30.1 C
Bhubaneswar
Monday, May 20, 2024
Homeଅପରାଧଚିକିତ୍ସା ପାଇଁ ଆସିଥିଲେ ମହିଳା, ବାଥରୁମ୍‌ରେ ଯାହା ଘଟିଲା ଜାଣିଲେ ଆଶ୍ଚର୍ଯ୍ୟ ହେବେ...

ଚିକିତ୍ସା ପାଇଁ ଆସିଥିଲେ ମହିଳା, ବାଥରୁମ୍‌ରେ ଯାହା ଘଟିଲା ଜାଣିଲେ ଆଶ୍ଚର୍ଯ୍ୟ ହେବେ…

ନୂଆଦିଲ୍ଳୀ: ଚିକିତ୍ସା ପାଇଁ ହସ୍ପିଟାଲ ଆସିଥିଲେ । ହେଲେ ବାଥରୁମ୍‌ରେ ଜଣେ ମହିଳା ଦୁଷ୍କର୍ମର ଶିକାର ହୋଇଛନ୍ତି । ହସ୍ପିଟାଲ ବାଥରୁମରେ ମହିଳାଙ୍କୁ ଦୁଷ୍କର୍ମ କରାଯାଇଥିବା ବେଳେ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି । ଦୁଇ ଜଣ ସିକ୍ୟୁରିଟି ଗାର୍ଡ ଅଭିଯୁକ୍ତଙ୍କୁ କାବୁ କରିବା ସହିତ ପୋଲିସକୁ ହସ୍ତାନ୍ତର କରିଛନ୍ତି । ସୂଚନା ଅନୁଯାୟୀ, ଯୁବତୀ ଜଣଙ୍କ ଚିକିତ୍ସିତ ହେବା ପାଇଁ ଦିଲ୍ଲୀ ଏନସିଆର ନିକଟବର୍ତ୍ତୀ ଜୱାହାରଲାଲ ନେହେରୁ ମେଡିକାଲ କଲେଜ ଓ ଟ୍ରାଉମା ସେଣ୍ଟରରେ ଭର୍ତ୍ତି ହୋଇଥିଲେ । ଯୁବତୀ ଜଣଙ୍କ ଏକ ମେଡିକାଲ ଷ୍ଟୋରରେ କାମ କରନ୍ତି । ଯୁବତୀ ଜଣଙ୍କ ଚିକିତ୍ସିତ ହେଉଥିବା ବେଳେ ଜଣେ ସହକର୍ମୀଙ୍କ ଦ୍ୱାରା ଦୁଷ୍କର୍ମର ଶିକାର ହୋଇଥିଲେ । ଯୁବତୀ ଜଣଙ୍କ ମଧ୍ୟରାତ୍ରରେ ହସ୍ପିଟାଲ ବେଡରେ ନଥିଲେ । ଏହା ପରେ ମୁଖ୍ୟ ଚିକିତ୍ସା ଅଧିକାରୀ ଯୁବତୀଙ୍କୁ ଖୋଜିବା ପାଇଁ ଦୁଇ ଜଣ ସିକ୍ୟୁରିଟି ଗାର୍ଡଙ୍କୁ ପଠାଇଥିଲେ । ଯୁବତୀଙ୍କୁ ବାଥରୁମ ବାହାରେ କାନ୍ଦୁଥିବାର ଦେଖିବା ସହିତ ଅଭିଯୁକ୍ତକୁ ଗୋଡାଇ ଗୋଡ଼ାଇ ଧରିଥିଲେ ସୁରକ୍ଷା କର୍ମୀ । ଏହି ଘଟଣା ପରେ ଯୁବତୀ ଜଣଙ୍କ ଥାନାରେ ଏକ ମାମଲା ରୁଜୁ କରିଥିଲେ । ପୋଲିସ ଅଭିଯୁକ୍ତକୁ ଗିରଫ କରି କୋର୍ଟ ଚାଲଣ କରିଛି । ଜାମିନ୍ ନାମାଞ୍ଜୁର ହେବାରୁ ଅଭିଯୁକ୍ତକୁ ଜେଲ୍ ହାଜତକୁ ପଠାଇଦେଇଛି ପୋଲିସ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking