34.1 C
Bhubaneswar
Friday, October 18, 2024
Homeଦେଶ ବିଦେଶମହିଳା କ୍ରିକେଟ୍‌: ୧୫ ରନ୍‌ରେ ମଙ୍ଗୋଲିଆ ଟିମ୍ ଅଲ୍‌ଆଉଟ୍‌; ୧୭୨ ରନ୍‌ରେ ଜିତିଲା ଇଣ୍ଡୋନେସିଆ

ମହିଳା କ୍ରିକେଟ୍‌: ୧୫ ରନ୍‌ରେ ମଙ୍ଗୋଲିଆ ଟିମ୍ ଅଲ୍‌ଆଉଟ୍‌; ୧୭୨ ରନ୍‌ରେ ଜିତିଲା ଇଣ୍ଡୋନେସିଆ

ହାଙ୍ଗ୍‌ଝୋ : ଏସିଆନ୍ ଗେମ୍ସ ମହିଳା କ୍ରିକେଟ୍ ପ୍ରତିଯୋଗିତାର ଉଦ୍‌ଘାଟନୀ ମ୍ୟାଚ୍‌ରେ ଇଣ୍ଡୋନେସିଆ ୧୭୨ ରନ୍‌ରେ ମଙ୍ଗୋଲିଆକୁ ହରାଇ ଦେଇଛି । ମଙ୍ଗୋଲିଆ ଟିମ୍ ମାତ୍ର ୧୫ ରନ୍ ମଧ୍ୟରେ ଅଲ୍‌ଆଉଟ୍ ହୋଇଯାଇଥିଲା । ମହିଳା ଟି-୨୦ରେ ଏହା ଅଷ୍ଟମ ସର୍ବନିମ୍ନ ସ୍କୋର୍ । ଏହି ଫର୍ମାଟ୍‌ର ସର୍ବନିମ୍ନ ସ୍କୋର୍ ୬ ରନ୍ ରହିଛି । ବାଂଲାଦେଶ ବିପକ୍ଷରେ ୨୦୧୯ରେ ମାଳଦ୍ୱୀପ ଏହି ସ୍କୋର୍ କରିଥିଲା । ପିନ୍‌ଫେଙ୍ଗ୍‌ର ଝିଜାଙ୍ଗ୍ ୟୁନିଭର୍ସିଟି କ୍ରିକେଟ୍ ଗ୍ରାଉଣ୍ଡ୍‌ରେ ମଙ୍ଗଳବାର ଖେଳାଯାଇଥିବା ମ୍ୟାଚ୍‌ରେ ମଙ୍ଗୋଲିଆ ଟସ୍ ଜିତି ଫିଲ୍ଡିଂ ନିଷ୍ପତ୍ତି ନେଇଥିଲା । ପ୍ରଥମେ ବ୍ୟାଟିଂ କରି ଇଣ୍ଡୋନେସିଆ ନିର୍ଦ୍ଧାରିତ ୨୦ ଓଭର୍‌ରେ ୪ ୱିକେଟ୍ ହରାଇ ୧୮୭ ରନ୍ କରିଥିଲା । ଜବାବରେ ମଙ୍ଗୋଲିଆ ଟିମ୍ ୧୦ ଓଭର୍‌ରେ ମାତ୍ର ୧୫ ରନ୍ ମଧ୍ୟରେ ଅଲ୍‌ଆଉଟ୍ ହୋଇଯାଇଥିଲା ।

ଏସିଆନ୍ ଗେମ୍ସରେ ହରମନ୍‌ପ୍ରୀତ୍ କୌର୍‌ଙ୍କ ଭାରତୀୟ ମହିଳା ଟିମ୍ ସେପ୍ଟେମ୍ବର ୨୧ରେ ସିଧା କ୍ୱାର୍ଟର୍ ଫାଇନାଲ୍‌ରୁ ନିଜର ଅଭିଯାନ ଆରମ୍ଭ କରିବ । ଅନ୍ୟପକ୍ଷରେ ପୁରୁଷ ପ୍ରତିଯୋଗିତା ସେପ୍ଟେମ୍ବର ୨୭ରେ ନେପାଳ ଓ ମଙ୍ଗୋଲିଆ ମ୍ୟାଚ୍‌ରୁ ଆରମ୍ଭ ହେବ । ଋତୁରାଜ ଗାଏକୱାଡ୍‌ଙ୍କ ନେତୃତ୍ୱାଧୀନ ଟିମ୍ ଇଣ୍ଡିଆ ଅକ୍ଟୋବର ୩ ତାରିଖରେ କ୍ୱାର୍ଟର ଫାଇନାଲ୍ ମ୍ୟାଚ୍ ଖେଳିବ । ଭାରତ ବ୍ୟତୀତ ପାକିସ୍ତାନ, ବାଂଲାଦେଶ ଏବଂ ଶ୍ରୀଲଙ୍କା ମଧ୍ୟ ସିଧା କ୍ୱାର୍ଟର୍ ଫାଇନାଲ୍‌ରୁ ନିଜର ଅଭିଯାନ ଆରମ୍ଭ କରିବେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking