29.1 C
Bhubaneswar
Thursday, April 24, 2025
Homeଓଡିଶାପ୍ରେମିକ ବ୍ଲାକମେଲ କରୁଥିଲା ବୋଲି ଜୀବନ ହାରିଲା ପ୍ରେମିକା

ପ୍ରେମିକ ବ୍ଲାକମେଲ କରୁଥିଲା ବୋଲି ଜୀବନ ହାରିଲା ପ୍ରେମିକା

ଭୁବନେଶ୍ବର : ସତ୍ୟ ନଗର ଶଶ୍ମାନରେ ଥୁଆ ଯାଇଥିଲା ଗୋଟିଏ ମର ଶରୀର l କେତେ ଜଣ ଲୋକ ସେହି ମର ଶରୀର ନିକଟରେ ଏପାଖ ସେପାଖ ହେଉଥାନ୍ତି l ଆଉ ମୃତ ଶରୀର ଗୋଟିଏ ପାର୍ଶ୍ୱରେ ମୃତକଙ୍କ ପିଲା ଦିନର ସାଙ୍ଗ ଓ ଅନ୍ୟ ପାର୍ଶ୍ୱରେ ସାନ ଭାଇ ବସିଥାନ୍ତି l କିଛି ସମୟ ପରେ ଚାରି ଜଣ ଯୁବକ ମର ଶରୀରଟିକୁ କାନ୍ଧେଇ ନେଇ ଜୁଇରେ ରଖିଲେ l ସାନ ଭାଇ ଜୁଇ ମୁଣ୍ଡ ପାଖରେ ବସି କାନ୍ଦୁଥାଏ l ଆଉ ଫେରିବନି ନାନୀ… ଚାଲିଗଲା ଆମ ସମସ୍ତଙ୍କୁ ପର କରି l ତା’ପରେ ହାତରେ କାଠ ଖଣ୍ଡେ ଧରି ଦଶ ଦିଗ ପାଳକୁ ସାକ୍ଷୀ ରଖି ଜୁଇରେ ନିଆଁ ଲଗାଇଲେ l ପାଖରେ ଦୁଇ ଭଉଣୀ ଓ ଛୁଆ ବେଳର ସାଙ୍ଗ କାନ୍ଦି ଚାଲି ଥାଆନ୍ତି ସେମାନଙ୍କର ଆଖିରୁ ଲୁହ ବହି ଚାଲିଥାଏ ଥମିବାର ନା ଧରୁନଥାଏ । ପରିବାର ଲୋକ ଏବଂ ସାଙ୍ଗ କହିବା ଅନୁସାରେ ମୃତ ଯୁବତୀ ହେଉଛନ୍ତି ଲୋପାମୁଦ୍ରା ପଣ୍ଡା l ବାପା ମାଆଙ୍କର ତିନି ଝିଅ l ତିନି ଝିଅ ମଧ୍ୟରୁ ଲୋପାମୁଦ୍ରା ସବୁଠାରୁ ସାନ ଝିଅ l ତିନି ଭଉଣୀ ଛୁଆଟି ବେଳୁ ବାପା ମାଆଙ୍କୁ ହରାଇଥିଲେ l ତେବେ ଏମାନଙ୍କର ଜୀବନର ଅନାଥ ଆଶ୍ରମ ପାଲଟିଥିଲା ଶେଷ ଠିକଣା l ସେହି ଠାରେ ରହି ତିନି ଭଉଣୀ ସାଙ୍ଗ ଜୀବନରେ ବଂଚିବା ପାଇଁ ସଂଗ୍ରାମ କରି କରି ଏଯାଏ ପହଂଚିଥିଲେ l ଦୁଇ ବାହା ହୋଇଯାଇଥିଲେ l ସାନ ଭଉଣୀ ଲୋପାମୁଦ୍ରା ଅନାଥ ଆଶ୍ରମରୁ କିଛି ବର୍ଷ ହେବ ଭଡା ଘର ନେଇ ଲକ୍ଷ୍ମୀସାଗର ଥାନା ଅଞ୍ଚଳରେ ଭଡାରେ ରହୁଥିଲେ l

ତେବେ ଇତି ମଧ୍ୟରେ ଲୋପାମୁଦ୍ରା ବିକାଶ ଦାସ ନାମକ ଜଣେ ଯୁବକଙ୍କ ପ୍ରେମ ଜାଲରେ ଛନ୍ଦି ହୋଇଯାଇଥିଲେ l ପ୍ରେମରେ ଉବୁଟୁବୁ ହୋଇ ଦୁଇ ଜଣ ସାଥି ହୋଇ ରହିବାକୁ ନିଷ୍ପତ୍ତି ନେଇଥିଲେ । ପରେ ଲକ୍ଷ୍ମୀ ସାଗର ଥାନା ଅନ୍ତର୍ଗତ ଏକ ଭଡ଼ା ଘରେ ଉଭୟ ବିକାଶ ଲୋପାମୁଦ୍ରା ରହୁଥିଲେ l ବିକାଶ ବାହା ହେବାର ପ୍ରଲୋଭନ ଦେଇ ଲୋପାମୁଦ୍ରା ସହିତ ଶାରୀରିକ ସମ୍ପର୍କ ରଖୁଥିଲେ ଆଉ ଅନ୍ତରଙ୍ଗ ମୁହୂର୍ତ୍ତର ଭିଡିଓ ସବୁ ଉତ୍ତୋଳନ କରି ରଖୁଥିଲେ l ଆଉ ଅନେକ ସମୟରେ ସେହି ଭିଡିଓକୁ ନେଇ ବ୍ଲାକମେଲ କରୁଥିଲେ ବୋଲି ଲୋପାଙ୍କ ସାଙ୍ଗ ଦୁର୍ଗା କହିଛନ୍ତି l କିନ୍ତୁ ଦୁଇ ତିନି ଦିନ ତଳେ ବିକାଶ ଅନ୍ୟ ଜଣେ ଯୁବତୀଙ୍କ ସହିତ ଏନଗେଜମେଣ୍ଟ କରିଥିବା ଫଟୋ ଛାଡିଥିଲେ l ଏହାକୁ ଦେଖି ଲୋପାମୁଦ୍ରା ବିକାଶ ଘରକୁ ଯାଇଥିଲେ କିନ୍ତୁ ସେଠାରେ ଅକଥନୀୟ ଅତ୍ୟାଚାର ପାଇ ଚାଲି ଆସିଲେ l ଲୋପା ସାଙ୍ଗ ଦୁର୍ଗାଙ୍କୁ ସବୁ କଥା କହିଲେ ଆଉ ଶେଷରେ ଦେଖିବାକୁ ମିଳିଥିଲା ଜୀବନ ହାରିଥିବା ଦୃଶ୍ୟ l ଏ ଘଟଣା ପରେ ଆଇନଜୀବୀ ବବିତା କରଙ୍କ ସହଯୋଗରେ ଲକ୍ଷ୍ମୀସାଗର ଥାନାରେ ଏକ ଏତଲା ଦେଇଥିଲେ ଲୋପାମୁଦ୍ରାଙ୍କ ଭଉଣୀ । ସେପଟେ ଅତ୍ୟାଚାରିତ ହୋଇ ଫେରି ଆସି ଏଭଳି ଚରମ ନିଷ୍ପତି ନେଲେ ବୋଲି ଲୋପାଙ୍କ ସାଙ୍ଗ କହିଛନ୍ତି l

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking