24.1 C
Bhubaneswar
Monday, May 4, 2026
Homeଓଡିଶାଅଧିକାର ଓ ଆତ୍ମସମ୍ମାନର ଯୁଦ୍ଧରେ ଅବହେଳିତା ମହିଳା

ଅଧିକାର ଓ ଆତ୍ମସମ୍ମାନର ଯୁଦ୍ଧରେ ଅବହେଳିତା ମହିଳା

ମୟୂରଭଞ୍ଜ: ଏଇତ ଜୀବନ । ଏଠି ଯନ୍ତ୍ରଣା ବି ଅନେକ ସମୟରେ ଆନନ୍ଦ ଦେଇଥାଏ । ଆଉ ଆନନ୍ଦ ମଧ୍ୟରେ ବି ଲୁଚି ରହିଥାଏ ଅବ୍ୟକ୍ତ ଯନ୍ତ୍ରଣା । ଯାହା ସହି ହୁଏ ନାହିଁ କି କହି ହୁଏ ନାହିଁ। ଏସବୁ ମଧ୍ୟରେ ଜଣେ ଅସହାୟ ଜନଜାତି ମହିଳା ନିଜର ଅଧିକାର ଓ ସମ୍ମାନ ପାଇଁ ଏକାକୀ ଯୁଦ୍ଧକୁ ଓହ୍ଲାଇ ଲଢ଼ୁଛନ୍ତି ଆଇନର ଲଢେଇ । ହଁ ଆଜ୍ଞା ଘଟଣାଟି ଗପ ଭଳି ଲାଗୁଥିଲେ ମଧ୍ୟ ଜଣେ ମହିଳାଙ୍କ ସହିତ ବିତିଥିବା ବାସ୍ତବ ଜୀବନର କାହାଣୀ ଦେଖାଉଛୁ । ତେବେ ଏ ଲଢେଇରେ ଉତ୍ସାହିତ କରିବା ସହ ମାନସିକ ସମର୍ଥନ ଦେଇ ତାଙ୍କର ଅଧିକାର ଓ ସମ୍ମାନ ଫେରି ପାଇବାକୁ ଗୁରୁତ୍ବ ଦେବା ଆବଶ୍ୟକ । ଏଠି ଆମେ ସୂଚାଉଛୁ ଯେ କେହି ପ୍ରଥମ ଥର ପାଇଁ ଦେଖିଲେ ଲାଗିବ, ସେ ଜଣେ ସାଧାରଣ ଛାତ୍ରୀ ଭଳି । କିନ୍ତୁ ତାଙ୍କ ପାଠପଢ଼ାର ଖାତା ଓ ବହି ମଧ୍ୟରେ ଲୁକ୍କାୟିତ ଅଛି ଏକ କଠୋର ସଂଗ୍ରାମର କାହାଣୀ – ଏକ ଅଧିକାର, ଆତ୍ମସମ୍ମାନ ଏବଂ ନ୍ୟାୟ ପାଇଁ ଲଢ଼ିବାର କାହାଣୀ। ଇଏ ହେଉଛନ୍ତି ମୟୂରଭଞ୍ଜ ଜିଲ୍ଲା ରାସଗୋବିନ୍ଦପୁର ବ୍ଲକ ଅନ୍ତର୍ଗତ କାନପୁର ଗାଁର ରଶ୍ମିତା ଟୁଡୁ। ଯିଏ କି ପାଠ ପଢୁପଢୁ ଭଲ ପାଇ ହାତଧରି ଥିଲା ସେହି ଗ୍ରାମର ଶିକ୍ଷିତ ଯୁବକ ଟେମ୍ପା ହାଁସଦାର ।

ତେବେ ତାର ମନର ମଣିଷ ପାଇ ବିଶ୍ଵାସର ସହ ହାତ ଧରି ସଂସାର ଗଢି ସେ ଆଗକୁ ବଢିବା ଲକ୍ଷ୍ୟରେ ଦେଖିଥିଲା ଅନେକ ସ୍ବପ୍ନ । ଆଶା ରଖିଥିଲେ ସ୍ୱାମୀ ଓ ଶଶୁରଙ୍କ ପରିବାର ଉପରେ । ହେଲେ ଏକ ଲମ୍ବା ସମୟର ବ୍ୟବଧାନ ପରେ କଳା ମେଘର ବାଦଲ ତାଙ୍କ ଭାଗ୍ୟକୁ ଛାଇ କରିଦେଇଥିଲା । ଯେତେବେଳେ ସେହି ପରିବାରର ତାଙ୍କ କାକିଶାଶୁ ସରପଞ୍ଚ ଭାବେ ନିର୍ବାଚିତ ହେଲେ । ସରପଞ୍ଚ ଭାବେ କ୍ଷମତାସୀନ ହେଲାପରେ ଆରମ୍ଭ ହୋଇଥଲା ରଶ୍ମିତା ଉପରେ ଘରୋଇ ନିର୍ଯାତନା। ଆଉ ଏହି ପାରିବାରିକ ନିର୍ଯାତନା ଆରମ୍ଭ ହୋଇ ଧିରେ ଧିରେ ଉଗ୍ର ହେବା ସହ ଚରମ ସୀମାରେ ପହଞ୍ଚିଥିଲା । ଏମିତିକି ଶେଷରେ ଭାଙ୍ଗି ଯାଇଥିଲା ତାଙ୍କ ସୁଖର ସଂସାର ଆଉ ସ୍ୱାମୀ ପାଖରୁ ବିତାଡିତ ହେବାକୁ ପଡ଼ିଥିଲା ତାଙ୍କୁ ।

ତେବେ ଏହି ଯନ୍ତ୍ରଣା ଯଦିଓ ଅସହ୍ୟ ଥିଲା ତଥାପି ସେହି ଯନ୍ତ୍ରଣା ମଧ୍ୟରୁ ଆତ୍ମବିଶ୍ୱାସର ଏକ ନୂଆ ରାସ୍ତା ଗଢିବାରେ ଲାଗିପଡିଛନ୍ତି ରଶ୍ମିତା। ସୁଖର ଦିନ ଗଡି ଯିବା ପରେ ଏହି ଯନ୍ତ୍ରଣା ମଧ୍ୟରେ ରଶ୍ମିତାଙ୍କୁ ଶାଶୁଘର କାରାଗାର ଭଳି ଲାଗୁଥିଲା। ଯେଉଁଠି ନିର୍ଯାତନା ରଶ୍ମିତାଙ୍କ ପାଇଁ ଏକ ନିତିଦିନିଆ ଘଟଣା ପାଲଟି ଯାଇଥିଲା। କିନ୍ତୁ ଯେଉଁଦିନ ରଶ୍ମିତାଙ୍କ ସ୍ୱାମୀ ଟେମ୍ପା ହାଁସଦା ରଶ୍ମିତାଙ୍କୁ ଘରୁ ବିଦାକରି ଅନ୍ୟଜଣଙ୍କୁ ବିବାହ କଲେ ଏବଂ ରଶ୍ମିତାଙ୍କ ସମସ୍ତ ଆଇନଗତ ସରକାରୀ ଦସ୍ତାବିଜରୁ ତାଙ୍କ ନାମ ହଟାଇ ଦେଲେ। ସେହିଦିନ ସେ ଅନୁଭବ କରିବା ସହିତ ଜାଣିପାରିଲେ ଯେ ଏହା କେବଳ ଏକ ବିବାହ ବିଚ୍ଛେଦର ଭଙ୍ଗାଗଢାର କାହାଣୀ ନଥିଲା କି ଭଲପାଇ ହାତ ଧରିଥିବା ମନର ମଣିଷ ଟେମ୍ପା ହାଂସଦାଙ୍କ ହୀନମନ୍ୟତାକୁ ଜାଣିପାରିଲେ । ଏହା ତାଙ୍କ ଅସ୍ତିତ୍ୱ ସାଙ୍ଗକୁ ସାମାଜିକ ପରିଚୟକୁ ସରକାରୀ ରେକର୍ଡରୁ ହଟାଇଦେବାର ଏକ ସୁଚିନ୍ତିତ ଚକ୍ରାନ୍ତ ଥିଲା। କିନ୍ତୁ ଅନ୍ୟାୟର ଶିକାର ହୋଇ ମଧ୍ୟ ରଶ୍ମିତା ହାର ନ ମାନି ଆଇନଗତ ଯୁଦ୍ଧ ଲଢ଼ିବାକୁ ପ୍ରସ୍ତୁତ ହେଉଥିଲେ। ଏବେ ନ୍ୟାୟାଳୟ ହେଉଛି ତାଙ୍କର ନୂତନ ଯୁଦ୍ଧଭୂମି। ଏନେଇ ଏକ କେସ ଦାୟର କରି ସେ କେବଳ ତାଙ୍କ ବିବାହିତ ଅଧିକାର ପାଇଁ ନହେଉ, ବରଂ ତାଙ୍କ ପରିଚୟ ଏବଂ ଗାରିମା ଫେରିପାଇବା ପାଇଁ ଲଢ଼ୁଛନ୍ତି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking