ଆନନ୍ଦପୁର : ମହିଳାଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର। ଘସିପୁରା ଥାନା ବସନ୍ତପୁର ସ୍ଥିତ ବଳଦେବ ଜୀଉ ସରକାରୀ ଊଚ୍ଚ ପ୍ରାଥମିକ ବିଦ୍ୟାଳୟ ପରିସରରୁ ମହିଳାଙ୍କ ମୃତଦେହ ଉଦ୍ଧାର ହୋଇଛି l ବିଦ୍ୟାଳୟ ମଧ୍ୟାହ୍ନ ଭୋଜନ ପିଣ୍ଡିରେ ମହିଳାଙ୍କ ଝୁଲନ୍ତା ମୃତଦେହ ଦେଖି ସ୍ଥାନୀୟ ଲୋକେ ପୋଲିସକୁ ସୂଚନା ଦେଇଥିଲେ l ପୋଲିସ ଘଟଣସ୍ଥଳରେ ପହଞ୍ଚି ତଦନ୍ତ ଜାରି ରଖିଛି। ମୃତ ମହିଳା ନିକଟ ତୋରାଣିଆପାଳ ଗ୍ରାମର ବାସନ୍ତୀ ଜେନା ବୋଲି ସୂଚନା ମିଳିଛି l ମୃତ୍ୟୁର କାରଣ ଅସ୍ପଷ୍ଟ ରହିଛି l