28.3 C
Bhubaneswar
Monday, May 19, 2025
Homeଦେଶ ବିଦେଶଟ୍ରେନ୍‌ରେ ଯାତ୍ରା କରୁଥିବା ମହିଳାଙ୍କୁ ଠେଲିଦେଲେ ଦୁର୍ବୃତ୍ତ, ତା’ ପରେ କ’ଣ ହେଲା ପୁରା ଘଟଣା...

ଟ୍ରେନ୍‌ରେ ଯାତ୍ରା କରୁଥିବା ମହିଳାଙ୍କୁ ଠେଲିଦେଲେ ଦୁର୍ବୃତ୍ତ, ତା’ ପରେ କ’ଣ ହେଲା ପୁରା ଘଟଣା ପଢ଼ନ୍ତୁ….

ଭୋପାଳ: ଟ୍ରେନ୍‌ରେ ଯାତ୍ରା କରୁଥିବା କରୁଥିବା ଜନୈକା ମହିଳାଙ୍କ ସହ କେତେକ ଦୁର୍ବୃତ୍ତ ଅସଦାଚାଣ କରିବାକୁ ଉଦ୍ୟମ କରିଥିଲେ । ତେବେ, ମହିଳା ଜଣକ ଏହାର ପ୍ରତିବାଦ କରିବାରୁ ଦୁର୍ବୃତ୍ତମାନେ ତାଙ୍କୁ ଚଳନ୍ତା ଟ୍ରେନରୁ ଠେଲି ଦେଇଥିବା ଅଭିଯୋଗ ହୋଇଛି । ସୂଚନା ଅନୁଯାୟୀ, ଉତ୍ତରପ୍ରଦେଶର ଜଣେ ୨୫ ବର୍ଷୀୟା ମହିଳାଙ୍କ ଟ୍ରେନ୍‌ରେ ଯାତ୍ରା କରୁଥିବା ବେଳେ ମଧ୍ୟପ୍ରଦେଶ ଛତ୍ରପୁର ଜିଲ୍ଲାର ଖଜୁରାହୋ ନିକଟରେ େତେକ ଦୁର୍ବୃତ୍ତ ତାଙ୍କ ସହ ଅସଦାଚରଣ କରିବାକୁ ଆରମ୍ଭ କରିଥିଲେ । ତେବେ, ମହିଳା ଜଣକ ଏହାର ପ୍ରତିରୋଧ କରିବାରୁ ଜଣେ ଦୁର୍ବୃତ୍ତ ତାଙ୍କୁ ଚଳନ୍ତା ଟ୍ରେନ୍‌ରୁ ତଳକୁ ଠେଲି ଦେଇଥିଲେ । ଏହି ଘଟଣାରେ ଗୁରୁତର ଆହତ ମହିଳାଙ୍କୁ ଏବେ ଛତ୍ରପୁରର ଜିଲ୍ଲା ଡାକ୍ତରଖାନାରେ ଭର୍ତ୍ତି କରାଯାଇ ତାଙ୍କର ଚିକିତ୍ସା କରାଯାଉଛି ।

ଜବଲପୁରର ସରକାରୀ ରେଳ ପୁଲିସ (ଜିଆରପି) ଆରକ୍ଷୀ ଅଧୀକ୍ଷକ (ଏସପି) ବିନାୟକ ବର୍ମା ଗଣମାଧ୍ୟମକୁ କହିଛନ୍ତି, ଜଣେ ପୁରୁଷ ସହ-ଯାତ୍ରୀଙ୍କ ଅସଦାଚରଣ ଉଦ୍ୟମକୁ ବିରୋଧ କରିବା ପରେ ମହିଳାଙ୍କୁ ସେ ଚଳନ୍ତା ଟ୍ରେନରୁ ଠେଲି ଦେଇଥିବା ଅଭିଯୋଗ ହୋଇଛି । ସେ କହିଛନ୍ତି ଯେ ଏପ୍ରିଲ ୨୭ ରାତିରେ ଖଜୁରାହୋ (ମଧ୍ୟପ୍ରଦେଶ) ଏବଂ ମହୌବା (ଉତ୍ତରପ୍ରଦେଶ) ଷ୍ଟେସନ ମଧ୍ୟରେ ଏକ ଯାତ୍ରୀବାହୀ ଟ୍ରେନରେ ଏହି ଘଟଣା ଘଟିଛି । ଅଭିଯୁକ୍ତଙ୍କୁ ଚିହ୍ନଟ କରାଯାଇଛି ଏବଂ ପୁଲିସ ତାଙ୍କୁ ଗିରଫ କରିବାକୁ ଉଦ୍ୟମ ଆରମ୍ଭ କରିଛି ବୋଲି ବର୍ମା କହିଛନ୍ତି ।

ବର୍ତ୍ତମାନ ଛତ୍ରପୁରରେ ଚିକିତ୍ସିତ ହେଉଥିବା ପୀଡ଼ିତା ମହିଳା କହିଛନ୍ତି ଯେ ଖଜୁରାହୋ ନିକଟସ୍ଥ ରାଜନଗର ସହର ନିକଟରେ ଏହି ଘଟଣା ଘଟିଥିଲା । ସେ କହିଛନ୍ତି, ‘ମୁଁ ବାଗେଶ୍ୱର ଧାମ (ଛତ୍ରପୁର)ର ମନ୍ଦିରକୁ ଆସିଥିଲି । ଜଣେ ସହ-ଯାତ୍ରୀ ମୋତେ ଅସଦାଚରଣ କରିବା ଆରମ୍ଭ କରିଥିଲେ । ମୁଁ ଏହାର ପ୍ରତିରୋଧ କରିଥିଲି ଏବଂ ତାଙ୍କୁ ଦୂରରେ ରହିବାକୁ କହିଥିଲି । ନିଜକୁ ବଞ୍ଚାଇବା ପାଇଁ ମୁଁ ତାଙ୍କୁ ହାତକୁ କାମୁଡି ଦେଇଥିଲି । ପ୍ରାୟ ୩୦ ବର୍ଷ ବୟସର ଏହି ବ୍ୟକ୍ତି ପରେ ମୋତେ ରାଜନଗର ନିକଟରେ ଚଳନ୍ତା ଟ୍ରେନରୁ ତଳକୁ ଠେଲି ଦେଇଥିଲେ’ ବୋଲି ପୀଡିତା କହିଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking