ମାଥିଲି: ମାଲକାନଗିରି ଜିଲା ମାଥିଲି ଅବକାରୀ ଥାନାରେ ଶନିବାର ଅପରାହ୍ଣରେ ଜଣେ ମହିଳାଙ୍କ ହାଜତ ମୃତ୍ୟୁ ହୋଇଛି। ମୃତ ମହିଳା ହେଲେ ପ୍ରୀତି ବିଶ୍ବାସ (୩୪)।
ସୂଚନା ଅନୁସାରେ ପ୍ରୀତି ବିଶ୍ବାସ ଶୁକ୍ରବାର ମାଲକାନଗିରି ଜିଲ୍ଳା ବାଲିମେଳା ଠାରୁ କୋରାପୁଟ ଜିଲ୍ଲା ଜୟପୁରକୁ ଏକ ଘରୋଇ ବସ୍ରେ ଯାଉଥିଲେ। ବସ୍ରେ ଗଂଜେଇ ଚୋରାଚାଲାଣ ହେଉଥିବା ନେଇ ଅବକାରୀ ବିଭାଗକୁ ବିଶ୍ବସ୍ତ ସୂତ୍ରରେ ସୂଚନା ମିଳିଥିଲା। ଏହି ଆଧାରରେ ଅବକାରୀ ବିଭାଗର କର୍ମଚାରୀମାନେ ବସ୍କୁ ଅନୁସରଣ କରିଥିଲେ। ବସ୍ଟି ଖଇରପୁଟ ବ୍ଲକ ଅନ୍ତର୍ଗତ କମଳାପଦର ନିକଟରେ ପହଞ୍ଚିଲା ପରେ ଅବକାରୀ ବିଭାଗର କର୍ମଚାରୀମାନେ ଏହାକୁ ସର୍ଚ୍ଚ କରିଥିଲେ। ଏହି ସମୟରେ ପ୍ରୀତିଙ୍କ ପାଖରୁ ୧୦ କିଲୋ ଗଂଜେଇ ମିଳିଥିଲା