28.1 C
Bhubaneswar
Thursday, March 28, 2024
Homeଅପରାଧମହିଳାଙ୍କ ଭିଡିଓ ଭାଇରାଲ: ଜେଲ୍‌ ଗଲା ଅଟୋ ଚାଳକ

ମହିଳାଙ୍କ ଭିଡିଓ ଭାଇରାଲ: ଜେଲ୍‌ ଗଲା ଅଟୋ ଚାଳକ

ବାଲିଅନ୍ତା: ମହିଳାଙ୍କ ସହ ଅନ୍ତରଙ୍ଗ ଭିଡିଓ ଭାଇରାଲ ମାମଲାରେ ବାଳକାଟି ଫାଣ୍ଡି ପୁଲିସ ଆଜି ଜଣେ ଅଟୋ ଚାଳକକୁ ଖୋର୍ଧରୁ ଗିରଫ କରିଛି। ଅଭିଯୁକ୍ତ ହେଲା, ଖୋର୍ଧା ଜିଲ୍ଲା ସଦର ଥାନା ଅଧୀନ ବାଜପୁର ଗ୍ରାମର ସୁଶାନ୍ତ ବଳିଆରସିଂହ ଓରଫ ଜଗନ୍ନାଥ ସାହୁ(୩୨)। ଜଗନ୍ନାଥ ବିବାହିତ। ସେ ବାଳକାଟି ଫାଣ୍ଡି ଅଞ୍ଚଳରେ ଅଟୋ ଚଳାଏ।

ସ୍ଥାନୀୟ ଅଞ୍ଚଳର ଜଣେ ମହିଳାଙ୍କ ସହ ତା’ର ପ୍ରେମ ସଂପର୍କ ଗଢ଼ି ଉଠିଥିଲା। ମହିଳାଙ୍କ ଅଗୋଚରରେ ସେ ତାଙ୍କ ଅନ୍ତରଙ୍ଗ ମୁହୂର୍ତ୍ତର ଭିଡିଓ କଏଦ୍‌ କରି ନେଇଥିଲା। ପରେ ସେହି ଭିଡିଓକୁ ଭାଇରାଲ କରିବାକୁ ଧମକ ଦେଇ ମହିଳାଙ୍କୁ ସଂପର୍କ ରଖିବା ପାଇଁ ବାଧ୍ୟ କରୁଥିଲା। ଏଥିରେ ଅତିଷ୍ଠ ହୋଇ ମହିଳାଜଣଙ୍କ ଗତ ମାର୍ଚ୍ଚ ୨୮ରେ ବାଲିଅନ୍ତା ଥାନାରେ ଅଭିଯୋଗ କରିଥିଲେ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking