିଫାଇନାଲ୍ ଦୌଡ଼ରୁ ବାଦ୍ ପଡ଼ିସାରିଥିବା ବାଂଲାଦେଶ ପରାଜୟ ସହ ଟୁର୍ଣ୍ଣାମେଣ୍ଟ୍ ଶେଷ କରିଛି । ବର୍ଷା ପ୍ରଭାବିତ ଏହି ମ୍ୟାଚ୍‌ରେ ପ୍ରଥମେ ବ୍ୟାଟିଂ ପାଇଁ ଆମନ୍ତ୍ରଣ ପାଇ ବାଂଲାଦେଶ ୪୩ ଓଭର୍‌ରେ ୬ ୱିକେଟ୍ ବିନିମୟରେ ୧୩୫ ରନ୍ କରିଥିଲା । ଏହାର ଜବାବରେ ଅଷ୍ଟ୍ରେଲିଆ ୫ ୱିକେଟ୍ ହରାଇ ୩୨.୧ ଓଭର୍‌ରେ ୧୩୬ ରନ୍ କରି ସହଜ ବିଜୟ ହାସଲ କରିଥିଲା । ଅପରାଜିତ ୬୬ ରନ୍ କରିଥିବା ମଧ୍ୟକ୍ରମ ବ୍ୟାଟ୍ସଓମ୍ୟାନ୍ ବେଥ୍ ମୂନୀ ପ୍ଲେୟର୍ ଅଫ୍ ଦି ମ୍ୟାଚ୍ ବିବେଚିତ ହୋଇଛନ୍ତି ।

ବାଂଲାଦେଶ ପକ୍ଷରୁ ଲତା ମଣ୍ଡଳ ୨ଟି ଚୌକା ସହ ୩୩ ରନ୍ କରିଥିବା ବେଳେ ଓପନର ଶର୍ମିନ୍ ଅଖତର ୨ଟି ଚୌକା ମାଧ୍ୟମରେ ୨୪ ରନ୍ କରିଥିଲେ । ଅଷ୍ଟ୍ରେଲିଆ ପକ୍ଷରୁ ଆଶ୍‌ଲି ଗାର୍ଡନର୍ ଓ ଜେସ୍ ଜୋନାସନ୍ ୨ଟି ଲେଖାଏଁ ୱିକେଟ୍ ନେଇଥିଲେ । ସେହିପରି ବ୍ୟାଟିଂରେ ଦଳ ପକ୍ଷରୁ ମୂନୀ ୭୫ଟି ବଲ୍‌ର ସମ୍ମୁଖୀନ ହୋଇ ୫ଟି ଚୌକା ମାଧ୍ୟମରେ ୬୬ ରନ୍ କରିଥିଲେ । ଏଥିସହ ସେ ଷଷ୍ଠ ୱିକେଟ୍‌ରେ ଆନାବେଲ୍ ସଦରଲାଣ୍ଡ୍‌ଙ୍କ ସହ ଅବିଭାଜିତ ୬୬ ରନ୍‌ର ଭାଗୀଦାରୀ କରିଥିଲେ । ସଦରଲାଣ୍ଡ୍ ଗୋଟିଏ ଚୌକା ମାଧ୍ୟମରେ ୨୬ ରନ୍ କରିଥିବା ବେଳେ ଅନ୍ୟତମ ଓପନର ଆଲିସା ହିଲି ୩ଟି ଚୌକା ସହ ୧୫ ରନ୍ କରିଥିଲେ । ବାଂଲାଦେଶ ପକ୍ଷରୁ ସଲମା ଖାତୁନ୍ ୩ଟି ୱିକେଟ୍ ନେଇଥିଲେ । ପ୍ରତିଯୋଗିତାରେ ଶନିବାର ଆୟୋଜକ ନ୍ୟୁଜିଲାଣ୍ଡ୍ ଓ ପାକିସ୍ତାନ ମଧ୍ୟରେ ଗୁରୁତ୍ୱପୂର୍ଣ୍ଣ ମୁକାବିଲା ଅନୁଷ୍ଠିତ ହେବ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking