– ରାଜ୍ୟ ସରକାରଙ୍କ କ୍ଷମତାକୁ ସଙ୍କୁଚିତ କରିବା ପାଇଁ ଉଦ୍ୟମ
– ସଂଘୀୟ ବ୍ୟବସ୍ଥା ପ୍ରତି କୁଠାରଘାତ
– ଶିକ୍ଷାଗତ ଯୋଗ୍ୟତା ନଥିବା ବ୍ୟକ୍ତିଙ୍କୁ ଉପକୁଳପତି ପଦରେ ନିଯୁକ୍ତି ପ୍ରସ୍ତାବ ଗ୍ରହଣୀୟ ନୁହେଁ
ଭୁବନେଶ୍ୱର: କେନ୍ଦ୍ର ସରକାରଙ୍କ ଉଚ୍ଚ ଶିକ୍ଷା ବିଭାଗ ଦ୍ୱାରା ପ୍ରସ୍ତାବିତ ଡ୍ରାଫ୍ଟ ୟୁଜିସି ରେଗୁଲେସନ ୨୦୨୫କୁ ବିଜୁ ଜନତା ଦଳ ତରଫରୁ କଡା ବିରୋଧ କରାଯାଇଛି। ଶଙ୍ଖ ଭବନ ଠାରେ ଆୟୋଜିତ ସାମ୍ୱାଦିକ ସମ୍ମିଳନୀରେ, ଦଳର ସମନ୍ୱୟ କମିଟିର ଅଧ୍ୟକ୍ଷ ଶ୍ରୀ ଦେବୀ ପ୍ରସାଦ ମିଶ୍ର ଓ ପୂର୍ବତନ ରାଜ୍ୟସଭା ସାଂସଦ ଡ. ଅମର ପଟ୍ଟନାୟକ କହିଥିଲେ, ଏହି ପ୍ରସ୍ତାବିତ ରେଗୁଲେସନ କାର୍ଯ୍ୟକାରୀ ହେଲେ ରାଜ୍ୟ ବିଶ୍ୱବିଦ୍ୟାଳୟ ଗୁଡିକ ଉପରୁ ରାଜ୍ୟ ସରକାରଙ୍କ କୌଣସି ନିୟନ୍ତ୍ରଣ ରହିବ ନାହିଁ, ଯାହା ସଂଘୀୟ ବ୍ୟବସ୍ଥା ଅନୁଯାୟୀ ରାଜ୍ୟ ସରକାରଙ୍କ କ୍ଷମତା ପ୍ରତି କୁଠାରଘାତ ସଦୃଶ୍ୟ। ରାଜ୍ୟ ବିଧାନସଭା ଗୁଡିକର ରାଜ୍ୟରେ ବିଶ୍ୱବିଦ୍ୟାଳୟ ପ୍ରତିଷ୍ଠା କରିବା ପାଇଁ ଆଇନ ତିଆରି କରିବାର କ୍ଷମତା ରହିଛି। ସେହି ଅନୁସାରେ ରାଜ୍ୟ ସରକାରଙ୍କ ଦ୍ୱାରା ସବୁ ରାଜ୍ୟରେ ବିଶ୍ୱବିଦ୍ୟାଳୟ ପ୍ରତିଷ୍ଠା ହୋଇଛି ଓ ରାଜ୍ୟ ସରକାର ଏଥିପାଇଁ ସମସ୍ତ ଖର୍ଚ୍ଚ ମଧ୍ୟ ବହନ କରିଛନ୍ତି। କିନ୍ତୁ ପ୍ରସ୍ତାବିତ ରେଗୁଲେସନରେ ଏହି ରାଜ୍ୟ ବିଶ୍ୱବିଦ୍ୟାଳୟ ଗୁଡିକରେ ସମସ୍ତ ନିଷ୍ପତ୍ତିରେ ରାଜ୍ୟ ସରକାରଙ୍କ କୌଣସି ଭୂମିକା ରହିବ ନାହିଁ। ଏପରିକି, ନଯି ୁକ୍ତି ସମ୍ୱନ୍ଧୀୟ ସମସ୍ତ ନିଷ୍ପତିରେ ବିଶ୍ୱବିଦ୍ୟାଳୟର କୁଳପତି ଅର୍ଥାତ ରାଜ୍ୟର ରାଜ୍ୟପାଳଙ୍କ ମାଧ୍ୟମରେ ହେବ। ଏହି ରେଗୁଲେସନ ଅନୁଯାୟୀ ଉପକୁଳପତି ପଦରେ ଆବଶ୍ୟକ ଶିକ୍ଷାଗତ ଯୋଗ୍ୟତା ନଥିବା ଲୋକଙ୍କୁ ମଧ୍ୟ ନିଯୁକ୍ତି ଦିଆଯାଇପାରିବ। ତେଣୁ ଏହି ରେଗୁଲେସନ କାର୍ଯ୍ୟକାରୀ ହେଲେ, ରାଜ୍ୟପାଳ ମାନଙ୍କ ମାଧ୍ୟମରେ କେନ୍ଦ୍ର ସମସ୍ତ ବିଶ୍ୱବିଦ୍ୟାଳୟ ଗୁଡିକ ଉପରେ ନିଜ ନିୟନ୍ତ୍ରଣରେ ରଖିବ, ଯାହା କୌଣସି ପରିସ୍ଥିତିରେ ଗ୍ରହଣୀୟ ନୁହେଁ ବୋଲି ଶ୍ରୀ ମିଶ୍ର କହିଥିଲେ।
ଡ. ଅମର ପଟ୍ଟନାୟକ କହିଥିଲେ, ଏହି ପ୍ରସ୍ତାବିତ ରେଗୁଲେସନ ସଂପୂର୍ଣ୍ଣ ଏକ ତରଫା ଭାବେ ପ୍ରସ୍ତୁତ କରାଯାଇଛି, ଯାହା ରାଜ୍ୟ ସରକାର ମାନଙ୍କ ପାଇଁ ଗ୍ରହଣୀୟ ନେୁ ହଁ। ଆପଣମାନେ ଜାଣନ୍ତି, ଗତକାଲି ଦେଶର ଛଅଟି ରାଜ୍ୟ ଯଥା, କେରଳ, ତାମିଲନାଡୁ, କର୍ଣ୍ଣାଟକ, ତେଲେଙ୍ଗାନା, ହିମାଚଳ ପ୍ରଦେଶ, ଝାଡ଼ଖଣ୍ଡ ଏହି ରେଗୁଲେସନ ବିରୋଧରେ ସେମାନଙ୍କ ମତ ପ୍ରଦାନ କରିଛନ୍ତି। ସେହିପରି, ବିହାର ଓ ଆନ୍ଧ୍ର ପ୍ରଦେଶ ରାଜ୍ୟ ଏନଡିଏର ଅଂଶ ହୋଇଥିଲେ ମଧ୍ୟ ଏହାକୁ ବିରୋଧ କରିଛନ୍ତି। ତେଣୁ, ବିଜୁ ଜନତା ଦଳ ଦାବୀ କରୁଛି ଯେ, ରାଜ୍ୟ ବିଜେପି ସରକାର ମଧ୍ୟ ବିଧାନସଭାରେ ଏହି ଏକତରଫା ରେଗୁଲେସନ ବେି ରାଧରେ ଏକ ରିଜୋଲ୍ୟୁସନ ପାସ କରୁ। ଏହି ପ୍ରସ୍ତାବିତ ରେଗୁଲେସନକୁ କେନ୍ଦ୍ର ସରକାର ପ୍ରତ୍ୟାହାର କରନ୍ତୁ ବୋଲି ବିଜୁ ଜନତା ଦଳ ଦାବୀ କରୁଛି। ଏହି ଅଗଣତାନ୍ତ୍ରିକ ପ୍ରସ୍ତାବିତ ରେଗୁଲେସନ ପ୍ରତ୍ୟାହାର ନହେଲେ ବିଜୁ ଜନତା ଦଳ ରାସ୍ତାକୁ ଓହ୍ଲାଇବ ବୋଲି ଡ. ପଟ୍ଟନାୟକ କହିଥିଲେ।